ପୁନେରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକଙ୍କ ପାର୍ଥିବ ଶରୀର ଫେରାଇ ଆଣିଲା ଓଡ଼ିଶା-ମୋ ପରିବାର

1 min read
Odisha Mo Parivaar Bring Back Body Of Debashis From Pune

ଭୁବନେଶ୍ୱର: ପୁନେରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକଙ୍କ ପାର୍ଥିବ ଶରୀରକୁ ଫେରାଇ ଆଣିଲା ଓଡ଼ିଶା-ମୋ ପରିବାର । ଭୁବନେଶ୍ୱର ବିମାନବନ୍ଦରରେ ଓଡ଼ିଶା-ମୋ ପରିବାର ସଦସ୍ୟ ତଥା ଭୁବନେଶ୍ୱର(ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ପାର୍ଥିବ ଶରୀର ଗ୍ରହଣ କରି ମୃତକଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି ।

ସୂଚନାଯୋଗ୍ୟ, ଭଦ୍ରକ ଖପରପଡ଼ାର ଦେବାଶିଷ ପଣ୍ଡା ନାମକ ବ୍ୟକ୍ତି ପୁନେରେ ରହି ଏକ ଲଜିଷ୍ଟିକ୍ କମ୍ପାନୀରେ କାମ କରୁଥିଲେ । ଡିସେମ୍ବର ୩୦ ତାରିଖ ଦିନ ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଖବର ଓଡ଼ିଆ ମହାମଞ୍ଚର ସଭାପତି ମନୋଜ ନାୟକ ଓଡ଼ିଶା-ମୋ ପରିବାରକୁ ଜଣାଇଥିଲେ । କହିଥିଲେ- ମୃତକଙ୍କ ପାର୍ଥିବ ଶରୀରକୁ ଓଡ଼ିଶା ଫେରାଇଆଣିବାକୁ ବହୁ ଅସୁବିଧା ଉପୁଜୁଛି । ଏହାପରେ ଓଡ଼ିଶା-ମୋ ପରିବାର ଓ ଓଡ଼ିଆ ମହାମଞ୍ଚର ସଭାପତି ଶ୍ରୀ ନାୟକ ଏଥିରେ ହସ୍ତକ୍ଷେପ କରି ମୃତ ଦେବାଶିଷଙ୍କ ପାର୍ଥିବ ଶରୀରକୁ ବିମାନ ଯୋଗେ ଓଡ଼ିଶା ଫେରାଇ ଆଣିଥିଲେ । ଆଜି ଭୁବନେଶ୍ୱର ବିମାନବନ୍ଦରରେ ଓଡ଼ିଶା-ମୋ ପରିବାର ସଦସ୍ୟ ତଥା ଭୁବନେଶ୍ୱର(ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ପାର୍ଥିବ ଶରୀରକୁ ତାଙ୍କ ପରିବାରକ ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଏହି ମହତ୍ କାର୍ଯ୍ୟ ପାଇଁ ମୃତକ ଦେବାଶିଷଙ୍କ ପରିବାର ଲୋକେ ଓଡ଼ିଶା ମୋ ପରିବାରକୁ କୃତଜ୍ଞତା ଜଣାଇଥିଲେ ।

Leave a Reply