ଧାର୍ଯ୍ୟ ସମୟ ଆଗରୁ ବିଧାନସଭା ଶୀତ ଅଧିବେଶନ ଶେଷ, ଗୃହ ଅନିର୍ଦ୍ଦିଷ୍ଟ କାଳ ଯାଏ ମୁଲତବି

1 min read
Odisha Assembly Winter Session Adjourned Before Scheduled Date

ଭୁବନେଶ୍ୱର: ୩୦ ଦିନ ଆଗରୁ ସରିଲା ବିଧାନସଭାର ଶୀତ ଅଧିବେଶନ । କୋଭିଡ୍ କଟକଣା ଭିତରେ ନଭେମ୍ବର ୨୦ ତାରିଖରୁ ଆରମ୍ଭ ହୋଇଥିବା ଶୀତ ଅଧିବେଶନ ମାତ୍ର ୧୦ ଦିନରେ ଶେଷ ହୋଇଛି । ଗୃହ ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବା ନେଇ ଧାର୍ଯ୍ୟ ହୋଇଥିଲା । ଆଜି ୧୧ ହଜାର ୭୦୦ କୋଟିର ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇଥିଲା ।

ଏଥିସହ ପଢ଼ନ୍ତୁ- ବିଧାନସଭାରେ ୧୧ ହଜାର ୭ ଶହ କୋଟିର ବ୍ୟୟ ମଞ୍ଜୁରୀ ବିଲ୍ ପାରିତ, ବିରୋଧୀଙ୍କ ହଟ୍ଟଗୋଳ

ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ପରେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହାକୁ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରମୁଖ ସମର୍ଥନ କରିଥିବାବେଳେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ସରକାର ଦଳ ଆଣିଥିବା ପ୍ରସ୍ତାବକୁ ବିରୋଧ କରିଥିଲେ । ବାଚସ୍ପତି ସୂର୍ଯ୍ୟ ନାରାୟାଣ ପାତ୍ର ଗୃହକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ମୁଲତବି ଘୋଷଣା କରିଛନ୍ତି ।

Odisha Assembly Winter Session Adjourned Before Scheduled Date

ବିଧାନସଭାର ମୌସୁମୀ ଅଧିବେଶନ ଭଳି ଶୀତ ଅଧିବେଶନ କୋଭିଡ୍ କଟକଣା ଭିତରେ ବସିଥିଲା । ଅଧିବେଶନ ଆରମ୍ଭ ପୂର୍ବରୁ ସମସ୍ତ ବିଧାୟକ, ମନ୍ତ୍ରୀ, ବିଧାସଭା କର୍ମଚାରୀଙ୍କ ସହ ସାମ୍ବାଦିକଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା । ବିଧାନସଭା ବର୍ଷକୁ ୬୦ ଦିନ ବସିବାର ବ୍ୟବସ୍ଥା ରହିଛି । ପୂର୍ବ ୨ଟି ଅଧିବେଶନରେ ଗୃହ ୨୦ ଦିନ ଧରି ଚାଲିଥିବାରୁ ଶୀତ ଅଧିବେଶନ ୪୦ ଦିନ ଧରି ବସିବା ନେଇ ଧାର୍ଯ୍ୟ କରାଯାଇଥିଲା ।

Odisha Assembly Winter Session Adjourned Before Scheduled Date

ଚଳିତ ଶୀତ ଅଧିବେଶନରେ ୧୩୩୨ଟି ଅଣ-ତାରକା ପ୍ରଶ୍ନ ଆସିଥିବା ବେଳେ ୧୧୯୨ଟିର ଉତ୍ତର ଦିଆଯାଇଛି । ୨ଟି ମୁଲତବି ପ୍ରସ୍ତାବ ଆଲୋଚନା ହୋଇଛି । ୯ଗୋଟି ବିଲ୍ ଆଗତ ହୋଇଥିବା ବେଳେ ୭ଟି ପାରିତ ହୋଇଛି ।

Leave a Reply