ଜମ୍ମୁ-କାଶ୍ମୀର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହଙ୍କ ବିରୋଧରେ ଥାନାରେ ଏତଲା ଦେଲେ ଓଡ଼ିଆ ଆଇପିଏସ

1 min read

ଶ୍ରୀନଗର: ଜମ୍ମୁକାଶ୍ମୀରରେ ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କୁ ସଫା କରୁଥିବା ବେଳେ ପୋଲିସ ବିଭାଗରେ ଦେଖିବାକୁ ମିଳୁଛି ମତଭେଦ । ଜମ୍ମୁ-କାଶ୍ମୀରରେ ଦୁଇଜଣ ବଡ ଆଇପିଏସ ଅଧିକାରୀଙ୍କ ମଧ୍ୟରେ ମତଭେଦ ହୋଇ କଥା ଥାନାକୁ ଯାଇଛି । ଜଣେ ପୋଲିସ ଅଧିକାରୀ ଆଉ ଜଣେ ଅଧିକାରୀଙ୍କ ବିରୋଧରେ ଏତଲା ଦେଇଛନ୍ତି ।

ବରିଷ୍ଠ ଆଇପିଏସ ଅଧିକାରୀ ବସନ୍ତ ରଥ ପୋଲିସ ଡିଜି ଦିଲବାଗ ସିଂହଙ୍କ ବିରୋଧରେ ଜମ୍ମୁ ଜିଲ୍ଲାର ଗାନ୍ଧୀ ନଗର ଥାନାରେ ଏତଲା ଦେଇଛନ୍ତି । ଓଡ଼ିଆ ଆଇପିଏସ ଅଧିକାରୀ ବସନ୍ତ ରଥ କହିଛନ୍ତି ଯେ, ତାଙ୍କ ଅନୁଭବକୁ ଦୃଷ୍ଟିରେ ରଖି ଅଭିଯୋଗକୁ ଗମ୍ଭୀରତାର ସହ ନିଆଯାଉ । ବସନ୍ତ ରଥ,ଲିଖିତ ଅଭିଯୋଗର ଗୋଟିଏ କପି ଡିଜି ଦିଲବାଗ ସିଂହଙ୍କୁ ମଧ୍ୟ ଦେଇଛନ୍ତି ।

Basant rath ips

ସେ ଲେଖିଛନ୍ତି ଯେ,ମୁଁ  ଜଣେ ସରକାରୀ ଅଧିକାରୀ କିମ୍ବା ପୋଲିସ ଅଧିକାରୀ ଭାବେ ଅଭିଯୋଗ କରୁନାହିଁ । ବ୍ୟକ୍ତିଗତ ଭାବେ ଏହି ଅଭିଯୋଗ ମୁଁ କରୁଛି । ମୁଁ ଆପଣଙ୍କୁ ଏହି ଅଭିଯୋଗ ପତ୍ରକୁ ଥାନା ଡାଏରୀରେ ରଖିବାକୁ ଅନୁରୋଧ କରୁଛି । ବସନ୍ତ ରଥ ଆହୁରି ମଧ୍ୟ ଲେଖିଛନ୍ତି ଯେ, ମୋ ସହିତ ଯଦି କିଛି ମଧ୍ୟ ଖରାପ ହୁଏ ତେବେ ଆପଣ ସମସ୍ତେ ଜାଣି ରଖିବା ଉଚିତ୍ ଯେ, ଆପଣଙ୍କୁ କାହା ନମ୍ବର ଡାଏଲ କରିବାକୁ ପଡିବ  ।

ଅଭିଯୋଗ କରିବା କାଳରେ ରଥ,ସ୍ଥାନୀୟ ଥାନାର ଏସଏଚଓ ଏବଂ ତାଙ୍କ ଟିମକୁ ସେମାନଙ୍କ କାମ ପାଇଁ ସାବାସୀ ଦେଇଛନ୍ତି । ଏହା ସହ  ସେ ଲେଖିଛନ୍ତି ଯେ, ଆଲ୍ଲା ଆପଣ ଓ ଆପଣଙ୍କ ପରିବାର ସଦସ୍ୟଙ୍କୁ ସୁରକ୍ଷିତ ରଖନ୍ତୁ ।

Leave a Reply