ଯାଜପୁରରେ ଲଭ୍ ଜିହାଦ: ହତ୍ୟା ଧମକ ଦେଇ ବିବାହ ଅଭିଯୋଗ

Suspected Love Jihad Case In Jajpur

ଚଣ୍ଡିଖୋଲ: ଧମକ ଦେଇ ଧର୍ମ ପରିବର୍ତ୍ତନ ଆଉ ବିବାହ । ଲଭ୍ ଜିହାଦର ସଙ୍ଗୀନ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲାରୁ । ଯେଉଁଠି ବଳପୂର୍ବକ ଜଣେ ମୁସଲମାନ ଯୁବକ କଲେଜରୁ ଫେରୁଥିବା ଜଣେ ହିନ୍ଦୁ ଯୁବତୀଙ୍କୁ ଉଠାଇ ନେବା ପରେ ଜୋର ଜବରଦସ୍ତ ଭାବେ କୋର୍ଟ ମ୍ୟାରେଜ୍ କରିଛନ୍ତି । ପ୍ରଥମେ ପୋଲିସ ଯୁବତୀଙ୍କ ପରିବାର ଅଭିଯୋଗକ୍ରମେ ଅପହରଣ ଏତଲା ଗ୍ରହଣ କରିନଥିବା ବେଳେ ପରେ ନିଖୋଜ ଏତଲା ରଖିଥିଲା । ଅଭିଯୋଗ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଥିବା ବେଳେ ପୋଲିସ ପୁଅର ବାପାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Suspected Love Jihad Case In Jajpur

ଅଭିଯୋଗ ଅନୁସାରେ, ଧର୍ମଶାଳା ଥାନାର ଟହଟା ଗାଁର ଜଣେ ୨୧ ବର୍ଷୀୟ ଯୁବତୀ ଡିସେମ୍ବର ୫ ତାରିଖରେ ଭି.ଏନ୍ କଲେଜ ଯାଜପୁର ରୋଡକୁ ମାଇଗ୍ରେସନ୍ ସାର୍ଟିଫିକେଟ୍ ଆଣିବାକୁ ଯାଇଥିଲେ । ଘରକୁ ଫେରିବାରେ ବିଳମ୍ବ ହେବାରୁ ଦିନ ପ୍ରାୟ ୩ଟା ୧୫ରେ ଘରୁ ଫୋନ୍ କରିଥିଲେ । ଯୁବତୀ ଜଣଙ୍କ କହିଥିଲେ ସେ… ପାଣିକୋଇଲି ପାଖାପାଖି ପହଞ୍ଚିଛି… ଘରକୁ ଯାଉଛି । ମାତ୍ର ଝିଅ ଘରେ ନପହଞ୍ଚିବା, ବିଳମ୍ବ ହେବାରୁ ପୁଣି ସନ୍ଧ୍ୟା ୫ଟାରେ କଲ୍ କରିଥିଲେ । ହେଲେ ଲାଗିନଥିଲା ଝିଅର ଫୋନ୍, ଥିଲା ସ୍ୱିଚ୍ ଅଫ୍ ।

Suspected Love Jihad Case In Jajpur

ପରିବାର ଲୋକ ବ୍ୟତିବ୍ୟସ୍ତ ହୋଇ ଚାରିଆଡ଼େ ଖୋଜାଖୋଜି କରିଥିଲେ ଝିଅକୁ । ସାଙ୍ଗ, ସମ୍ପର୍କୀୟ ସମସ୍ତଙ୍କୁ ପଚାରିଲେ, ଝିଅର ସନ୍ଧାନ ମିଳିଲାନି । ଶେଷରେ ସନ୍ଦେହ ହେଲା ଶେଖ୍ ଉପରେ । କାରଣ ଶେଖ୍ ପୂର୍ବରୁ ବହୁବାର ଯୁବତୀ ଜଣଙ୍କୁ ଜବରଦସ୍ତ ପ୍ରେମ ନିବେଦନ କରିବା ସହ ଉଠାଇ ନେବାକୁ ଧମକଚମକ ଦେଉଥିଲା । ଏପରିକି ହିନ୍ଦୁ ଧର୍ମ ପରିବର୍ତ୍ତନ କରି ମୁସଲମାନ ଧର୍ମ ଗ୍ରହଣ କରି ବିବାହ କରିବାକୁ କହୁଥିଲା । ତେଣୁ, ପରିବାର ଲୋକ ସେଖର ଖବର ନେଲେ । ଜଣାପଡ଼ିଲା ଶେଖ୍ ଜାରକାରେ ନାହିଁ । ତେଣୁ ଶେଖ୍କୁ କଲ୍ କଲେ, ନମ୍ବର ଥିଲା ସ୍ୱିଚ୍ ଅଫ୍ । ଘରଲୋକଙ୍କ ସନ୍ଦେହ ସେଖ୍ ଉପରେ ଦୃଢୀଭୂତ ହୋଇଥିଲା ।

