ଗଞ୍ଜାମରୁ ଭଲ ଖବର : କରୋନା ସଂକ୍ରମିତଙ୍କଠାରୁ ଜନ୍ମ ହେଉଛନ୍ତି ସୁସ୍ଥ ଶିଶୁ

ଭୁବନେଶ୍ୱର: କରୋନା ସଂକ୍ରମଣ ଭୟ ରାଜ୍ୟକୁ ଡରାଉଛି । ସରକାର ଚୌକସ ଅଛନ୍ତି । ଘର ଦୁଆର ମୁହଁରେ ପହଁଚୁଛି ଚିକିତ୍ସା ସେବା । ତଥାପି କରୋନା ସଂକ୍ରମଣକୁ ନେଇ ପୁରା ରାଜ୍ୟ ଆତଙ୍କରେ । ଏହାରି ଭିତରେ କିନ୍ତୁ ଗୋଟିଏ ଭଲ ଖବର ଆସିଛି । ଛାତିକୁ ସାହାସ ଦେଲା ଭଳି ଖବର ଆସିଛି । ଏହି ଖବର ହେଉଛି କରୋନା ସଂକ୍ରମିତ ମା’ଙ୍କଠଆରୁ ଜନ୍ମିତ ପିଲା କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ  ସଂକ୍ରମଣର ଶିକାର ହେଉ ନାହାନ୍ତି । 

ଗଞ୍ଜାମରୁ ଏହି ଖୁସିଖବର ଆସିଛି । ଗଞ୍ଜାମ ଜିଲ୍ଲାରେ କରୋନା ଗର୍ଭବତୀ ମହିଳାଙ୍କ ଠାରୁ ଜନ୍ମ ନେଉଛନ୍ତି ସୁସ୍ଥ ଛୁଆ । ଏପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ଥିବା କୋଭିଡ଼ ଡାକ୍ତରଖାନାରୁ ୫୭ ଜଣ ଛୁଆ ଜନ୍ମ ନେଇଛନ୍ତି ଏବଂ ସେ ସମସ୍ତ ଛୁଆ ନିରୋଗ ରହିଛନ୍ତି । ଯେତେବେଳେକି ତାଙ୍କର ମାଆ ମାନେ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିଲେ । ନବଜାତ ଶିଶୁ ମାନଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯାଉନାହିଁ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ  ପ୍ରତିଦିନ ୨ ହଜାର ପାଖାପାଖି କରୋନା ସଂକ୍ରମିତ ରାଜ୍ୟ ଭିତରେ ଚିହ୍ନଟ ହେଉଛନ୍ତି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୪,୬୩୦ରେ ପହଞ୍ଚିଛି । ସେହିଭଳି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୨୪ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୩୭ ହଜାର ୯୦୦ ସୁସ୍ଥ ହୋଇଥିବା ବେଳେ ୧୬ ହଜାର ୩୫୩ଟି ସକ୍ରିୟ ମାମଲା ରହିଛି ।

Leave a Reply