ଆରମ୍ଭ ହେଲା ବିଧାନସଭାର ଅସ୍ଥାୟୀ ଅଧିବେଶନ

1 min read

ଭୁବନେଶ୍ୱର: ବ୍ୟୟ ମଞ୍ଜୁରୀ ବିଲ୍ ଗୃହିତ ହେବା ପାଇଁ ଲୋକସେବା ଭବନରେ ଆରମ୍ଭ ହୋଇଛି ବିଧାନସଭାର ଅସ୍ଥାୟୀ ଅଧିବେଶନ । କରୋନା ପାଇଁ ଅଧାରୁ ବିଧାନସଭା ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ବନ୍ଦ ହୋଇଥିଲା । ତେଣୁ କେବଳ SC ST ବିକାଶ ବିଭାଗର ବିଲ୍ ଗୃହିତ ହୋଇପାରିଥିଲା । ଜଳ ସମ୍ପଦ ବିଭାଗର ଖର୍ଚ୍ଚ ଦାବି ପାଇଁ ନିର୍ଦ୍ଧାରିତ ଦିନରେ ହିଁ ବିଧାନସଭା ବନ୍ଦ ହୋଇଥିବାରୁ ଏହା ଗୃହିତ ହୋଇପାରି ନଥିଲା । ତେଣୁ ଆଜି ଗିଲୋଟିନ୍ ମାଧ୍ୟମରେ ଅନ୍ୟ ସମସ୍ତ ବିଭାଗର ଖର୍ଚ୍ଚ ଦାବି ଗୃହିତ ହୋଇପାରେ । ଏନେଇ ପୂର୍ବରୁ ବିରୋଧିମାନେ ବିଲ୍ ଗୃହିତ କରିବାରେ ସହଯୋଗ କରିବେ ବୋଲି ସ୍ପଷ୍ଟ କରିଛନ୍ତି ।

ତେବେ ଏହି ଅଧିବେଶନରେ ପ୍ରତି ରାଜନୈତିକ ଦଳର ୩୦ ପ୍ରତିଶତ ବିଧାୟକ ଉପସ୍ଥିତ ଅଛନ୍ତି । ଅଧିବେଶନରେ ଯୋଗ ଦେବା ପୂର୍ବରୁ ଗେଟ୍ ସାମ୍ନାରେ ସାନିଟାଇଜରରେ ବିଧାୟକମାନେ ହାତ ଧୋଇଛନ୍ତି। ସମସ୍ତେ ମୁହଁରେ ମାସ୍କ ପିନ୍ଧିଥିବାର ଦେଖାଯାଇଛି । ତେବେ ପ୍ରଶ୍ନ ଉତ୍ତର କାଳ ବାତିଲ ହୋଇଛି । ଅପରାହ୍ନ ୧୨ଟା ସୁଦ୍ଧା ସମସ୍ତ ବିଲ୍ ପାସ ହେବ ବୋଲି ଆଶା ରଖାଯାଇଛି । ଏଥର ୧ଲକ୍ଷ୫୦ହଜାର କୋଟି ଟଙ୍କାର ବିଲ୍ ପାରିତ ହେବାନେଇ ସୂଚନା ମିଳିଛି ।

Leave a Reply