ଦର୍ଶକଙ୍କ ମନ ମୋହୁଛି ସୁନ୍ଦର ବାଲୁକା କଳା, ଉଦଯାପନୀ ଦିବସରେ ରହିଛି ଆକର୍ଷଣୀୟ କାର୍ଯ୍ୟକ୍ରମ

କୋଣାର୍କ: ଆନ୍ତର୍ଜାତୀୟ କୋଣାର୍କ ବାଲୁକା କଳା ଉତ୍ସବର ଆଜି ଉଦଯାପନୀ ଦିବସ । ଏହି ଅବସରରେ ଅନେକ କାର୍ଯ୍ୟକ୍ରମର ଆୟୋଜନ ହେବ । ଦର୍ଶକଙ୍କ ମନ ମୋହୁଛି ବାଲୁକା ଶିଳ୍ପୀଙ୍କ ସୁନ୍ଦର ସୁନ୍ଦର ବାଲୁକା କଳା । ଗତ ୧ ତାରିଖରୁ ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ହେଉଛି ଏହି ଉତ୍ସବ । ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ଵାରା ଏହି ଉତ୍ସବର ଆୟୋଜନ କରାଯାଇଛି ।

ସେପଟେ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ୫ଦିନ ବ୍ୟାପୀ ଆୟୋଜିତ ହୋଇଥିବା ୩୧ତମ କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ କୋଲକାତାର ରନନ ଅନୁଷ୍ଠାନର ଶିଳ୍ପୀ ବିକ୍ରମ ଲାଇଙ୍ଗର ଓ ସାଥି କାଳାକାର ମାନଙ୍କଦ୍ଵାରା କଥକ ନୃତ୍ୟ ପରିବେଷଣ କରାଯାଇଥିଲା । ଭୁବନେଶ୍ୱରର ରୁଦ୍ରାକ୍ଷ ଫାଉଣ୍ଡେସନର ଗୁରୁ ବିଚିତ୍ରାନନ୍ଦ ସ୍ଵାଇଁ ଓ ସାଥି କଳାକାର ମାନଙ୍କ ଦ୍ଵାରା ଓଡିଶୀ ନୃତ୍ୟ ଶୈଳୀରେ କୃଷ୍ଣ କାଳୀ ଓ ମହାଭାରତର ଚକ୍ରବ୍ୟୁହ ପ୍ରସଙ୍ଗ ଉପରେ ଆଧାରିତ ନୃତ୍ୟାଭିନୟ ଦର୍ଶକଙ୍କ ମନ ମୋହିଥିଲା ।

ଆଜି ଶେଷ ସନ୍ଧ୍ୟାରେ ଗୁରୁ କେଲୁଚରଣ ମହାପାତ୍ର ରିସର୍ଚ ସେଣ୍ଟର ଦ୍ଵାରା ଓଡିଶୀ ଓ ନୂଆଦିଲ୍ଲୀର ଦୃଷ୍ଟିକୋଣ ଡ୍ୟାନ୍ସ ଫାଉଣ୍ଡେସନ ଅଦିତି ମଙ୍ଗଲ ଦାଶ ଓ ସାଥି କଳାକାର ମାନଙ୍କ ଦ୍ଵାରା କଥକ ନୃତ୍ୟ ପରିବେଷିତ ହେବ ।

Leave a Reply