ଏହି ୬ଟି ଜିନିଷ ସାମିଲ କରନ୍ତୁ ନିଜ ଡାଏଟ୍ ରେ… କିଡନୀ ଓ ରକ୍ତ ଚାପରୁ ହେବେ ମୁକ୍ତ

1 min read

ଆଜିକାଲି ଲୋକେ ଜଙ୍କ ଫୁଡ୍ ଖାଇବା ଅଧିକ ପସନ୍ଦ କରନ୍ତି । ପାଟିର ସ୍ୱାଦ ପାଇଁ ସମସ୍ତେ ଜଙ୍କ ଫୁଡ ଖାଇବାକୁ ପସନ୍ଦ କରନ୍ତି ସତ, କିନ୍ତୁ ଏହା ଶରୀରକୁ ଆବଶ୍ୟକ ପ୍ରୋଟିନ୍, ଭିଟାମିନ୍ ଏବଂ ମିନେରାଲ୍ସ ଯୋଗାଇ ନଥାଏ । ଏହା ଶରୀରରେ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ । ଜଙ୍କ ଫୁଡ୍ ଯୋଗୁଁ ଫୁସଫୁସ ସମ୍ବନ୍ଧୀୟ ଅନେକ ଅସୁବିଧା ହୋଇଥାଏ ।

ଏଥିପାଇଁ ଫୁସଫୁସ ରୋଗର ଅନେକ ଲକ୍ଷଣ ଦେଖାଯାଏ, ଯେଉଁଥିପାଇଁ ପ୍ରବଳ କାଶ, ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା, ମୁଣ୍ଡ ବିନ୍ଧା, ଛାତି ଯନ୍ତ୍ରଣା ଭଳି ସମସ୍ୟା ଦେଖାଦିଏ । ଏହା ବ୍ୟତୀତ ଆଜିକାଲି କରୋନାରେ ମୃତ୍ୟୁ ହେଉଥିବା ଅଧିକାଂଶ ଲୋକେ ମଧୁମେହ ବା ଉଚ୍ଚରକ୍ତଚାପ ପୀଡିତ ଥାନ୍ତି । ଦେଶରେ ତଥା ବିଶ୍ୱରେ କରୋନା ଜୀବାଣୁ ମହାମାରୀକୁ ଦୃଷ୍ଟିରେ ରଖି ଶରୀରର ଯତ୍ନ ନେବା ଅତ୍ୟନ୍ତ ଜରୁରୀ ହୋଇଯାଇଛି । ସେଥିପାଇଁ ନିତିଦିନିଆ ଡାଏଟ ରେ କିଛିଟା ଆଇଟମ୍ ସାମିଲ କରିବା ଆବଶ୍ୟକ ।

ରସୁଣ

ପ୍ରତିଦିନ ନିଜ ଖାଇବା ମେନୁରେ ରସୁଣ ସାମିଲ କରିବା ଜରୁରୀ । ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଶରୀରକୁ ଅନ୍ୟ ରୋଗ ସହ ଲଢିବା ପାଇଁ ସହଯୋଗ କରେ । ରସୁଣ ଖାଇଲେ ଥଣ୍ଡା ଜ୍ୱର ହୁଏ ନାହିଁ । ତେଣୁ, ଖାଦ୍ୟ ଖାଇବା ପରେ ରସୁଣ ଖାଇଲେ , ଶରୀରରେ କଫ ଜମେ ନାହିଁ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ । ଗୋଟେ ଗ୍ଲାସ ପାଣିରେ ଅଧା ଚାମଚ ହଳଦୀ ପାଉଡର ମିଶାଇ ପିଇଲେ ଶରୀର ସୁସ୍ଥ ରୁହେ । ଶିଶୁମାନଙ୍କୁ ମଧ୍ୟ ଏହା ପ୍ରତିଦିନ ପିଆଇବା ଉଚିତ୍ । କାରଣ ଏହା ତାଙ୍କ ଫୁସଫୁସକୁ ସୁରକ୍ଷିତ ରଖିବାରେ ସହଯୋଗ କରେ ।

ଗାଜର

ଗାଜରରେ ବିଭିନ୍ନ ପ୍ରକାରର ଆଣ୍ଟି-ଅକ୍ସିଡାଣ୍ଟ ଥାଏ ଯାହା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଗାଜର କୈରୋଟିନୋଏଡ ପାଇଁ ସର୍ବୋତ୍ତମ ବୋଲି କୁହାଯାଏ । ଅନେକ ଅନୁସନ୍ଧାନରୁ ଜଣାପଡିଛି ଯେ କର୍କଟ ରୋଗ ହ୍ରାସ ହେବାର କାରଣ ସହିତ କୈରୋଟିନୋଏଡ ଜଡିତ। ଗାଜରକୁ କଞ୍ଚା ଖାଇବା ସହ ସିଝାଇ ବା ରାନ୍ଧି ଖାଇଲେ ଏହା ଶରୀପର ପାଇଁ ଲାଭଦାୟକ ହୋଇଥାଏ ।

ପିଜୁଳି
ପିଜୁଳି ରସ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହା ଶ୍ୱାସ ନଳିରେ ହେଉଥିବା ସଂକ୍ରମଣକୁ ହ୍ରାସ କରିଥାଏ  । ଏହାର ଆଣ୍ଟିଭାଇରସ୍ ଗୁଣ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ  । ପିଜୁଳିରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ମଧ୍ୟ ରହିଛି ଯାହା ପ୍ରତିଦିନ ଖାଇବା ଜରୁରୀ ।

ସେଓ

ସେଉରେ ମଧ୍ୟ ପ୍ରଚୁର ପରିମାଣର ଭିଟାମିନ ସି ରହିଛି । ଏଥିପାଇଁ ପ୍ରତିଦିନ ସକାଳେ ସେଓ ଖାଇଲେ ଏହା ଶରୀରକୁ ରୋଗମୁକ୍ତ କରେ । ଏଥିରେ ଭରପୁର ଫାଇବର ମଧ୍ୟ ଅଛି ।

କଖାରୁ

କଖାରୁ ଫୁସଫୁସ ପାଇଁ ଭଲ ହେବା ସହ ମଧୁମେହ ଓ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିବାରେ ସହଯୋଗ କରେ । କଖାରୁରେ ପୋଟାସିୟମ୍, ଭିଟାମିନ୍ ସି, ମ୍ୟାଗ୍ନେସିୟମ୍ ଏବଂ ବିଭିନ୍ନ ସର୍ବୋତ୍ତମ ତତ୍ତ୍ୱ ରହିଛି ।

ଅଦା

ଅଦା ଖାଇବା ଦ୍ୱାରା ଶରୀରରେ ବିଷାକ୍ତ ପଦାର୍ଥ ପ୍ରବେଶ କରିନଥାଏ । ବିଶେଷ କଥା ହେଉଛି ଅଦାର ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟି କର୍କଟ ଗୁଣ ଶରୀରକୁ ସୁରକ୍ଷିତ ରଖେ।

Leave a Reply