ରାଜ୍ୟରେ ଖୋଲିବ ରେଷ୍ଟୁରାଣ୍ଟ ଓ ବାର, କୋଭିଡ ଗାଇଡଲାଇନ ମାନି ଖୋଲିବାକୁ ପରାମର୍ଶ

1 min read

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କରୋନା କଟକଣା ମୁକ୍ତ ହେଉଛି ରାଜ୍ୟ । ଅନ୍‌ଲକ୍‌ ୪ ରେ କିଛି କରୋନା ନିୟମରେ ପରିବର୍ତ୍ତନ ହୋଇଛି । ତେବେ ରାଜ୍ୟରେ ଖୋଲିବ ସମସ୍ତ ରେଷ୍ଟୁରାଣ୍ଟ ଓ ବାର । ଲୋକେ ରେଷ୍ଟୁରାଣ୍ଟରେ ବସି ଖାଇବା ଖାଇପାରିବେ । ଏହା ପୂର୍ବରୁ କେବଳ ହୋମ ଡେଲିଭରୀ ପାଇଁ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଖୋଲାଥିଲା । ରାଜ୍ୟ ପର୍ଯ୍ୟଟକ ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ସଚିନ୍ ରାମଚନ୍ଦ୍ର ଯାଦବ ଓଡ଼ିଶା ହୋଟେଲ୍ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍, ପଶ୍ଚିମ ଓଡିଶା ହୋଟେଲ୍ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍, ସମ୍ବଲପୁର, ଝାରସୁଗୁଡ଼ା ଓ ରାଉରକେଲା ହୋଟେଲ୍ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍‌କୁ ଚିଠି ଲେଖିଛନ୍ତି ।

ଅଗଷ୍ଟ ୩୧ ତାରିଖରେ ସ୍ୱତନ୍ତ୍ର ରିଲିପ କମିଶନରଙ୍କ ଦ୍ୱାରା ଜାରି କୋଭିଡ୍-୧୯ ସଂକ୍ରମଣ ରୋକିବା ସଂପର୍କିତ ନିର୍ଦ୍ଦେଶନାମା ଆଧାରରେ ଏସଓପି ପାଳନ କରି ରେଷ୍ଟୁରାଣ୍ଟ ଖୋଲିବାକୁ ପରାମର୍ଶ ଦେଇଛନ୍ତି । କୋଭିଟ କଟକଣାକୁ ନଜରରେ ରଖି ରେଷ୍ଟୁରାଣ୍ଟ ଏବଂ ବାର ଖୋଲାଯାଇପାରି । ଯଦି ରେଷ୍ଟୁରାଣ୍ଟ ଏବଂ ବାର ମାଲିକ ମାନେ ଏହାକୁ ଅବହେଳା କରନ୍ତି ତେବେ ସେମାନଙ୍କୁ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।  ତେବେ ଯେଉଁଠି କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା ହୋଇଥିବ ସେଠାରେ ରେଷ୍ଟୁରାଣ୍ଟ ଓ ବାର ଖୋଲିବା ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ ।

Leave a Reply