ମହାରାଷ୍ଟ୍ରରେ ସରକାର ଗଠନ ନେଇ ପୁଣି ସସପେନ୍ସ, ରୋକଠୋକ୍ ଶୁଣାଇଲେ ରାଜ୍ୟପାଳ, କହିଲେ…

1 min read

ମୁମ୍ବାଇ : ମହାରାଷ୍ଟ୍ର ରାଜନୀତି ପୁଣିଥରେ ରୋଚକ ମୋଡରେ ରହିଛି । ଦିନ ତମାମ ତୁହାକୁ ତୁହା ବୈଠକ ପରେ ଲାଗୁଥିଲା କଂଗ୍ରେସ ଓ ଏନସିପି ଶିବସେନାକୁ ସମର୍ଥନ ଜଣାଇବେ । କଂଗ୍ରେସର ବୈଠକ ପରେ ମଧ୍ୟ କୁହାଗଲା ଯେ, ଦଳ ଶିବସେନାକୁ ବାହ୍ୟ ସମର୍ଥନ ଦେବ । ମାତ୍ର ଯେତେବେଳେ କଂଗ୍ରେସର ଚୂଡାନ୍ତ ପ୍ରେସ୍ ରିଲିଜ୍ ଆସିଲା ଏଥିରେ ସମର୍ଥନର ଶଦ୍ଦ ହିଁ ନଥିଲା । କଂଗ୍ରେସ ପ୍ରେସ୍ ରିଲିଜରେ ଦର୍ଶାଯାଇଥିଲା ଯେ, କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ ସକାଳେ ଅନୁଷ୍ଠିତ ହୋଇଛି । ଏଥିରେ ମହାରାଷ୍ଟ୍ର ରାଜନୀତି ଉପରେ ଆଲୋଚନା ହୋଇଛି । ଏନସିପି ସହ ଅଧିକ ଆଲୋଚନା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ।

ଏପଟେ ରାଜଭବନରେ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ ଶିବସେନା ନେତା ଆଦିତ୍ୟ ଠାକରେ ଓ ଏକନାଥ ସିନ୍ଦେ। ରାଜ୍ୟପାଳଙ୍କୁ ଅଧିକ ୨ଦିନ ସମୟ ଦେବାକୁ କହିଥିଲେ । ମାତ୍ର ରାଜ୍ୟପାଳ ଅଧିକ ସମୟ ଦେବାକୁ ରାଜି ହୋଇନାହାନ୍ତି । ଶିବସେନାକୁ ଯେତିକି ସମୟ ଦିଆଯାଇଥିଲା ସେ ସମୟ ମଧ୍ୟରେ ସରକାର ଗଠନ କରିବାକୁ ସେମାନେ ବିଫଳ ହୋଇଥିବା ଜଣାପଡ଼ିଛି । ତେବେ କଂଗ୍ରେସ ଓ ଏନସିପିଠାରୁ ଲିଖିତ ସମର୍ଥନ ପାଇଁ ଅଧିକ ସମୟ ଦରକାର ବୋଲି ଆଦିତ୍ୟ ଠାକରେ କହିଥିଲେ । ମାତ୍ର ରାଜ୍ୟପାଳ ଏଥିରେ ରାଜି ହୋଇନାହାନ୍ତି । ଏନସିପିକୁ ସରକାର ଗଠନ କରିବାକୁ ନିମନ୍ତ୍ରଣ କରିଛନ୍ତି ରାଜ୍ୟପାଳ ।

https://nandighoshatv.combjp-shivsena-alliance-over-in-maharastra/

ରାଜ୍ୟପାଳଙ୍କ ନିମନ୍ତ୍ରଣ ପରେ ଏନସିପି ନେତା ଅଜିତ୍ ପାଓ୍ୱାର ରାଜ୍ୟପାଳଙ୍କୁ ଏକ ପ୍ରତିନିଧି ଦଳ ସହ ସାକ୍ଷାତ କରିଛନ୍ତି । ରାଜ୍ୟପାଳ ତାଙ୍କୁ କାହିଁକି ନିମନ୍ତ୍ରଣ କରିଛନ୍ତି ସେ ସଂପର୍କରେ ପ୍ରଥମରୁ ସେ ଜାଣିନଥିବା କହିଥିଲେ । ପରେ ତୃତୀୟ ସର୍ବବୃହତ୍ ଦଳ ହୋଇଥିବାରୁ  ତାଙ୍କୁ ସରକାର ଗଠନ କରିବାକୁ ନିମନ୍ତ୍ରଣ କରିଥିବା ଜଣାଇଥିଲେ । ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ କେହି ସରକାର ଗଠନ କରିନପାରନ୍ତି ତେବେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେବା ଥୟ । ଏପଟେ ରାଜ୍ୟପାଳ ମହାରାଷ୍ଟ୍ରର ସ୍ଥିତି ସଂପର୍କରେ କେନ୍ଦ୍ରକୁ ରିପୋର୍ଟ ଦେବେ ବୋଲି ଚର୍ଚ୍ଚା ହେଉଛି । ')}

Leave a Reply