ନିଜକୁ ମୃତ ଘୋଷଣା କରି ବୀମା କମ୍ପାନୀରୁ ନେଲେ ୧୧ କୋଟି ଟଙ୍କା

Businessman taking pile of money, Indian Rupee banknotes, on his desk in a dark office - corruption concept

ଲାହୋର: ଜଣେ ମହିଳା ନିଜକୁ ମୃତ ଘୋଷଣା କରିବା ସହ ଦୁଇଟି ଜୀବନ ବୀମା କମ୍ପାନୀରୁ ପାଖାପାଖି ୧.୫ ମିଲିୟନ୍ ଡଲାର ନେଇଥିବା ଜଣାପଡିଛି । ଯାହା ପରେ ଘଟଣାର ଯାଞ୍ଚ ଆରମ୍ଭ କରିଛନ୍ତି ପାକିସ୍ତାନୀ ଅଧିକାରୀ ।

ଏହି ମାମଲାର ତଦନ୍ତ କରୁଥିବା ସଂଘୀୟ ଯାଞ୍ଚ ଏଜେନ୍ସି (ଏଫଆଇଏ)ର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ସୀମା ଖାର୍ବେ ନାମକ ଜଣେ ମହିଳା ୨୦୦୮ ଓ ୨୦୦୯ ମସିହାରେ ଆମେରିକା ଗସ୍ତରେ ଯାଇଥିଲେ । ପରେ ନିଜ ନାମରେ ଦୁଇଟି ବଡ ଜୀବନ ବୀମା ପଲିସି ନେଇଥିଲେ ।

୨୦୧୧ ମସିହାରେ ସମ୍ପୃକ୍ତ ମହିଳା ଜଣେ ଡାକ୍ତରଙ୍କ ସହିତ ପାକିସ୍ତାନର କିଛି ସ୍ଥାନୀୟ ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେଇ ନିଜ ଆଡକୁ କରିଥିଲେ । ପରେ  ନିଜ ନାମରେ ମୃତ୍ୟୁ ପ୍ରମାଣପତ୍ର ଜାରି କରିବା ସହ କାଗଜପତ୍ରରେ ତାଙ୍କୁ ସମାଧି ଦିଆଯାଇଥିବା ନେଇ ଉଲ୍ଲେଖ କରାଯାଇଥିଲା ।

ମିଛ ପ୍ରମାଣପତ୍ର ଦେଖାଇ ମହିଳାଙ୍କ ପିଲାମାନେ ୧.୫ ମିଲିୟନ୍ ଆମେରିକୀୟ ଡଲାରର ଦୁଇଟି ଜୀବନ ବୀମା ପଲିସି ଉଠାଇବା ଲାଗି ଦାବି କରିଥିଲେ । ଯାହାର ମୂଲ୍ୟ ଭାରତରେ ୧୧ କୋଟି ଟଙ୍କା ହୋଇଥିବା ବେଳେ ପାକିସ୍ତାନୀ ଟଙ୍କା ହିସାବରେ ୨୩ କୋଟି ହେବ ।

Leave a Reply