ମିକା ବି କଙ୍ଗନାଙ୍କୁ କଲେ ଟାର୍ଗେଟ୍‌, କହିଲେ ସୋସିଆଲ ମିଡିଆରେ ବାହାଦୁରି ମାରିବା ସହଜ..

Mika Singh

ମୁମ୍ବାଇ: ଯେବେଠାରୁ ଅଭିନେତ୍ରୀ କଙ୍ଗନା ରାଣାଓ୍ୱତ ଚାଷୀ ଆନ୍ଦୋଳନକୁ ନେଇ ଟ୍ୱିଟ୍‌ କରିବା ଆରମ୍ଭ କରିଛନ୍ତି, ସେବେଠାରୁ ୟୁଜର୍ସ ତାଙ୍କୁ ଟ୍ରୋଲ୍‌ କରିବା ସହ ବିରୋଧ କରିବା ଆରମ୍ଭ କରିଛନ୍ତି । ପୂର୍ବରୁ କଙ୍ଗନା ଏବଂ ଦିଲଜିତଙ୍କ ମଧ୍ୟରେ ଦେଖାଯାଉଥିଲା ଟ୍ୱିଟର ଓ୍ୱାର୍ । ହେଲେ ଏବେ ସେହି ଟ୍ୱିଟର ଓ୍ୱାର୍‌ ଭିତରେ ଆହୁରି ଅନେକ ସେଲିବ୍ରିଟିଙ୍କ ନାଁ ଯୋଡ଼ି ହୋଇସାରିଲାଣି । ବଡ଼ ବଡ଼ ଷ୍ଟାରମାନେ କଙ୍ଗନାଙ୍କ ବୟାନକୁ ଖଣ୍ଡନ କରୁଛନ୍ତି ଏବଂ ନିଜ ଭାଷାରେ ସଂଯମତା ରଖିବା ପାଇଁ ତାଙ୍କୁ ପରାମର୍ଶ ଦେଉଛନ୍ତି ।

କଙ୍ଗନାକୁ ମିକା ସିଂଙ୍କ ପରାମର୍ଶ

ଗାୟକ ମିକା ସିଂହ ମଧ୍ୟ କଙ୍ଗନା ରାଣାଓ୍ୱତଙ୍କୁ ପରାମର୍ଶ ଦେବା ଆରମ୍ଭ କରିଛନ୍ତି । ସୋସିଆଲ ମିଡିଆରେ ବାରମ୍ବାର କଙ୍ଗନାଙ୍କ ଏଭଳି ବୟାନବାଜିକୁ ସେ ନାପସନ୍ଦ କରିଛନ୍ତି । କଙ୍ଗନାଙ୍କୁ ଚାତ୍ସଲ୍ୟ କରି ମିକା ଲେଖିଛନ୍ତି ଯେ, ‘ତୁମର କାମ କ’ଣ ? ତୁମର ଲକ୍ଷ୍ୟ କ’ଣ ? ଆଉ ତୁମେ କରୁଛ କ’ଣ ? ତୁମେ ଜଣେ ଜାଣିବା ସୁଣିବା ବ୍ୟକ୍ତିତ୍ୱ । ତୁମେ ଦେଖିବାକୁ ସୁନ୍ଦର । ନିଜ ଆକ୍ଟିଂ ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ । ହେଲେ ହଠାତ୍‌ ଏଭଳି ଦେଶଭକ୍ତି, ତାହା ପୁଣି କେବଳ ଟ୍ୱିଟର ଆଉ ନ୍ୟଜୁରେ ?’

ଖାଲି ସେତିକି ନୁହେଁ ମିକା ଆହୁରି ମଧ୍ୟ ଟ୍ୱିଟ୍‌ କରି କଙ୍ଗନାଙ୍କୁ ଟାର୍ଗେଟ କରିଛନ୍ତି ଯେ, ‘ସୋସିଆଲ ମିଡିଆରେ ବାଘ ଭଳି ରଡି କରିବା ସହଜ । କିନ୍ତୁ ବାସ୍ତବରେ ଯଦି କଙ୍ଗନା ଲୋକଙ୍କୁ ସହାଯ୍ୟ କରନ୍ତେ ତାହାଲେ ଭଲ ହୁଅନ୍ତା । ଯଦି ଦିନକୁ ସେ ୨୦ ଜଣ ଗରିବ ଲୋକଙ୍କୁ ଖାଇବାକୁ ବି ଦିଅନ୍ତେ ତାହାଲେ କିଛି ଲୋକ ଉପକୃତ ହୁଅନ୍ତେ ।’ ସୂଚନାଯୋଗ୍ୟ, ମିକା ଓ ତାଙ୍କ ସଂସ୍ଥା ପକ୍ଷରୁ ଦିନକୁ ୫ ଲକ୍ଷ ଲୋକଙ୍କୁ ଖାଇବାକୁ ଦେଉଛନ୍ତି ।

Leave a Reply