ଅପରାହ୍ଣ ୨ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି
2 min readନୂଆଦିଲ୍ଲୀ: ସଂସଦର ଉଭୟ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ । ଅପରାହ୍ଣ ୨ଟା ଯାଏଁ ଲୋକସଭାକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ଓମ୍ ବିର୍ଲା । ଅପରପକ୍ଷରେ ରାଜ୍ୟସଭାରେ ମଧ୍ୟ ବିରୋଧୀଙ୍କ ହୋହଲ୍ଲା ହଟ୍ଟଗୋଳକୁ ଯୋଗୁଁ ମଧ୍ୟାହ୍ନ ୧୨ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରାଯାଇଛି ।
Lok Sabha has been adjourned till 2 pm amid the uproar by the Opposition pic.twitter.com/tvK5Q4xz3J
— ANI (@ANI) July 20, 2021
Rajya Sabha has been adjourned soon after it began till 12 noon amid uproar by the Opposition pic.twitter.com/o0C2mG31Ve
— ANI (@ANI) July 20, 2021
ଅପରପକ୍ଷରେ ୩ କୃଷ ଆଇନ ପ୍ରସଂଗରେ ସଂସଦ ବାହାରେ ପ୍ଳାଇଂ କାର୍ଡ ଧରି ପ୍ରତିବାଦ ଜଣାଇଛନ୍ତି ଶିରୋମଣି ଅକାଳୀ ଦଳ ସାଂସଦ । ସେମାନେ କହିଛନ୍ତି ଯେ ଗତକାଲି କଂଗ୍ରେସ ସମସ୍ତ ପ୍ରସଂଗ ଲୋକସଭାରେ ଉଠାଇଥିଲା କୃଷି ଆଇନ ବ୍ୟତୀତ । କିନ୍ତୁ କୃଷି ଆଇନକୁ ସଂସଦରେ ଆଗତ କରାଗଲେ ବେଳେ ଗୃହତ୍ୟାଗ କରିଥିଲେ । ଏବେ ଚାଷୀ ଧାରଣାରେ ବସିଥିବା ବେଳେ ସେମାନେ ଚୁପ୍ ରହିଛନ୍ତି । ଉଭୟ ଆପ୍ ଏବଂ କଂଗ୍ରେସ କେହିଁ ଆନ୍ଦୋଳନରତ ଚାଷୀଙ୍କୁ ନେଇ ଚିନ୍ତିତ ନୁହଁନ୍ତି ବୋଲି ଶିରୋମଣି ଅକାଳୀ ଦଳ ନେତ୍ରୀ ହରସମ୍ରିତ କୋର୍ ବାଦଲ ।
Y'day, Congress raised all issues in LS, other than farm issues. It doesn't care about farmers. Both AAP & Congress had walked out when farm laws were introduced. They're double-faced. Only SAD raising it. We'll file for House adjournment even today: SAD, Harsimrat Kaur Badal pic.twitter.com/7aJvLNgWfM
— ANI (@ANI) July 20, 2021