SAARC ମିଟିଂରେ ଏଥରକ ଲାଗିଲାନି ପାକିସ୍ତାନ ନକ୍ସା, ଗତଥର ବିରୋଧ କରିଥିଲା ଭାରତ

SAARC Meeting Foreign Ministers Meeting Pakistan Political Map S Jaishankar

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ବଦଳି ଯାଇଛି ଅନେକ କିଛି । ସବୁକିଛି ହୋଇ ଯାଇଛି ଭର୍ଚୁଆଲ । ଏହାରି ଭିତରେ ଗୁରୁବାର ସାର୍କ ଦେଶର ବୈଦେଶିକ ମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଭାରତ ଓ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଭାଗ ନେଇଥିଲେ । ତେବେ ଚଳିତ ବୈଠକରେ ଏକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ପାକିସ୍ତାନ ଏଥର ବ୍ୟାକଗ୍ରାଉଣ୍ଡରେ କୌଣସି ନକ୍ସା ଲଗାଇ ନଥିଲା । ଗତ ବୈଠକରେ ଭାରତ ବିରୋଧ କରିବା ସହ ବୈଠକ ଅଧାରୁ ରହି ଯାଇଥିଲା ।

SAARC Meeting Foreign Ministers Meeting Pakistan Political Map S Jaishankar

କରୋନା ସଂକଟ ଭିତରେ ଗୁରୁବାର ସାର୍କ ଦେଶର ବିଦେଶ ମନ୍ତ୍ରୀଙ୍କ ବୈଠକ ବସିଥିଲା । ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ମଧ୍ୟ ଭାଗ ନେଇଥିଲେ । ପାକିସ୍ତାନ ପକ୍ଷରୁ ଭାଗ ନେଇଥିଲେ ବୈଦେଶିକ ମନ୍ତ୍ରୀ ସାହ ମହମୁଦ କ୍ୟୁରେସି । ବୈଠକ ବେଳେ ବ୍ୟାକଗ୍ରାଉଣ୍ଡରେ(ପଚ୍ଛ ପଟେ) ପାକିସ୍ତାନ କୌଣସି ନକ୍ସା ଲଗାଇ ନଥିଲା । ବୈଠକରେ ଭାରତ ପକ୍ଷରୁ ବର୍ଡରରେ ପାକିସ୍ତାନ ଆତଙ୍କବାଦ ବୃଦ୍ଧି କରୁଥିବା ପ୍ରସଙ୍ଗ ଉଠାଇଥିଲା ।

ବିଗତ ଦିନରେ ସାର୍କ ଦେଶର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତାଙ୍କ ବୈଠକ ହୋଇଥିଲା । ସେତେବେଳର ବୈଠକରେ ପାକିସ୍ତାନ ବ୍ୟାକଗ୍ରାଉଣ୍ଡରେ ଏକ ନକ୍ସା ଲାଗିଥିଲା । ଯେଉଁଥିରେ ଭାରତର କିଛି ଅଂଶକୁ ପାକିସ୍ତାନ ନିଜର ବୋଲି ଦେଖାଇଥିଲା । ଭାରତ ଏହାର କଡ଼ା ବିରୋଧ କରିବା ସହ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ବୈଠକ ଅଧାରୁ ଉଠି ଯାଇଥିଲେ ।

SAARC Meeting Foreign Ministers Meeting Pakistan Political Map S Jaishankar

ଏହାକୁ ନେଇ ବୈଦେଶିକ ମନ୍ତ୍ରାଳୟ ପ୍ରତିକ୍ରିୟା ରଖିଥିଲା । ଋଷ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପାକିସ୍ତାନ ସୁରକ୍ଷା ପରାମର୍ଶଦାତା ଖରାପ ଉଦ୍ଦେଶ୍ୟ ରଖି କଳ୍ପିତ ମାନଚିତ୍ର ରଖିଥିଲେ । ଯେଉଁଥିରେ ଯାହାକି ବୈଠକର କିଛିଦିନ ତଳେ ପାକିସ୍ତାନ ବିଧିବଦ୍ଧ ଭାବେ ଜାରି କରିଥିଲା । କୁହାଯାଇଥିଲା ଆୟୋଜକ ଦେଶ ପକ୍ଷରୁ ଜାରି ପରାମର୍ଶର ଏହା ସମ୍ପୂର୍ଣ୍ଣ ଅବମାନା ଓ ଏସସିଓ ଟାର୍ଟର ନିୟମର ଏହା ପୂରା ଉଲ୍ଲଂଘନ ।

Leave a Reply