କେବେ ପର୍ଯ୍ୟଟକଙ୍କୁ ଜଳଖିଆ ବିକୁଥିଲେ ଧୀରୁଭାଇ ଅମ୍ବାନୀ, ଜାଣନ୍ତୁ ତାଙ୍କ ଜୀବନର କିଛି ଏମିତି ଜଣା ଅଜଣା କଥା…

1 min read

 ଗୁଜୁରାଟର ଏକ ଛୋଟ ସହରରୁ ଆସିଥିବା ଧୀରବାଇ ଅମ୍ବାନୀଙ୍କ ବିଷୟରେ କିଏ ବା ନଜାଣେ । ଜଣେ ସଫଳ ଶିଳ୍ପପତି ଭାବେ ସେ କେବଳ ଦେଶରେ ନୁହେଁ ବିଦେସରେ ମଧ୍ୟ ଖୁବ ପରିଚିତ । ତାଙ୍କ ଦ୍ୱାରା ଆରମ୍ଭ ଏହି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବିଶ୍ୱର ଏକ ଅଗ୍ରଣୀ କମ୍ପାନୀ ହୋଇପାରିଛି । ତାଙ୍କର ସଫଳତାର କାହାଣୀ ଦେଶ ତଥା ବିଶ୍ୱର କୋଟି କୋଟି ଲୋକଙ୍କୁ ପ୍ରଭାବିତ କରିଥାଏ ଆଜି ତଥା ଜୁଲାଇ ହେଉଛି ଧୀରଭାଇ ଅମ୍ବାନୀଙ୍କ ମୃତ୍ୟୁ ବାର୍ଷିକୀ, ଏହି ଅବସରରେ ଆସନ୍ତୁ ଜାଣିବା ତାଙ୍କ ଜୀବନର କିଛି ଜଣା ଅଜଣା କଥା ।

ତାଙ୍କର ସମ୍ପୂର୍ଣ୍ଣ ନାମ ଧୀରଜଲାଲ ହିରାଚାନ୍ଦ ଅମ୍ବାନୀ ଧିରୁଭାଇ ୨୮ ଡିସେମ୍ବର ୧୯୩୨ରେ ଗୁଜୁରାଟ ଜୁନାଗଡ ସହର ନିକଟ ଚୋରୱାଡର ଏକ ବୈଷ୍ୟ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ସ୍କୁଲ ଶିକ୍ଷକ ଥିଲେ । ସେ ନିକଟସ୍ଥ ଗିରନାର ପାହାଡକୁ ଆସୁଥିବା ତୀର୍ଥଯାତ୍ରୀମାନଙ୍କୁ ଜଳଖିଆ ବିକ୍ରୟ କରି ପ୍ରଥମେ ତାଙ୍କର ବ୍ୟବସାୟ ଜୀବନ ଆରମ୍ଭ କରିଥିଲେ ସେ କେବଳ ଦଶମ ପର୍ଯ୍ୟନ୍ତ ପାଠ ପଢିଥିଲେ ଏବଂ ପ୍ରମାଣ କରିଥିଲେ ଯେ ଜଣେ ଶୀର୍ଷ ଉଦ୍ୟୋଗୀ ହେବା ପାଇଁ ବଡ ପରିଚାଳନା ଡିଗ୍ରୀ ନେବା ଆବଶ୍ୟକ ନଥାଏ

ସେ ମାତ୍ର ୧୬ ବର୍ଷ ବୟସରେ ପ୍ରଥମ ଥର ପାଇଁ ୧୯୫୫ରେ ବିଦେଶ ଯାଇଥିଲେ । ସେ ତାଙ୍କ ଭାଇ ରାମଣିକଲାଲଙ୍କ ସହ କାମ କରିବାକୁ ୟେମେନର ସହର ଅଦନକୁ ଯାଇଥିଲେ । ଅଦନରେ ସେ ପେଟ୍ରୋଲ ପମ୍ପରେ ଆସିଷ୍ଟାଣ୍ଟ ଭାବରେ ତାଙ୍କର ପ୍ରଥମ କାର୍ଯ୍ୟ କରିଥିଲେ ଏବଂ ସେତେବେଳେ ତାଙ୍କ ଦରମା ମାସକୁ ମାତ୍ର ୩୦୦ ଟଙ୍କା ଥିଲା। କିଛି ସମୟ ପରେ ସେ ଭାରତକୁ ଫେରି ଗିରନାରର ପାହଡ଼ରେ ସେ ତୀର୍ଥଯାତ୍ରୀଙ୍କୁ ଜଳଖିଆ ବିକ୍ରି କରିବା ଆରମ୍ଭ କଲେ ।

