ନାବାଳିକା ଗଣଦୁଷ୍କର୍ମ ମାମଲା: ହାଜର ହେଲେ କିନ୍ତୁ କାମ ଅଛି କହି ଚାଲିଗଲେ ଓଟିଭି ଏମଡି

1 min read

ଭୁବନେଶ୍ୱର: ନୋଟିସ ପରେ ହାଜର ହେଲେ କିନ୍ତୁ ଶୁଣାଣି ବେଳକୁ କାମ ମନେ ପଡିଲା । ତେଣୁ ଚାଲିଗଲେ । ଆଜି ନାବାଳିକ ଗଣଦୁଷ୍କର୍ମ ମାମଲାରେ ଓଟିଭି ଏମଡି ଜଗୀ ମଙ୍ଗତ ପଣ୍ଡା ମହିଳା କମିଶନରେ ହାଜର ହୋଇଥିଲେ । କିନ୍ତୁ କୌଣସି ପଚରାଉଚରା ହୋଇପାରିନି । ଶୁଣାଣି ବେଳକୁ ସେ ଉପସ୍ଥିତ ନଥିଲେ  । ତାଙ୍କର କିଛି କାମ ଥିବା କହି ଚାଲିଯାଇଥିବା କମିଶନଙ୍କ ସୂତ୍ରରୁ ପ୍ରକାଶ ।

ଯେହେତୁ ଶୁଣାଣି ହୋଇ ପାରିନି ତେଣୁ  ଆଗାମୀ ୧ ସପ୍ତାହ ମଧ୍ୟରେ ପରବର୍ତ୍ତୀ ତାରିଖ ଦିଆଯିବ ବୋଲି କହିଛନ୍ତି ମହିଳା କମିଶନ । ତେବେ ଅଡିଓ ପ୍ରସାରିତ ହେବ ଘଟଣାରେ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ମୋ ଦ୍ୱାରା ଅଡିଓ ଲିକ ହୋଇନି। ମାମଲା ବିଚାରାଧୀନ ଥିବା ସମୟରେ ଅଡିଓ ବାଜିବା ଠିକ ନୁହେଁ। ଆମେ କଣ ତଦନ୍ତ କରିବ, ଆମେ ଜାଣିଛୁ। ଆଇନଗତ ମାଧ୍ୟମରେ DCPଙ୍କ ଜରିଆରେ ସମନ ହେବ । ଆମ ନୋଡାଲ ଅଧିକାରୀ ପୋଲିସ। ଯିଏ ଆମ କଥା ନ ଶୁଣିବେ, ଆମେ ପୋଲିସ ଜରିଆରେ ଡକାଉ । ଏହା ପ୍ରଥମ ତାରିଖ, ଆଗକୁ ଆହୁରି ତଦନ୍ତ ହେବ। ଗୋଟେ ଦିନରେ ତଦନ୍ତ ସରେନି ବୋଲି କହିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ।

ଅନ୍ୟପକ୍ଷରେ ଓଟିଭି ପକ୍ଷରୁ ଗଣଦୁଷ୍କର୍ମ ମାମଲାକୁ ନେଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁଥରେ ପୀଡ଼ିତାଙ୍କୁ ନେଇ ଓଟିଭି ଏମଡି ଚିନ୍ତିତ ଥିବା କୁହାଯାଇଛି  । ତେବେ ପ୍ରେସ ବିଜ୍ଞପ୍ତିରେ ଘଟଣାର ସତ୍ୟାସତ୍ୟକୁ ବୁଲେଇ ବଙ୍କେଇ କୁହାଯାଇଛି । ଏଥିରେ ଉଲ୍ଲେଖ ରହିଛି ଯେ,  ଘଟଣା ଯଦି ସତ ଉପଯୁକ୍ତ ତଦନ୍ତ ହେଉ ଏବଂ  ଅଭିଯୁକ୍ତଙ୍କ ବିରୋଧରେ  କଠୋର କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଉ ।

ସୂଚନାଯୋଗ୍ୟ ଯେ, ଅଭିଯୋଗ ଆସିବା ପରେ  ପୀଡ଼ିତାଙ୍କ ମା’ ତଥା ଅଭିଯୋଗୀକରିଣୀଙ୍କୁ ନିଜ ସଂସ୍ଥାରୁ ନିଲମ୍ୱିତ କରିଥିଲା ଓଟିଭି । ଏପିରିକ ମାମଲା ବିଚାରଧିନ ଥିବାବେଳେ ଏମ୍‌ଡି ଓ ଅଭିଯୋଗୀକାରିଣୀଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳପର ଅଡିଓ ସଂପୃକ୍ତ ଚ୍ୟାନେଲରେ ପ୍ରସାରିତ ହୋଇଥିଲା । ଅଭିଯୋଗ ହେଉଛି ଯେ,ଏଡିଟେଡ୍ ଅଡିଓରେ ସମ୍ପୃକ୍ତ ଅଭିଯୋଗକାରିଣୀ ଜଣଙ୍କ କମ୍ପ୍ରମାଇଜ୍ କରିବାକୁ ଚାହୁଁଥିବା ଦର୍ଶାଇବାକୁ ଚେଷ୍ଟା କରାଯାଇଛି । ଅପରପକ୍ଷରେ କିଛି ଅଭିଯୁକ୍ତ ଆଗୁଆ ଜାମିନ ପାଇଁ ମଧ୍ୟ କୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ।

https://www.facebook.com/NandighoshaTV/videos/3177267749068220

Leave a Reply