ଏଭଳି ପରିସ୍ଥିତିରେ ସହଯୋଗର ହାତ ବଢାଇଲେ ଥାନା ଅଧିକାରୀ

କଟକ: ଲକ୍‌ ଡାଉନର ତୃତୀୟ ଦିନରେ ବିଭିନ୍ନ ସ୍ଥାନରେ ନାକାବନ୍ଦୀ ପରିସ୍ଥିତି । ଫଳରେ କଟକରେ ଆଜି ବସ୍‌ ଓ ଟ୍ରେନ୍‌ ବନ୍ଦ ହେବା ପରେ କିଛି ସ୍ଥାନରେ ମହିଳା ଓ ରୋଗୀ ସମସ୍ୟାରେ ପଡ଼ିଛନ୍ତି । ରୋଗର ଉପଚାର ପାଇଁ ଆସିଥିବା ବେଳେ ଫେରିବାକୁ କୌଣସି ସୁବିଧା ହୋଇପାରି ନଥିଲା । ଲକ୍ ଡାଉନ କାରଣରୁ ଗମନାଗମନର ସେବା ଠପ୍ ହୋଇଯାଇଛି ।

ଫଳରେ ରୋଗୀମାନେ ଘରକୁ ଫେରିବା କଷ୍ଟକର ହୋଇପଡ଼ିଛି । ଠିକ୍ ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଟକରେ । ଅନୁଗୁଳର ଜଣେ ମହିଳା ଚିକିତ୍ସା ପାଇଁ ଆସିଥିବା ବେଳେ ଫସିଯାଇଥିଲେ ଲକ୍ ଡାଉନର ଜାଲରେ ।

ଏଭଳି ସ୍ଥିତିରେ ଅନୁଗୁଳ ଯିବାକୁ ମହିଳାଙ୍କ ପାଖରେ ପଇସା ନଥିଲା । ପିଲାଙ୍କୁ ଧରି କୁଆଡ଼େ ଯିବେ ଭାବି ପାରିନଥିଲେ ମହିଳା ଜଣଙ୍କ । ତେବେ ଏହି ସମୟରେ ସହାୟତାର ହାତ ବଢାଇଥିଲେ ବାଦାମବାଡି ଥାନା ଅଧିକାରୀ । ସ୍ୱତନ୍ତ୍ର ଗାଡ଼ି କରି ମହିଳା ଓ ତାଙ୍କ ପିଲାମାନଙ୍କୁ ଅନୁଗୁଳ ପଠାଇଥିଲେ । ଥାନା ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ ସବୁ ମହଲେ ଚର୍ଚ୍ଚା ବିଷୟ ପାଲଟିଛି ।

 

Leave a Reply