ବିଧାନସଭାରେ ୧୧ ହଜାର ୭ ଶହ କୋଟିର ବ୍ୟୟ ମଞ୍ଜୁରୀ ବିଲ୍ ପାରିତ, ବିରୋଧୀଙ୍କ ହଟ୍ଟଗୋଳ

1 min read
Odisha Assembly Approves 11.700 Core Supplementary Budget

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇଛି । ପୂର୍ବାହ୍ନରେ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ ମଧ୍ୟରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୧୧ ହଜାର ୭ ଶହ କୋଟିର ବ୍ୟୟ ମଞ୍ଜୁରୀ ବିଲ୍ ଆଗତ କରିଥିଲେ । ବିଲ୍ ଉପରେ ଆଲୋଚନା ବେଳେ ବି ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଗୃହକୁ ୪ଟା ଯାଏଁ ମୁଲତବି ରଖିଥିଲେ ।

Odisha Assembly Approves 11.700 Core Supplementary Budget

ପରେ ଗୃହରେ ୧୧ ହଜାର ୭ ଶହ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ପାଇଁ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇଛି । ବିଶେଷକରି ଅର୍ଥ କୋଭିଡ୍ ପରିଚାଳନା ସମେତ ବିଭିନ୍ନ ଜନକଲ୍ୟାଣ ଓ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ବିନିଯୋଗ କରାଯିବ । ବିଶ୍ୱରେ କରୋନା ସଂକ୍ରମଣ ଜାରି ରହିଥିବାରୁ ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ଜୀବନ ଓ ଜୀବିକା ସୁରକ୍ଷା ଲାଗି ନିମିତ୍ତ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଜାରି ରଖିବେ ।

କରୋନା ମହାମାରୀକୁ ଆଖି ଆଗରେ ରଖି ଚଳିତ ବର୍ଷ ଅତିରିକ୍ତ ବଜେଟରେ ‘ଆବଣ୍ଟନ ପୁନଃ ପ୍ରାଥମିକତା’ ଉପରେ ଗୁରୁତ୍ୱ ଦିଆଯାଇଅଛି । ଅତିରିକ୍ତ ବଜେଟ୍ ସ୍ୱାସ୍ଥ୍ୟ, ଖାଦ୍ୟ ଓ ସାମାଜିକ ସୁରକ୍ଷା, ଜୀବିକା, ରୋଜଗାର ସୃଷ୍ଟି ସମ୍ବନ୍ଧୀୟ କୋଭିଡ୍ ପରିଚାଳନା ଉପରେ ଧ୍ୟାନ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା କୋଭିଡ୍ ଯୋଦ୍ଧା ପ୍ୟାକେଜ (କୋଭିଡ୍-୧୯ ଯୋଦ୍ଧା ବିଶେଷ ସହାୟତା), ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ କ୍ଷେତ୍ର, ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ମିଶନ ଶକ୍ତି ଇତ୍ୟାଦିକୁ ସମ୍ପୂର୍ଣ୍ଣ ଭାବେ ପାଣ୍ଠି ପ୍ରଦାନ କରାଯାଇଛି । ଏହି ଅତିରିକ୍ତ ବଜେଟର ଆକାର ମୂଳ ବଜେଟର ପ୍ରାୟ ୭.୫ ପ୍ରତିଶତ ଅଟେ । ସମୁଦାୟ ଅତିରିକ୍ତ ବଜେଟର ୬୬.୩୫ ପ୍ରତିଶତ, କାର୍ଯ୍ୟକ୍ରମ ବ୍ୟୟ ପାଇଁ ଉଦ୍ଦିଷ୍ଟ ।

Odisha Assembly Approves 11.700 Core Supplementary Budget

ମୋଟ ୭ ହଜାର ୪୩୮ କୋଟି ଟଙ୍କା କାର୍ଯ୍ୟକ୍ରମ ବ୍ୟୟ ବରାଦରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୧୬୨୭ ଟଙ୍କା, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପାଇଁ ୨୦୪୧ ଟଙ୍କା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପାଇଁ ୧୦୭୭ କୋଟି ଟଙ୍କା, ଭିତ୍ତିଭୂମି କ୍ଷେତ୍ର ପାଇଁ ୧୬୦୩ କୋଟି ଟଙ୍କା, ଶିକ୍ଷା, କ୍ରୀଡ଼ା ଏବଂ ଦକ୍ଷତା ବିକାଶ ପାଇଁ ୫୮୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । କାର୍ଯ୍ୟକ୍ରମ ବ୍ୟୟରୁ ମୋଟ ୭ ହଜାର ୧୯୯ କୋଟି ଟଙ୍କା (୯୭%) ବିକାଶ ନିମନ୍ତେ ଉଦ୍ଦିଷ୍ଟ ଯୋଜନା ପାଇଁ ଖର୍ଚ୍ଚ କରିବାର ବ୍ୟବସ୍ଥା କରାଯାଇଛି ।

Leave a Reply