ଭାରତରେ ଟିକ୍‌ଟକ୍‌ ବ୍ୟାନ୍‌ ପରେ କମ୍ପାନୀର ପୁଣି ଫେରିବାକୁ ଚେଷ୍ଟା, କହିଲା ଚାଇନା ସରକାରଙ୍କୁ ଆମେ କୌଣସି ତଥ୍ୟ ଦେଇନାହୁଁ

ନୂଆଦିଲ୍ଲୀ: ଦେଶରେ ୫୯ ଟି ଚାଇନିଜ୍ ଆପ୍ ନିଷେଧ ହେବା ପରେ ଟିକ୍‌ଟକ୍ ନିଜକୁ ବେଜିଂ ଠାରୁ ଦୂରେଇ ଦେଇଛି । ଏଭଳି ସୂଚନା ଦେଇଛି ନ୍ୟୁଜ୍ ଏଜେନ୍ସି ରଏଟର୍ସ । ଟିକ୍‌ଟକ୍ ମୁଖ୍ୟ କାର୍ଯ୍ୟନିର୍ବାହୀ କେଭିନ୍ ମାୟର୍ ୨୮ ଜୁନ୍ ରେ ସରକାରଙ୍କୁ ଲେଖିଥିବା ଏକ ଚିଠିରେ କହିଛନ୍ତି ଯେ ଚୀନ୍ ସରକାର କେବେବି ଉପଭୋକ୍ତା ତଥ୍ୟ ମାଗି ନାହାଁନ୍ତି । ଯଦି ତଥ୍ୟ ମଗାଯାଏ ତେବେ କମ୍ପାନୀ ସେପରି କୌଣସି ସୂଚନା ଦେବ ନାହିଁ । ଶୁକ୍ରବାର ଦିନ ରଏଟର୍ସ ଏହି ଚିଠିକୁ ହସ୍ତଗତ କରିଛି ।

ଚାଇନାର କମ୍ପାନୀ ବାଇଟ ଡାନ୍ସର ମାଲିକାନାରେ ଥିବା ଟିକ୍‌ଟକ୍‌ ଏକ ସ୍ୱଳ୍ପ ଫର୍ମ ଭିଡିଓ ଆପ୍ ଚାଇନାରେ ଉପଲବ୍ଧ ନୁହେଁ । ବିଶ୍ୱ ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ କମ୍ପାନୀ ଚାଇନାର ଠାରୁ ଦୂରେଇ ଯିବାକୁ ଚାହୁଁଛି । ଏହି ସପ୍ତାହ ଆରମ୍ଭରେ ଦେଶରେ ଚୀନ୍ ସହିତ ସୀମା ବିବାଦ ପରେ ଟିକ୍‌ ଟକ୍‌ ବ୍ୟତୀତ ଟେନସେଣ୍ଟ ହୋଲଡିଂସର ଓ୍ୱି ଚାଟ ଏବଂ ଆଲିବାବା ଗ୍ରୁପର ୟୁସି ବ୍ରାଉଜର ସମେତ ମୋଟ ୫୯ ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ।

ଟିକ୍‌ଟକ୍ ମୁଖ୍ୟ କାର୍ଯ୍ୟନିର୍ବାହୀ କେଭିନ୍ ମାୟର୍ ସରକାରଙ୍କୁ ଲେଖିଥିବା ଏକ ପତ୍ରରେ ଲେଖିଛନ୍ତି ଯେ ‘ମୁଁ ନିଶ୍ଚିତ କରେ ଯେ ଚୀନ୍ ସରକାର ଆମଠାରୁ ଭାରତୀୟ ବ୍ୟବହାରକାରୀଙ୍କ ଟିକ୍‌ ଟକ୍‌ ତଥ୍ୟ ମାଗି ନାହାଁନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଭାରତୀୟ ବ୍ୟବହାରକାରୀଙ୍କ ତଥ୍ୟ ସିଙ୍ଗାପୁରର ସର୍ଭରରେ ଗଚ୍ଛିତ ଅଛି । ଭବିଷ୍ୟତରେ ଯଦି ଚୀନ ଆମଠାରୁ ଏପ ରି ଆଶା କରେ ତେବେ ଆମେ ତାହା ପୂରଣ କରିବୁ ନାହିଁ’  ।

ଏହି ମାମଲା ସହ ଜଡିତ ଏକ ସୂତ୍ର ରଏଟର୍ସକୁ ସୂଚନା ଦେଇଛି ଯେ ଆସନ୍ତା ସପ୍ତାହରେ ସରକାର ଏବଂ କମ୍ପାନୀ ମଧ୍ୟରେ ବୈଠକ ପୂର୍ବରୁ କମ୍ପାନୀ ଏହି ଚିଠି ପଠାଇଛି । ଏଥି ସହିତ, ଏହି ନିଷେଧାଦେଶ ଶୀଘ୍ର ଶେଷ ହେବ ନାହିଁ ବୋଲି ଏକ ସରକାରୀ ସୂତ୍ରରୁ ପ୍ରକାଶ ପାଇଛି । ଆଇନ ଅନୁଯାୟୀ ଏହାକୁ ଜିତିବା ମଧ୍ୟ କଷ୍ଟସାଧ୍ୟ ବୋଲି ଆଇନଜୀବୀମାନେ କହିଛନ୍ତି । କାରଣ ଜାତୀୟ ସୁରକ୍ଷା ଦର୍ଶାଇ ଏହି ଆପ୍ ଉପରେ ଭାରତ ସରକାର ନିଷିଦ୍ଧ କରିଛନ୍ତି ।

Leave a Reply