ରାଉରକେଲା ବନଖଣ୍ଡର ୧୩୯ ସ୍ଥାନରେ ଲାଗିଛି ନିଆଁ

ରାଉରକେଲା: ଗ୍ରୀଷ୍ମ ପ୍ରକଟ ସାଙ୍ଗକୁ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିବାରେ ଲାଗିଛି ନିଆଁ । ଏହାରି ଭିତରେ ରାଉରକେଲା ବନଖଣ୍ଡର 139ଟି ସ୍ଥାନରେ ଲାଗିଛି ନିଆଁ । ତେବେ ଜଙ୍ଗଲରେ ୬୦ଟି ସ୍ଥାନରେ ନିଆଁକୁ ଲିଭା ସରିଛି । ବାକି ସ୍ଥାନରେ ନିଆଁକୁ ଲିଭାଇବାକୁ ବନବିଭାଗ ଉଦ୍ୟମ ଜାରି ରଖିଛି । ନିଆଁ ଲିଭା କାର୍ଯ୍ୟରେ ୫୦ଟି ଅଗ୍ନି ନିର୍ବାପକ ଯନ୍ତ୍ରକୁ ନିୟୋଜିତ କରାଯାଇଛି । 6 ଶହରୁ ଅଧିକ କର୍ମଚାରୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ସେହିପରି 300 ବନ ସୁରଷା ସମିତିର କର୍ମକର୍ତ୍ତା ଓ ସଦସ୍ୟ ନିଆଁ ଲିଭାଉଛନ୍ତି । ୨୫ଟି ୪ ଚକିଆ ଗାଡ଼ି ଓ ୪୦ଟି ଟିମ୍‌କୁ ସତର୍କ ରହିଛନ୍ତି । ଏହାସହ ରାଉରକେଲା ବନଖଣ୍ଡରେ 6ଶହ କିଲୋମିଟରରୁ ଅଧିକ ଅଗ୍ନି ନିରୋଧ ରେଖା ଗଠନ କରାଯାଇଛି ।

ପ୍ରଖର ଖରାରେ ବର୍ତ୍ତମାନ ଜଙ୍ଗଲରେ ଅନେକ ଗଛ ପତ୍ର ଝଡ଼ା ଦେବା ସାଙ୍ଗକୁ ଶୁଖିବାରେ ଲାଗିଛନ୍ତି । ଆଇ ଏହି ସମୟରେ ଅନେକ ଲୋକେ ଜଙ୍ଗଲରେ ନିଆଁ ମଧ୍ୟ ଲଗାଇ ଦେଉଛନ୍ତି । ଫଳରେ ଜଙ୍ଗଲରେ ବ୍ୟାପୁଛି ନିଆଁ । ସେପଟେ ଜଙ୍ଗଲରେ ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୁଚନା ଦେଲେ ପାଞ୍ଚ ହଜାର ଟଙ୍କା ପୁରସ୍କାର ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

ଜଙ୍ଗଲରେ ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ବିଷୟରେ ସୂଚନା ଦେବା ପାଇଁ ପୁରଷ୍କାର ରାଶି ଘୋଷଣା କରିଛନ୍ତି ବନ ଅଧିକାରୀ । ଯଦି କୌଣସି ବ୍ୟକ୍ତି ନିଆଁ ଲଗାଇବେ ତାଙ୍କୁ ଗିରଫ କରାଯିବ । ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ମଧ୍ୟ କଡା ଚେତାବନୀ ଦେଇଛନ୍ତି ରାଉରକେଲା ଡିଏଫଓ କହିଛନ୍ତି ।

Leave a Reply