RTOରେ କାମ ଆରମ୍ଭ; ଆଗ ସାରିବେ ପୂରୁଣା କାମ, ଅଫଲାଇନ୍ ସୁବିଧାକୁ ନା’….

ଭୁବନେଶ୍ୱର: କୋଭିଡ୍ ସଂକ୍ରମଣ ପାଇଁ ରାଜ୍ୟର ପ୍ରାୟ ସରକାରୀ ଦପ୍ତର ବନ୍ଦ ଥିଲା । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ମଧ୍ୟ ସମ୍ମାନ ନ୍ୟାୟରେ ବନ୍ଦ ହୋଇଥିଲା । ତେବେ ଏବେ କଟକଣା ହାଲୁକା ହେବା ପରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଖୋଲିଛି । ଉଲ୍ଲେଖଯୋଗ୍ୟ ଯେ ଲର୍ଣ୍ଣିଂ ଲାଇସେନ୍ସ ସେବା ମାର୍ଚ୍ଚ ମାସରୁ ବନ୍ଦ କରାଯାଇଥିଲା । ଏବେ ଖୋଲିବା ପରେ ପ୍ରଥମେ ପୂରୁଣା ଆବେଦନକାରୀଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ଦେବା ଉପରେ କାର୍ଯ୍ୟାଳୟ ଗୁରୁତ୍ୱ ଦେଇଛି ।

ଡିସେମ୍ୱର ପ୍ରଥମ ସପ୍ତାହ ଯାଏଁ କୌଣସି ନୂଆ ଆବେଦନ ଗ୍ରହଣ କରାଯିବ ନାହିଁ । ବକେୟା ଥିବା କାମ ଏଇ ସମୟ ମଧ୍ୟରେ ଶେଷ କରିବାକୁ କାର୍ଯ୍ୟାଳୟ ପକ୍ଷରୁ ଚେଷ୍ଟା କରାଯିବ । ପୂରୁଣା କାମ ସରିଲେ  ନୂଆ ଆବେଦନ ଗ୍ରହଣ କରାଯିବ । ଅର୍ଥାତ୍ ଡିସେମ୍ୱର ପ୍ରଥମ ସପ୍ତାହରୁ ନୂଆ ଲାଇସେନ୍ସ ପାଇଁ ଆବେଦନ ଗ୍ରହଣ କରାଯିବ । ଗତ ମାର୍ଚ୍ଚ ୨୦ ତାରିଖରୁ କାର୍ଯ୍ୟାଳୟ ବନ୍ଦ ଥିବାରୁ ପ୍ରାୟ ଲକ୍ଷାଧିକ ଆବେଦନ ପଡ଼ି ରହିଛି ।

ଏଣୁ ଜରୁରୀକାଳୀନ ଭିତ୍ତିରେ ଏହି କାମ ଶେଷ କରିବା ପରେ ହିଁ ନୂଆଙ୍କୁ ସୁଯୋଗ ମିଳିବ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଏହାବ୍ୟତୀତ ଏବେ କେବଳ ଅନଲାଇନ ସେବା ହିଁ କାର୍ଯ୍ୟକ୍ଷମ ହେବ । ଅଫଲାଇନ ସେବା ପାଇଁ କୌଣସି ସୁଯୋଗ ରହିବ ନାହିଁ । ତେବେ କାର୍ଯ୍ୟାଳୟରେ କର୍ମଚାରୀ ଓ ଅଧିକାରୀମାନଙ୍କ ପାଇଁ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତାକୁ କଡ଼ାକଡ଼ି କରାଯାଇଛି ।

Leave a Reply