ବିପଦରେ କମଲନାଥ ସରକାର, ଭୋପାଳ ଛାଡ଼ି ବେଙ୍ଗଳୁରୁ ଗଲେ ୧୮ କଂଗ୍ରେସ ବିଧାୟକ

ଭୋପାଳ: ବିଜେପିର ଅପରେସନ୍ ଲୋଟସ୍୩ ଅଭିଯାନ ନେଇ ସାରା ଦେଶରେ ଜୋରଦାର ଚର୍ଚ୍ଚା । କର୍ଣ୍ଣାଟକ ପରେ ମଧ୍ୟପ୍ରଦେଶ ହାତେଇବାକୁ ଦଳ ପ୍ରୟାସ କରୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସର ନେତା । ଏ ମଧ୍ୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଉପରେ ପଡିଛି ବିଜେପିର ଅଭିଶାପ । ଦଳୀୟ ସମସ୍ୟା ସମାଧାନ ନହେଉଣୁ ଆଉ ଏକ ସମସ୍ୟା ଏବେ କଂଗ୍ରେସ ସରକାରଙ୍କ ଉପରେ ମୁଣ୍ଡ ଟେକି ଛିଡା ହେଲାଣି । ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା କରି କମଲନାଥ ସମସ୍ୟାର ସମାଧାନ କରିବା ଭିତରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଟିମ୍‌ର ୧୮ ଜଣ ବିଧାୟକ ଏବେ ବାଙ୍ଗାଲୋରରେ ପହଞ୍ଚିଛନ୍ତି ।

ସରକାରଙ୍କୁ ଅସୁବିଧାରେ ପକାଇ ନିଜ ଦାବି ପୂରଣ ପାଇଁ ବାଧ୍ୟ କରିବାକୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏପରି କରିଛନ୍ତି ବୋଲି କମଲନାଥ ଖୋଲାଖୋଲି କହୁଛନ୍ତି । କଂଗ୍ରେସ ରାଜ୍ୟରେ ବହୁମତ ହାସଲ କରିବା ପରେ ସେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲେ, ହେଲେ ହାଇକମାଣ୍ଡଙ୍କ ପସନ୍ଦ ନହେବାରୁ ଜ୍ୟୋତିରାଦିତ୍ୟ ଅସନ୍ତୁଷ୍ଟ ଅଛନ୍ତି ବୋଲି କମଲନାଥ କହିଛନ୍ତି ।ସେପଟେ ବେଙ୍ଗଳୁରୁରେ ମଧ୍ୟ କିଛି ଅସନ୍ତୁଷ୍ଟ କଂଗ୍ରେସ ବିଧାୟକ ଅଛନ୍ତି । ସେମାନଙ୍କ ସହ ମିଶି ସିନ୍ଧିଆ କିଛି ଷଡଯ଼ନ୍ତ୍ର କରିପାରନ୍ତି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି କମଲନାଥ । ୨୩୦ଟି ଆସନ ଥିବା ମଧ୍ୟପ୍ରଦେଶ ବିଧାନସଭାରେ ୧୧୪ ଜଣ କଂଗ୍ରେସ ସଦସ୍ୟ ଥିବା ବେଳେ ୧୦୯ ଜଣ ବିଜେପି ବିଧାୟକ ଅଛନ୍ତି । କଂଗ୍ରେସର ୧୧୪ ଜଣ ମଧ୍ୟରୁ ୧୮ ଜଣ ବିରୋଧୀ ବିଧାୟକ ବାଙ୍ଗାଲୋର ପଳାଇବା ପରେ ରାଜ୍ୟରେ କଂଗ୍ରେସ ସରକାର ଏବେ ଦୋହଲି ଯାଇଛି । ସମସ୍ତଙ୍କୁ ମନାଇ ଘରକୁ ଫେରାଇ ଆଣିବାକୁ ପ୍ରୟାସ କରୁଛନ୍ତି କମଲନାଥ ।

ଝାଡ଼ଖଣ୍ଡ ବିଧାନସଭା ଭୋଟ୍ ଗଣତି ଜାରି, ପ୍ରାରମ୍ଭିକ ଟ୍ରେଣ୍ଡରେ ପଛରେ ଚାଲିଛି ବିଜେପି

Leave a Reply