ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟାକାରୀକୁ ୩୦ ଦିନିଆ ପାରୋଲ

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ ଏଜି ପେରରିବଲନକୁ ଗୁରୁବାର ଦିନ ମାଡ୍ରାସ ହାଇକୋର୍ଟ ୩୦ ଦିନ ଲାଗି ପାରୋଲ ଦେଇଛନ୍ତି । ଏନେଇ ମାଡ୍ରାସ ହାଇକୋର୍ଟର ବିଚାରପତି ଜଷ୍ଟିସ ଏନ୍ କିରୁବାକରନ ଓ ପି ବେଲମୁରୁଗନ ତାମିଲନାଡୁ ସରକାରଙ୍କୁ ଆଦେଶ ଦେଇଛନ୍ତି । ପେରରିବଲନଙ୍କ ମା କରୋନା କାରଣରୁ ତାଙ୍କ ପୁଅକୁ ଜେଲ୍ ନିୟମ ଅନୁସାରେ ୯୦ ଦିନର ପାରୋଲ ଦିଅନ୍ତୁ ବୋଲି ରାଜ୍ୟ ସରକାରଙ୍କୁ ଅପିଲ କରିଥିଲେ । ତେବେ ରାଜ୍ୟ. ସରକାର ଏହାକୁ ପ୍ରତ୍ୟାଖାନ କରିଥିଲେ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ପେରରିବଲନଙ୍କ ମା’ ହାଇକୋର୍ଟରେ ଆବେଦନ କରିଥିଲେ । ହାଇକୋର୍ଟ ୯୦ ଦିନ ବଦଳରେ ୩୦ ଦିନ ପାରୋଲ ଦେବାକୁ ଆଦେଶ ଦେଇଛନ୍ତି । ପେରରିବଲନଙ୍କ ସମେତ ଅନ୍ୟ ୬ ଜଣ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଗତ ୨୯ ବର୍ଷ ଧରି ଜେଲରେ ବନ୍ଦ ଅଛନ୍ତି ।

ଏହି ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଭାରତୀୟ ଓ ଶ୍ରୀଲଙ୍କା ନାଗରିକ ରହିଛନ୍ତି । ୧୯୯୧,ମେ ୨୧ ତାରିଖ ଦିନ ରାଜୀବ ଗାନ୍ଧୀଙ୍କ ହତ୍ୟା ହୋଇଥିଲା । ତାମିଲନାଡୁର ଏକ ନିର୍ବାଚନୀ ସଭାରେ ତାଙ୍କୁ ଆତ୍ମଘାତୀ ଆକ୍ରମଣରେ ହତ୍ୟା କରାଯାଇଥିଲା ।

Leave a Reply