spot_img

Latest Posts

ଟସ୍ ଜିତି ବୋଲିଂ କରିବ ଅଷ୍ଟ୍ରେଲିଆ; ଆଜି ବିଶ୍ବ ଦେଖିବ ନୂଆ ଚମ୍ପିଆନ

ଦୁବାଇ: ସୁପର ସଣ୍ଡେରେ ସୁପର ଫାଇଟ । ଚଳିତ ଟି-୨୦ ବିଶ୍ବକପରେ ଆଜି ହେଉଛି ଫାଇନାଲ ଫାଇଟ । ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଛି ଏହି ମ୍ୟାଚ । ଟି-୨୦ ବିଶ୍ବକପ ଫାଇନାଲରେ ଟସ୍ ଜିତି ବୋଲିଂ ନିଷ୍ପତି ନେଇଛି ଅଷ୍ଟ୍ରେଲିଆ । ଟସ୍ ଜିତିଥିଲେ ବି ଚେସ୍ କରିବାକୁ ନିଷ୍ପତି ନେଇଛି ଅଷ୍ଟ୍ରେଲିଆ । ତେବେ ଆଜି ଟି-୨୦ ଫର୍ମାଟରେ ବିଶ୍ବ ଏକ ନୂଆ ଚମ୍ପିଆନ ଦେଖିବ । କାହିଁକି ନା ଏହା ପୂର୍ବରୁ ଉଭୟ ଦଳ ଟି-୨୦ ବିଶ୍ବକପରେ ଟ୍ରଫି ଜିତି ନାହାନ୍ତି ।  ଚଳିତ ବିଶ୍ବକପରେ ଉଭୟ ବ୍ୟାଟିଂ, ବୋଲିଂରେ ଦମଦାର ପ୍ରଦର୍ଶନ କରିଛି ଉଭୟ ଦଳ । ତେଣୁ ଆଜିର ଫାଇନାଲ ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ । ଅନ୍ୟପଟେ ୨୦୧୫ ଦିନିକିଆ ବିଶ୍ବକପର ବଦଲା ନେବା ଲକ୍ଷ୍ୟରେ ରହିଛି ବ୍ଲାକ କ୍ୟାପ୍ସ । ୨୦୧୫ ଦିନିକିଆ ବିଶ୍ବକପ ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ବିଶ୍ବବିଜେତା ହୋଇଥିଲା ଅଷ୍ଟ୍ରେଲିଆ । ତେଣୁ ଚଳିତ ଟି-୨୦ ବିଶ୍ବକପରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ୨୦୧୫ ବିଶ୍ବକପର ବଦଲା ନେବାକୁ ଚେଷ୍ଟା କରିବ ନ୍ୟୁଜିଲାଣ୍ଡ ।

ସେହିପରି ଭାବରେ ଆଜିର ମ୍ୟାଚକୁ ଜିତି ପ୍ରଥମ ଥର ଟି-୨୦ ବିଶ୍ବକପର ଟ୍ରପି ହାତେଇବା ଲକ୍ଷ୍ୟରେ ରହିବ କଙ୍ଗାରୁ ଦଳ । ୨୦୧୫ ଦିନିକିଆ ବିଶ୍ବକପ ଫାଇନାଲ ପରି ଏହି ଟି-୨୦ ବିଶ୍ବକପରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଟି-୨୦ ଅନ୍ତର୍ଜାତୀୟରେ ବିଶ୍ବ ବିଜେତା ହେବା ଲକ୍ଷ୍ୟରେ ରହିଛି ଅଷ୍ଟ୍ରେଲିଆ ।

ନ୍ୟୁଜିଲାଣ୍ଡ

ମାର୍ଟିନ ଗୁପଟିଲ୍, ଡାର୍ଲି ମିଚେଲ୍, କେନ ଓ୍ଵିଲିୟମସନ (ଅଧିନାୟକ), ଟିମ୍ ସେଇଫର୍ଟ (ଓ୍ଵିକେଟ୍ କିପର), ଗ୍ଲେନ ଫିଲିପ୍ସ, ଜେମ୍ସ ନିଶାନ, ମିଚେଲ୍ ସାଣ୍ଟନର, ଆଡମ ମିଲନେ, ଟିମ୍ ସାଉଦି, ଇସ ସୋଢି, ଟ୍ରେଣ୍ଟ ବୋଲ୍ଟ।

ଅଷ୍ଟ୍ରେଲିଆ

ଡେଭିଡ୍ ଓ୍ଵାର୍ଣ୍ଣର, ଆରୋନ ଫିଞ୍ଚ୍ (ଅଧିନାୟକ), ମିଚେଲ୍ ମାର୍ଶ, ଷ୍ଟିଭ୍ ସ୍ମିଥ୍, ଗ୍ଲେନ୍ ମାକ୍ସଓ୍ଵେଲ, ମାର୍କସ ଷ୍ଟୋଇନିସ୍, ମାଥ୍ୟୁ ଓ୍ଵାଡେ (ଓ୍ଵିକେଟ୍ କିପର), ପାଟ୍ କମିନ୍ସ, ମିଚେଲ ଷ୍ଟାର୍କ, ଆଡମ ଜାମ୍ପା, ଜୋସ୍ ହେଜେଲଉଡ।

Latest Posts

Don't Miss