ସରକାର ଗଠନ ପାଇଁ କସରତ

1 min read

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ପରେ ବିଜେପି ବିରୋଧରେ ବିଷୋଦଗାର କରିଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ପ୍ରେସମିଟ କରି ବିଜେପି ବିରୋଧରେ ବର୍ଷିଛନ୍ତି । ଉଦ୍ଧବ କହିଛନ୍ତି, ବିଜେପି ବିକଳ୍ପ ଶେଷ କରିଛି, ଆମେ ନୁହଁ । ସାଧାରଣ ନିର୍ବାଚନରେ ମେଣ୍ଟକୁ ସମ୍ମାନ ଦେଇ ଅନ୍ଧ ଭାବେ ସମର୍ଥନ ଜଣାଇଥିଲୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ହିଁ ମୁଖ୍ୟମନ୍ତ୍ରୀ ପଦ ସ୍ଥିର ହୋଇଯାଇଥିଲା । ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ନିଜେ ଦେଇଥିବା କଥା ଭୁଲିଗଲା ବିଜେପି । ସେହିପରି ସରକାର ଗଢିବାକୁ ବିଜେପିକୁ ୪୮ ଘଣ୍ଟା ସମୟ ଦିଆଯାଇଥିବା ବେଳେ, ଶିବସେନାକୁ ମାତ୍ର ୨୪ ଘଣ୍ଟାର ସମୟ ଦିଆଗଲା । ଆବଶ୍ୟକ ସମୟ ଦେବା ବଦଳରେ ବିଜେପି ଇସାରାରେ ରାଜ୍ୟପାଳ ତରବରିଆ ଭାବେ ନିଷ୍ପତ୍ତି ନେଇଥିବା ଉଦ୍ଧବ ଅଭିଯୋଗ କରିଛନ୍ତି ।

ସରକାର ଗଢିବା ପ୍ରସଙ୍ଗ ଉଦ୍ଧବ କହିଛନ୍ତି, କଂଗ୍ରେସ ଏବଂ ଏନସିପି ଆମ ସହ ସଂପର୍କ କରିଥିଲେ । ଏନେଇ କଂଗ୍ରେସ ଓ ଏନସିପି ସହ ଆମର ଆଲୋଚନା ଜାରି ରହିଛି । ଏଥିସହ ରାଜ୍ୟପାଳ ୬ ମାସର ସମୟ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ')}

Leave a Reply