Reliance Dhirubhai Ambani

ଏହାର ପାଞ୍ଚ ବର୍ଷ ମଧ୍ୟରେ ସେ ୧୯୬୦ରେ ତାଙ୍କର ଜଣେ ସମ୍ପର୍କୀୟ ଭାଇ ଚମ୍ପକଲାଲ ଦମାନୀଙ୍କ ସହ ରିଲାଏନ୍ସ କମର୍ସିଆଲ୍ କର୍ପୋରେସନ୍ ପ୍ରତିଷ୍ଠା କରିଥିଲେ । ତାଙ୍କର ପ୍ରଥମ କାର୍ଯ୍ୟାଳୟ ମୁମ୍ବାଇର ମସଜିଦ ବନ୍ଦର ଅଞ୍ଚଳର ନରସିନାଥନ୍ ଛକରେ ୩୫୦ ବର୍ଗଫୁଟର ଏକ କୋଠରୀରେ ଥିଲା ଏଥିରେ ଦୁଇଟି ଟେବୁଲ୍, ଟି ଚେୟାର ଏବଂ ଟେଲିଫୋନ୍ ଥିଲା ସେ ଏହି ବ୍ୟବସାୟକୁ ମାତ୍ର ୫୦ ହଜାର ଟଙ୍କା ଏବଂ ଦୁଇ ସହାୟକଙ୍କ ସହିତ ଆରମ୍ଭ କରିଥିଲେ ଆଜି କେବଳ ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବଜାର ପୁଞ୍ଜି ୧୧ ଲକ୍ଷ କୋଟିରୁ ଅଧିକ ହୋଇଛି । ତାଙ୍କ କମ୍ପାନୀର ନାମ ଅନେକ ଥର ବଦଳିଛି ମଧ୍ୟ ।

ଏହା ପୂର୍ବରୁ ଏହାର ନାମ ରିଲାଏନ୍ସ କମର୍ସିଆଲ୍ କର୍ପୋରେସନ୍ ରଖାଯାଇଥିଲା ଯାହା ରିଲାଏନ୍ସ ଟେକ୍ସଟାଇଲ୍ ପ୍ରାଇଭେଟ ଲିମିଟେଡ୍ ଏବଂ ଶେଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡରେ ବଦଳିଥିଲା । ଧୀରୁଭାଇ ନାଇଲନ୍ ଆମଦାନୀ କରିବା ଆରମ୍ଭ କଲେ, ଯାହା ତାଙ୍କୁ ପ୍ରାୟ ୩୦୦ ପ୍ରତିଶତ ଲାଭ ଦେଇଥିଲା ୧୯୯୬ ରେ, ରିଲାଏନ୍ସ ଭାରତର ପ୍ରଥମ ଘରୋଇ କମ୍ପାନୀ ହେଲା ଯାହାକି S&P ପରି ଆନ୍ତର୍ଜାତୀୟ କ୍ରେଡିଟ୍ ରେଟିଂ ଏଜେନ୍ସି ଦ୍ୱାରା ରେଟିଂ ଆରମ୍ଭ କରିଥିଲା

ଧୀରୁଭାଇଙ୍କୁ ଦୁଇଥର ବ୍ରେନ୍ ଷ୍ଟ୍ରୋକ ଆସିଥିଲା । ୧୯୮୬ ରେ ପ୍ରଥମ ଥର ଏବଂ ୨୪ ଜୁନ୍ ୨୦୦୨ ରେ ଦ୍ୱିତୀୟ ଥର ବ୍ରେନ ଷ୍ଟ୍ରୋକ ଆସିଥିଲା । ଏବଂ ଜୁଲାଇ ୨୦୦୨ରେ ତାଙ୍କର ଦେହାନ୍ତ ହୋଇଥିଲା । ହିନ୍ଦୀ ଚଳଚ୍ଚିତ୍ରଗୁରୁଧୀରୁଭାଇ ଅମ୍ବାନୀଙ୍କ ଜୀବନୀରୁ ପ୍ରେରିତ ହୋଇଛି ।

Leave a Reply