NCB ର ରାଡାରରେ ୫୦ ସେଲିବ୍ରିଟି, ଧର୍ମା ପ୍ରଡକ୍ସନର ଜଣେ ନିର୍ଦ୍ଦେଶକଙ୍କୁ ସମନ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତରୁ ବଲିଉଡର ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିଥିଲା । ଆଉ ଏବେ ଏହି ଖୋଳତାଡ ଭିତର ଗୋଟିଏ ପରେ ଗୋଟିଏ ବଡ ନାଁ ପଦାରେ ପଡୁଛି । ଜଣେ ନୁହନ୍ତି କି ଦି’ ଜଣ ପାଖାପାଖି ୫୦ ଜଣ ବଲିଉଡ ସେଲିବ୍ରିଟିଙ୍କୁ ଆଗକୁ ଡ୍ରଗ୍ସ ବାବଦରେ ନିଜ ପକ୍ଷ ରଖିବାକୁ ପଡିବ । କାରଣ କୁହାଯାଉଛି ଯେ, ଏନସିବିର ଯେଉଁ ତାଲିକା ତିଆରି କରିଛି ସେଥିରେ ୫୦ ଜଣ ସେଲିବ୍ରିଟିଙ୍କ ଜାତକ ରହିଛି ।  ଏବେ କେବଳ ହିରୋଇନ ମାନଙ୍କୁ ନେଇ ତଥ୍ୟ ସାମ୍ନାକୁ ଆସୁଛି ଆଗକୁ ବଲିଉଡର ବଡ ବଡ ହିରୋଙ୍କ ନାମ ମଧ୍ୟ ଖୋଲିବାକୁ ଯାଉଛି ବୋଲି କୁହାଯାଉଛି । ‌

ସୁଶାନ୍ତ ସିଂ ରାଜପୁତ ଏବଂ ଡ୍ରଗ୍ ମାମଲାରେ ଦୀପିକା ପାଦୁକୋନ, ସିମୋନ ଖମ୍ବାଥା ଏବଂ ରାକୁଲ ପ୍ରୀତ ସିଂଙ୍କୁ ପଚରାଉଚରା କରାଯିବ । ଜୟା ସାହାଙ୍କୁ ଜେରା ପରେ ସେ ଏହି ସମସ୍ତଙ୍କ ନାମ ରଖିଥିଲେ । ଜୟା ଦୀପିକାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ନାମ ମଧ୍ୟ ରଖିଛନ୍ତି । ସେହିଭଳି ଶ୍ରଦ୍ଧା କପୁର ଏବଂ ସାରା ଅଲି ଖାନଙ୍କ ନାମ ମଧ୍ୟ ଡ୍ରଗ୍ସ ନେବା ମାମଲାରେ ଆସୁଛି ।  ଏନସିବି ଏହି ଦୁଇଜଣଙ୍କୁ ତାଙ୍କ ଘରକୁ ଯାଇ ତାଙ୍କୁ ସମନ ଦେଇଛି । ଡ୍ରଗ୍ସ ମାମଲାରେ ଉଭୟଙ୍କୁ ପଚରାଉଚରା କରାଯିବ । ଏହି ଦୁଇଟି ନାମ ରିୟା ଚକ୍ରବର୍ତ୍ତୀ ଏବଂ କିଛି ଡ୍ରଗ୍ ବେପାରୀଙ୍କଠାରୁ ଜଣାପଡ଼ିଛି ।

ଏହା କୁହାଯାଉଛି ଯେ ମୁମ୍ବାଇର କୋଲାବାସ୍ଥିତ ଏନସିବିର ଗେଷ୍ଟ ହାଉସରେ ଦୀପିକା ପାଦୁକୋନ, ସିମୋନ ଏବଂ ରାକୁଲ ପ୍ରୀତଙ୍କୁ ଜେରା କରାଯିବ । ଏନସିବିର ଜୋନାଲ ଅଫିସରେ ସାରା ଅଲି ଖାନା ଏବଂ ଶ୍ରଦ୍ଧା କପୁରଙ୍କୁ ପଚରାଉଚରା କରାଯିବ ।  ଏହା ସହିତ ଏନସିବି ମଧ୍ୟ ଗୋଟିଏ ବଲିଉଡ ପାର୍ଟିକୁ ନେଇ ଅଧିକ ଅନୁସନ୍ଧାନ କରୁଛି । ଏହି ପାର୍ଟିରେ ଯୋଗ ଦେଇଥିବା  ୫୦ ଜଣ ଅଭିନେତା, ଅଭିନେତ୍ରୀ, ନିର୍ମାତା ଏବଂ ନିର୍ଦ୍ଦେଶକ ଏନସିବି ରାଡାରରେ ଅଛନ୍ତି । ଉକ୍ତ ପାର୍ଟିରେ ସମସ୍ତେ ଡ୍ରଗ୍ସ ନେଇଥିଲେ ବୋଲି ଶୁଣିବାକୁ ମିଳୁଛି । ଧର୍ମା ପ୍ରଡକ୍ସନର ଜଣେ ନିର୍ଦ୍ଦେଶକଙ୍କୁ ମଧ୍ୟ ଏନସିବି ସମନ କରିଥିବା କୁହାଯାଉଛି । ସୂଚନାଯୋଗ୍ୟ ଯେ, ଧର୍ମା ପ୍ରଡକ୍ସନ ସୁଶାନ୍ତ ସିଂହଙ୍କୁ ବୟକଟ୍ କରିଥିଲା ବୋଲି ଅଭିନେତାଙ୍କ ଆତ୍ମହତ୍ୟା ପରେ କେ ଆର କେ ଖାନ୍ ଓ କଙ୍ଗନା ଅଭିଯୋଗ କରିଥିଲେ ।

Leave a Reply