ଡାକ୍ତର ନୁହେଁ ଏଠି ଗୁଣିଆ ଭଲ କରୁଛି ରୋଗ ! ଲୋକଙ୍କ ବିରୋଧ, ଥାନାରେ ମମଲା…

1 min read

କେନ୍ଦ୍ରାପଡ଼ା: ଏବେ ବି ରହିଛି ଅନ୍ଧ ବିଶ୍ୱାସ । ଗୁଣିଗାରେଡ଼ିକୁ ଲୋକମାନେ କରୁଛନ୍ତି ବିଶ୍ୱାସ । ଏଭଳି ଏକ ଦୃଶ୍ୟ ପୁଣି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ ଖରିନାସୀ ଗାଁରେ । ଗୋଟିଏ ପରିବାରର ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଖରାପ ଥିବା କାରଣରୁ ସେମାନେ ଗୁଣିଆର ସାହାରା ନେଇଛନ୍ତି । ଆଉ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।

ଖରିନାସୀ ଗାଁର ବିଶ୍ୱନାଥ ମଣ୍ଡଳଙ୍କ ପତ୍ନୀ ଓ ପୁଅର ଦେହ ଭଲ ରହୁନଥିବାରୁ ସେ ଜଣେ ଗୁଣିଆର ପରାମର୍ଶ ନେଇଥିଲେ । ଗୁଣିଆ ଜଣଙ୍କ ତାଙ୍କ ଘରକୁ ଆସି ବିଭିନ୍ନ ପୂଜାର୍ଚ୍ଚନା କରିବା ସହ ଝଡ଼ାଫୁଙ୍କା କରିଥିଲା ।

https://www.facebook.com/NandighoshaTV/videos/308394123665804/

ଯାହା ଫଳରେ ଏହାକୁ ପଡ଼ୋଶୀ ବିରୋଧ କରିଥିଲେ । ବିଶ୍ୱନାଥ ଡାକ୍ତରଙ୍କ ପରାମର୍ଶ ନେବା ବଦଳରେ ଗୁଣିଆର ପରାମର୍ଶ କାହିଁକି ନେଇଥିଲେ ବୋଲି ପଡ଼ୋଶୀ ପ୍ରଶ୍ନ କରିଥିଲେ । ଏମିତିକି ଗୁଣିଆର ପୂଜାର୍ଚ୍ଚନାକୁ ମଧ୍ୟ ବିରୋଧ କରିଥିଲେ ।

ଖାଲି ସେତିକି ନୁହେଁ ଗାଁରେ ଗୁଣିଆକୁ କିଛି ଲୋକ ସମର୍ଥନ କରୁଥିବା ବେଳେ ଆଉ କିଛି ଲୋକ ବିରୋଧ କରିଥିଲେ । ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏବଂ ବିରୋଧ କରୁଥିବା ଲୋକମାନେ ଗୁଣିଆକୁ ଏକ ଗଛରେ ବାନ୍ଧି ଦେଇଥିଲେ । ଏହାପରେ ମାମଲା ଥାନାରେ ପହଞ୍ଚିଛି ।

Leave a Reply