୭ ଦିନରେ ପୁରା ଭୁବନେଶ୍ୱରକୁ ସ୍କ୍ରିନିଂ କରିବ ବିଏମସି, ଆରମ୍ଭ ହେଲା Door-to-Door ସ୍କ୍ରିନିଂ ସେବା….

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମରେ ଥର୍ମାଲ ସ୍କ୍ରିନିଂ ଆରମ୍ଭ ହୋଇଛି । ପୂର୍ବରୁ କେବଳ ବସ୍ତିବାସୀଙ୍କର ଥର୍ମାଲ ସ୍କ୍ରିନିଂ କରାଯାଉଥିଲା । କିନ୍ତୁ ରାଜଧାନୀର କୋଭିଡ୍ ସ୍ଥିତି ଅସହ୍ୟ ହେବା ପରେ ବିଏମସି ଓ ରାଜ୍ୟ ସରକାରଙ୍କ ମିଳିତି ପ୍ରଚେଷ୍ଟାରେ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଲକ୍ଷଣ ଥିବା ସଂକ୍ରମିତଙ୍କୁ ଚିହ୍ନଟ କରିବା ପାଇଁ ବିଏମସି ଏବେ ପ୍ରତି ୱାର୍ଡର ପ୍ରତି ଘରେ ପହଞ୍ଚିବାର ଦମ୍ଭ ଦେଖାଇଛି ।

ଏହି କ୍ରମରେ ଆଜି ୨୯ ନମ୍ୱର ୱାର୍ଡରେ ଥର୍ମାଲ ସ୍କ୍ରିନିଂ ଆରମ୍ଭ ହୋଇଛି । ଘର ଘର ବୁଲି ବିଏମସି ଟିମ୍ କାମ କରୁଛି । ପ୍ରତି ୱାର୍ଡ ପାଇଁ ୭ ଜଣିଆ ଟିମ୍ ଗଠନ କରାଯାଇଛି । ଟିମରେ ଶିକ୍ଷକ, ସ୍ୱାସ୍ଥ୍ୟକର୍ମୀ, କୋଭିଡ୍ ସଚେତକମାନେ ସାମିଲ ଅଛନ୍ତି । ଉଲ୍ଲେଖଯୋଗ୍ୟ ଯେ ରାଜଧାନୀର କରୋନା ସଂକ୍ରମଣ ଏବେ ଶୀର୍ଷରେ ରହିଛି ।

Leave a Reply