ଆଜି ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ମୃତ… ମୃତ୍ୟୁ ସଂଖ୍ୟା ୩୮ ବୃଦ୍ଧି

1 min read
odisha reports two more death today

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୪୫୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଗଞ୍ଜାମରୁ ୧୬୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଜିଲ୍ଲାରୁ ୪୫୬ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ଆଜି ମୃତ୍ୟୁ ହୋଇଛି । ଆଜି ଦୁଇ ମୃତକଙ୍କୁ ମିଶାଇଲେ ମୃତ୍ୟୁସଂଖ୍ୟା ୩୮କୁ ବୃଦ୍ଧି ପାଇଛି । ମୃତକ ୨ ଜଣ ଗଞ୍ଜାମ ଓ ଯାଜପୁର ଅଞ୍ଚଳର ବୋଲି ଜଣାପଡିଛି ।

ମୃତକଙ୍କ ମଧ୍ୟରୁ ଜଣେ ୭୭ ବର୍ଷୀୟ ପୁରୁଷ ଓ ଅନ୍ୟଜଣେ ୬୪ ବର୍ଷୀୟ ବ୍ୟକ୍ତି ଥିଲେ । ୭୭ ବର୍ଷୀୟ ପୁରୁଷ ଗଞ୍ଜାମର ବୋଲି ଜଣାପଡିଛି । କୋଭିଡ୍ ବ୍ୟତୀତ ସେ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ । ୬୪ ବର୍ଷୀୟ ବ୍ୟକ୍ତି ଯାଜପୁର ଜିଲ୍ଲାର ବୋଲି ସୂଚନା ମିଳିଛି । ସେ ମଧ୍ୟ ମଧୁମେହରେ ପୀଡିତ ଥିଲେ । ଉଭୟଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୯ହଜାର ୫ଶହ ୨୬କୁ ବୃଦ୍ଧି

ଆଜି ୪୫୬ ପଜିଟିଭ୍ ଚିହ୍ନଟଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୩୦୯ ଓ ଲୋକାଲ୍ କେସ ୧୪୭ ଆସିଛି । ଏଥିସହ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ହଜାର ୫୨୬ କୁ ବୃଦ୍ଧି ପାଇଛି । ପ୍ରତ୍ୟେକ ଦିନ ଗଞ୍ଜାମରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଇଛନ୍ତି । କିଛି ଦିନ ହେବ ନିୟମିତ ଭାବରେ ରାଜ୍ୟରେ କରୋନା ମୃତ୍ୟୁ ହୋଇଚାଲିଛି ।

85 new positives found in cuttack

ଗତକାଲି ଗଜପତି ଓ ସୁନ୍ଦରଗଡ଼ ଜିଲ୍ଲାରେ କରୋନାରେ ପ୍ରଥମ ମୃତ୍ୟୁ ହୋଇଥିଲା । ଗଜପତି ଜିଲ୍ଲାର କୋଭିଡ୍ ସଂକ୍ରମିତ ଜଣେ ୪୦ ବର୍ଷୀୟ ପୁରୁଷ ଆଖି ବୁଜିଥିଲେ । ସେ ଡାଇବେଟିସ୍ ବା ମଧୁମେହରେ ପୀଡ଼ିତ ଥିଲେ । ସେହିଭଳି କୋଭିଡ୍ ସଂକ୍ରମିତ ସୁନ୍ଦରଗଡ଼ ଜିଲ୍ଲାର ୬୪ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଥିଲା । ସେ ମଧ୍ୟ ମଧୁମେହରେ ଆକ୍ରାନ୍ତ ଥିଲେ ।

Leave a Reply