କରୋନାର ନୂଆ ଷ୍ଟ୍ରେନ୍: ରାଜ୍ୟରେ ୭ ବ୍ରିଟେନ ଫେରନ୍ତା ପଜିଟିଭ୍, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

NEW DELHI, INDIA - MARCH 31: A bus driver in a protective suit before ferrying people who took part in a Tablighi Jamaat function earlier this month to a quarantine facility amid concerns of infection, on day 7 of the 21 day nationwide lockdown imposed by PM Narendra Modi to check the spread of coronavirus, at Nizamuddin West on March 31, 2020 in New Delhi, India. (Photo by Ajay Aggarwal/Hindustan Times via Getty Images)

ଭୁବନେଶ୍ୱର: ବ୍ରିଟେନରୁ ଓଡ଼ିଶା ଆସିଛନ୍ତି ୧୮୮ ଜଣ  । ସେଥିରୁ ୧୭୯ ଜଣଙ୍କୁ ଚିହ୍ନଟ ସରିଛି  । ଏମାନଙ୍କ ମଧ୍ୟରୁ ୧୬୦ ଜଣଙ୍କ ନମୁନା ପରୀକ୍ଷା ହୋଇସାରିଛି । ମୋଟ ବ୍ରିଟେନ ଫେରନ୍ତା ଓ ତାଙ୍କ ସମ୍ପର୍କୀୟଙ୍କ ୨୦୪ ଜଣଙ୍କର ଆରଟିପିସିଆର ଟେଷ୍ଟ ହୋଇଛି । ପରୀକ୍ଷାରୁ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କର ପଜିଟିଭ୍ ଆସିଛି । ସେଥିରୁ ବ୍ରିଟେନ ଫେରନ୍ତା ୪ ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ୩ ଜଣଙ୍କର ପଜିଟିଭ ରିପୋର୍ଟ ଆସିଛି  ।

୬ ଜଣଙ୍କର ଜିନମ ପରୀକ୍ଷଣ ପାଇଁ ଲ୍ୟାବ ଯାଇଛି । ବ୍ରିଟେନ ଫେରନ୍ତାଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ୮୫ ଜଣଙ୍କୁ ଚିହ୍ନଟ କରାଯାଇଥିଲା । ତେବେ ରାଜ୍ୟର ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ସୂଚନା ମିଳିଛି । ଏହାସହ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମୁଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର  ।

ସେପଟେ ରାଜଧାନୀରେ ମୋଟ ୩ଜଣଙ୍କ ବ୍ୟତୀତ ଆଉ ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ ହୋଇନାହାନ୍ତି ବୋଲି କହିଛନ୍ତି ବିଏମସି କମିଶନର । ଏହାସହ ରାଜଧାନୀରୁ ୬୨ ଜଣ ଫେରିଥିବା ତଥ୍ୟ ମିଳିଥିବା ବେଳେ ସେଥିରୁ ୨ ଜଣ ଦିଲ୍ଲୀରେ ରହୁଛନ୍ତି । ତେଣୁ ୬୦ ଜଣଙ୍କ ମଧ୍ୟରୁ ୫୮ ଜଣଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ନମୁନା ପରୀକ୍ଷା କରାଯାଇଛି । ବର୍ତ୍ତମାନ ବାକି ୨ଜଣଙ୍କୁ ଟ୍ରେସିଂ କରାଯାଉଛି।

Leave a Reply