Odisha Corona Updates: ଖୋର୍ଦ୍ଧାଚିନ୍ତାରେ ସରକାର, ରାଜ୍ୟରେ ବି ସ୍ଥିତି ସଙ୍ଗୀନ…..

1 min read

ଭୁବନେଶ୍ୱର: ସଂକ୍ରମଣ ଥମୁନି । ଆଜି ୩୭୭୭ ସଂକ୍ରମିତ ଚିହ୍ନଟ ହେଲେ । ଏକଥା ଜଣା ଯେ, ଟେଷ୍ଟିଂ ବଢିବା ଯୋଗୁଁ ସଂକ୍ରମଣ ବଢୁଛି । ମାତ୍ର ଏତେ ମାତ୍ରାରେ ସଂକ୍ରମଣ ମଧ୍ୟ ଚିନ୍ତା ବଢାଉଛି । ତେବେ ଆଜି ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୨୧୯୧ ଜଣ କ୍ୱାରେଣ୍ଟାଇନର ଅଟନ୍ତି । ଅନ୍ୟପକ୍ଷରେ ୧୫୬୮ ସ୍ଥାନୀୟ ସଂକ୍ରମଣ ।

ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଏବେ ନିୟନ୍ତ୍ରଣରେ ହିଁ ନାହିଁ । ଯେମିତି କିଛି ଦିନ ତଳେ ଗଞ୍ଜାମ ବେକାବୁ ଥିଲା ଏବେ ଖୋର୍ଦ୍ଧା ସେଇ ରାସ୍ତାରେ ଯାଉଛି ।  ଶେଷ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୮୧୫ ରହିଛି । ଖୋର୍ଦ୍ଧା ତଳକୁ ରହିଛି କଟକ ଓ ତା’ ତଳକୁ ପୁରୀ ।

ରାଜ୍ୟ ସରକାରଙ୍କର ଜିଲ୍ଲାୱାରୀ ସଂକ୍ରମଣ ତାଲିକା ଅନୁଯାୟୀ, ଅନୁଗୁଳରୁ ୧୧୫, ବାଲେଶ୍ୱରରୁ ୧୨୭, ବରଗଡ଼ରୁ ୧୩୯, ଭଦ୍ରକରୁ ୬୭, ବଲାଙ୍ଗିରରୁ ୫୧, ବୌଦ୍ଧରୁ ୨୬, କଟକରୁ ୩୬୮, ଦେଓଗଡ଼ରୁ ୧୪, ଢେଙ୍କାନାଳରୁ ୬୭, ଗଜପତିରୁ ୧୩, ଗଞ୍ଜାମରୁ ୫୮, ଜଗତସିଂହପୁରରୁ ୧୦୦, ଯାଜପୁରରୁ ୧୩୩, ଝାରସୁଗୁଡ଼ାରୁ ୭୦, କଳାହାଣ୍ଡିରୁ ୭୦, କନ୍ଧମାଳରୁ ୪୯, କେନ୍ଦ୍ରାପଡ଼ାରୁ ୧୪୮, କେନ୍ଦୁଝରରୁ ୭୮, କୋରାପୁଟରୁ ୯୮, ମାଲକାନଗିରିରୁ୨୬, ମୟୂରଭଞ୍ଜରୁ ୫୮, ନବରଙ୍ଗପୁରରୁ ୧୦୭, ନୟାଗଡ଼ରୁ ୭୧, ନୂଆପଡ଼ାରୁ ୭୩, ପୁରୀରୁ ୨୩୭, ରାୟଗଡ଼ାରୁ ୭୫, ସମ୍ୱଲପୁରରୁ ୧୧୨, ସୋନପୁରରୁ ୭୨,  ଓ ସୁନ୍ଦରଗଡ଼ରୁ ୧୪୮ଜଣ ବ୍ୟକ୍ତି କରୋନାର ଶୀକାର ହୋଇଛନ୍ତି ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଏବେ ୧ ଲକ୍ଷ ୪୬ ହଜାର ୮୯୪ରେ ପହଞ୍ଚିଛି । ସେହିଭଳି ରାଜ୍ୟରେ ଏବେ ସକ୍ରିୟ ସଂକ୍ରମିତ ୩୪ ହଜାର ୧୬୩ । ଅନ୍ୟପକ୍ଷରେ ସଂକ୍ରମଣ ବଢୁଥିଲେ ମଧ୍ୟ ରାଜ୍ୟର ସୁସ୍ଥତା ହାର ଉଲ୍ଲେଖନୀୟ ରହିଛି । ଏଯାବତ୍ ରାଜ୍ୟରେ ୧ ଲକ୍ଷ ୧୨ ହଜାର ୬୨ ବ୍ୟକ୍ତି କରୋନା କବଳରୁ ମୁକ୍ତ ହୋଇ ସାରିଲେଣି ।

Leave a Reply