ରାଷ୍ଟ୍ରୀୟ ସ୍ତରର ରେସଲର ନିଶା ଦାହିୟା ଓ ତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା; ମା’ଙ୍କ ଅବସ୍ଥା ସଙ୍କଟାପୂର୍ଣ୍ଣ
1 min readସୋନୀପତ: ରାଷ୍ଟ୍ରୀୟ ସ୍ତରର ରେସଲରଙ୍କୁ ଗୁଳି ମାରି ହତ୍ୟା । ହରିଆଣାର ସୋନୀପତରେ ରାଷ୍ଟ୍ରିୟ ସ୍ତରର ରେସଲର ନିଶା ଦାହିୟାଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି । ନିଶାଙ୍କ ବ୍ୟତୀତ ତାଙ୍କ ଭାଇ ଓ ତାଙ୍କ ମା’ଙ୍କୁ ମଧ୍ୟ ଗୁଳି ମାରିଥିଲେ ଆକ୍ରମଣକାରୀ । ତେବେ ଏହି ଆକ୍ରମଣରେ ନିଶାଙ୍କ ସହ ତାଙ୍କ ଭାଇ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି ଏବଂ ତାଙ୍କ ମା ଗୁରୁତର ଭାବରେ ଆହାତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ଏହି ସମ୍ବେଦନଶୀଳ ଘଟଣା ସୋନୀପତର ହଲାଲପୁର ଗାଁର ଘଟିଛି । ଯେଉଁଠାରେ ସୁଶୀଲ କୁମାରଙ୍କ ନାମରେ ଏକାଡେମୀ ରହିଛି । ସେହି ଏକାଡେମୀଠାରେ ଆକ୍ରମଣକାରୀ ଏହି ଜଘନ୍ୟ କାଣ୍ଡ ଭିଆଇଥିଲେ । ଆକ୍ରମଣକାରୀ ନିଶା ଦାହିୟା, ତାଙ୍କ ଭାଇ ସୁରଜ ଦାହିୟା ଓ ତାଙ୍କ ମା’ ଧନପତିଙ୍କ ଉପରକୁ ଆଖିବୁଜା ଗୁଳି ବର୍ଷା କରିଥିଲେ । ତେବେ ଆଖିବୁଜା ଗୁଳି ବର୍ଷା ପରେ ଆକ୍ରମଣକାରୀ ସେଠାରୁ ଫେରାର ହୋଇଯାଇଥିଲେ । କିଏ କିଛି ବୁଝିବା ପୂର୍ବରୁ ରାଷ୍ଟ୍ରୀୟ ସ୍ତରର ରେସଲର ନିଶା ଦାହିୟା ଓ ତାଙ୍କ ଭାଇ ସୁରଜଙ୍କର ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ ଏବଂ ତାଙ୍କ ମା’ ଧନପତି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯେଉଁଠାରେ ଏବେ ବି ସେ ସଙ୍କଟାପୂର୍ଣ୍ଣ ରହିଛନ୍ତି । ତେବେ କ’ଣ ପାଇଁ ଏମିତି ଏକ ଜଘନ୍ୟ କାଣ୍ଡ ଘଟିଛି ତାହା ଉପରୁ ଏବେ ବି ପରଦା ଉଠିନି ।
Congratulations to Shivani, Anju, Divya, Radhika and Nisha for winning medals at the Wrestling Championships in Belgrade. Their performance is special and will contribute to wrestling becoming even more popular across India. https://t.co/pI6aByu2ZB
— Narendra Modi (@narendramodi) November 10, 2021
ତେବେ ନିଶା ଦାହିୟାଙ୍କୁ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଅଣ୍ଡର-୨୩ ଓ୍ବାର୍ଲ୍ଡ ରେସଲିଂ ଚମ୍ପିଆନସିପରେ ମେଡାଲ ଜିତିଥିବା ପାଞ୍ଚ ଜଣ ରେସଲରଙ୍କୁ ମୋଦୀ ଶୁଭେଚ୍ଛା ଜଣାଇଥିଲେ । ଯେଉଁଥିରେ ନିଶା ଦାହିୟା ଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ କରି ଲେଖିଥିଲେ କି ଶିବାନୀ, ଅଞ୍ଜୁ,ଦିବ୍ୟା, ରାଧିକା ଏବଂ ନିଶାଙ୍କୁ ଓ୍ବାର୍ଲ୍ଡ ଚମ୍ପିଆନସିପ ବିଜୟ ପାଇଁ ଶୁଭେଚ୍ଛା ।