ମୋବାଇଲ ଫାଟି ବର୍ଷକର ଶିଶୁ ଗୁରୁତର

କୋରାପୁଟ: ଅବହେଳାରୁ ଅଘଟଣ। ମୋବାଇଲ୍ ଫାଟି ବର୍ଷକର ଛୁଆ ଆହତ ହୋଇଛି  । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ତଳ ବିଲାଂସିଲ ଗାଁରେ ଅଘଟଣ ଘଟିଛି  । ଗୁରୁତର ଶିଶୁ କନ୍ୟାଟିକୁ ଲକ୍ଷ୍ମୀପୁର ଡାକ୍ତରଖାନାରୁ କୋରାପୁଟ ସ୍ଥିତ ସହୀଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି  । ଘଟଣା ଅନୁଯାଇ  ଗାଁର ରୋହିତ ନାଚିକା ବର୍ଷେ ତଳେ ଏକ ମୋବାଇଲ୍ କିଣିଥିଲେ  । ମୋବାଇଲଟି ଗତ କାଲି ରାତିରେ ଫୁଲ ଚାର୍ଜ ହୋଇଯିବା ପରେ ଖଟ ଉପରେ ରଖି ଦେଇଥିଲେ  ।

ଖଟ ଉପରେ ତାଙ୍କ ସ୍ତ୍ରୀ ଓ ବର୍ଷକର ଝିଅ ବର୍ଷା ସୋଇଥିବା ବେଳେ ହଠାତ୍ ମୋବାଇଲଟି ଫାଟି ଯାଇଥିଲା  । ଫଳରେ ଶିଶୁଟି ଗୁରୁତର ଆହତ ହୋଇଥିବା ବେଳେ ଭୋରରୁ  ତାକୁ ଲକ୍ଷ୍ମୀପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା  । ହେଲେ ଗୁରୁତର ଶିଶୁଟିର ଅଧିକ ଚିକତ୍ସା ଆବଶ୍ୟକ ଥିବାରୁ ତାକୁ କୋରାପୁଟ ସହୀଦ ଲକ୍ଷ୍ମଣ ନାଏକ ମେଡିକାଲକୁ ପଠାଇ ଦିଆଯାଇଥିଲା  । ତେବେ ଚିକିତ୍ସାପରେ ଶିଶୁଟିର ସ୍ଵାସ୍ଥ୍ୟ ଅବସ୍ଥା ଠିକ୍ ଥିବା ସୂଚନା ରହିଛି  ।

Leave a Reply