ଦୁଷ୍କର୍ମ ଅଭିଯୁକ୍ତକୁ ଖସାଇବାକୁ ୩୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ ମହିଳା SI

Women Police arrested in allegations of taking 35 Lakhs bribe from rape accused

ଅହମଦାବାଦ: ଗୁଜରାଟରେ ଦୁଷ୍କର୍ମ ଅଭିଯୁକ୍ତଙ୍କ ଠାରୁ ୩୫ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଜଣେ ମହିଳା ପୋଲିସ ଅଧିକାରୀ ଗିରଫ ହୋଇଛନ୍ତି । ଗିରଫ ପରେ ମହିଳା ଏସ୍ଆଇଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ପରେ ପୋଲିସ ତାଙ୍କୁ ୩ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅହମଦାବାଦ ମହିଳା ପୋଲିସ ଥାନାର ଇନଚାର୍ଜ ଏସ୍ଆଇ ଶ୍ୱେତା ଜଡ଼େଜାଙ୍କ ନାଁରେ ଲାଞ୍ଚ ନେଉଥିବା ନେଇ ଅଭିଯୋଗ ହୋଇଛି ।

ଶ୍ୱେତା ଜଡ଼େଜା ଦୁଷ୍କର୍ମ ଅପରାଧୀଙ୍କ ଠାରୁ ୩୫ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଏଫଆଇଆର୍ ରୁଜୁ ହୋଇଛି । ଏଫଆଇଆର୍ ମୁତାବକ ଅହମଦାବାଦ ସ୍ଥିତ ଏକ ଘରୋଇ କମ୍ପାନୀର ଦୁଇ ଜଣ ମହିଳା ପ୍ରବନ୍ଧନ ନିର୍ଦ୍ଦେଶକ କେନଲ ଶାହଙ୍କ ବିରୋଧରେ ଦୁଷ୍କର୍ମ ନେଇ ଅଭିଯୋଗ କରିଥିଲେ । ଏହି ମାମଲାରେ କମ୍ପାନୀର ସୁରକ୍ଷା ଅଧିକାରୀ ଅହମଦାବାଦ ସାଟେଲାଇଟ୍ ଥାନାରେ ଅଭିଯୋଗ କରିଥିଲେ । ଏହା ଉପରେ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରିଛି ।

ତଦନ୍ତରୁ ଜଣାପଡ଼ିଛି ମହିଳା ଏସ୍ଆଇ ଶ୍ୱେତା ୩୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଲାଞ୍ଚ ନଦେଲେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଧମକ ଦେଇଥିଲେ । ଅଭିଯୁକ୍ତ କେନଲ ଶାହଙ୍କ ଭାଇକୁ ଏସ୍ଆଇ ୩୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ବେଳେ ୨୦ ଲକ୍ଷ ଟଙ୍କାରେ ଉଭୟ ପକ୍ଷ ରାଜି ହୋଇଥିଲେ । ପରେ ଲାଞ୍ଚ ଟଙ୍କାକୁ ଶ୍ୱେତାଙ୍କ ସମ୍ପର୍କୀୟକୁ ଦେଇଥିଲେ । ଅଭିଯୁକ୍ତ କେନଲ ଶାହଙ୍କ ବିରୋଧରେ ଆଉ ଏକ ଏଫଆଇଆର୍ ରୁଜୁ ହୋଇଥିଲା । ଏଫଆଇଆର୍ ରୁଜୁ ପରେ ଶ୍ୱେତା ଅଭିଯୁକ୍ତଙ୍କ ଭାଇଙ୍କୁ ଆଉ ୨୦ ଲକ୍ଷ ଟଙ୍କା ମାଗିଥିବା ବେଳେ ସେ ୧୫ ଲକ୍ଷ ଟଙ୍କା ଦେଇଥିଲେ ।

ଏନେଇ କନେଲ ଶାହଙ୍କ ଭାଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସର ଯାଞ୍ଚ ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରି ଏସ୍ଆଇ ଶ୍ୱେତାଙ୍କ ବିରୋଧରେ ମାମଲା ରୁଜୁ କରିଛି । ପୂରା ମାମଲାର ତଦନ୍ତ ହୋଇଥିବା କ୍ରାଇମବ୍ରାଞ୍ଚର ଜଏଣ୍ଟ ପୋଲିସ କମିଶନର ଅଜୟ ତୋମର କହିଛନ୍ତି । ଏବେ ମାମଲାର ତଦନ୍ତ ସ୍ୱତନ୍ତ୍ର ପ୍ରୋଟେକ୍ସନ୍ ଗ୍ରୁପର ଏସିପି ବିସି ସୋଲଙ୍କି କରୁଛନ୍ତି ।

Leave a Reply