Suspected Love Jihad Case In Jajpur

ଗରିବ ଶ୍ରେଣୀର ଯୁବତୀଙ୍କ ପରିବାର ପୂର୍ବରୁ ଲୋକଲଜ୍ଜା ଭୟରେ ଶେଖର ଧମକ ନେଇ କାହାକୁ କିଛି ଜଣାଇ ନଥିବା ବେଳେ ଝିଅ ଅପହରଣ ନେଇ ଥାନାରେ ଅଭିଯୋଗ କରିଥିଲେ । ପ୍ରଥମେ ଧର୍ମଶାଳା ପୋଲିସ ଅପହରଣ ଏତଲାକୁ ଗ୍ରହଣ ନକରି ନିଖୋଜ ନେଇ ଏତଲା ଦେବାକୁ ବାଧ୍ୟ କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ମାମଲା ଜିଲ୍ଲାପାଳଙ୍କ ପାଖେ ପହଞ୍ଚିଥିବା ବେଳେ ପୋଲିସ ଅଭିଯୁକ୍ତର ବାପା   ଅବ୍ଦୁଲ ହମିଦ୍ ଖାଁକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏବେ ଯାଏ ଯୁବତୀ ଜଣଙ୍କର କୌଣସି ସନ୍ଧାନ ମିଳିନଥିବା ବେଳେ ସେଖକୁ ଖୋଜି ପାଉନି ପୋଲିସ ।

Suspected Love Jihad Case In Jajpur

ତେବେ, ଅପହରଣ ପରେ ଯୁବତୀ ଜଣଙ୍କ ଘରକୁ ଫୋନ୍ କରି ଜାରକା ଗୋପବନ୍ଧୁ ନଗରର ସେଖ୍ ଅବ୍ଦୁଲ ସେମତ ଖାଁ ଅପହରଣ କରି ଆଣିଥିବା କାନ୍ଦି କାନ୍ଦି କହିଥିଲେ । କେତେବେଳେ ଝଡ଼ାଫୁଙ୍କା ସହିପାରୁ ନଥିବା ତ ଆଉ କେବେ କୋର୍ଟ ମ୍ୟାରେଜ୍ କଥା କହି ମାଆକୁ ଫୋନରେ ଉଦ୍ଧାର ପାଇଁ ନିବେଦନ କରୁଥିଲେ ଯୁବତୀ । ମାଆ, ଝିଅଙ୍କ ମଧ୍ୟରେ ଅପହରଣ ପରେ ହୋଇଥିବା ଫୋନ୍ ବାର୍ତ୍ତାଳାପରୁ ସ୍ପଷ୍ଟ ଅଭିଯୁକ୍ତ ଜଣଙ୍କ ଯୁବତୀଙ୍କୁ ବହୁତ ନିର୍ଯାତନା ଦେଉଥିଲେ । ହତ୍ୟା ଧମକ ଦେବା ସହ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିଲେ । ଏମିତିକି ଯୁବତୀ ଜଣଙ୍କ ଯେମିତି କିଛି ଜାଣି ପାରିବେ ନାହିଁ ସେଥିପାଇଁ ତାଙ୍କୁ ନିଶା ଔଷଧ ଖୁଆଇ ଦେଉଥିଲେ । ପୋଲିସ ମାମଲାର ତଦନ୍ତ କରୁଥିବା ବେଳେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି । ଯଥାସମ୍ଭବ ପ୍ରଶାସନ ଯୁବତୀ ଜଣଙ୍କୁ ଉଦ୍ଧାର କରିବା ଲାଗି ଚେଷ୍ଟା କରୁଥିବା କହିଛନ୍ତି ଜିଲ୍ଲାପାଳ ।

Leave a Reply