ମାନ୍ଦାବସ୍ଥା ଆଡ଼କୁ ମୁହାଁଇଛି ଦେଶ; ୨ୟ ତ୍ରୟମାସିକରେ ବି ସୁଧୁରିଲାନି ସ୍ଥିତି…

ନୂଆଦିଲ୍ଲୀ: କରୋନା ପ୍ରଭାବରେ ଆର୍ଥନୀତିକ ସ୍ଥିତି ଶାଙ୍କୁଡି ଗଲାଣି । ଏସିଆ ମହାଦେଶରେ ସବୁଠାରୁ ଖରାପ ପ୍ରଦର୍ଶନ କରୁଥିବା ଦେଶଗୁଡିକ ମଧ୍ୟରେ ଭାରତ ଆଗରେ । ଦେଶରେ ସ୍ଥିତି କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି । ବଜାରର ମାନ୍ଦାବସ୍ଥା, ଦେଶକୁ ପଛକୁ ଠେଲିବାରେ ଲାଗିଛି । ଏନେଇ ପୂର୍ବାନୁମାନ କରିଛି ଦେଶର କେନ୍ଦ୍ରୀୟ ବ୍ୟାଙ୍କ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ପୂର୍ବାନୁମାନ ଅନୁଯାୟୀ, ଜୁଲାଇରୁ ସେପ୍ଟେମ୍ୱର ମଧ୍ୟରେ ଦେଶର ଡିଜିପି ପୂର୍ବ ବର୍ଷ ତୁଳନାରେ ୮.୪ ପ୍ରତିଶତ ହ୍ରାସ ପାଇବ ।

ଏହା ୨ୟ ତ୍ରୟମାସିକ ଜିଡିପି ଅଟେ । ପ୍ରଥମ ତ୍ରୟମାସିକରେ ଜିଡିପି ପାଖାପାଖି ୨୪ ପ୍ରତିଶତ ହ୍ରାସ ପାଇଥିଲା । ଏଣୁ ଏପରି କ୍ରମାଗତ ଭାବେ ଦେଶର ଘରୋଇ ଉତ୍ପାଦନ ପ୍ରଭାବିତ ହେଉଥିବା ହେତୁ ଦେଶ ଏକ ମାନ୍ଦାବସ୍ଥା ଆଡ଼କୁ ଗତି କରୁଥିବା ଅନୁମାନ କରାଯାଇଛି । ତେବେ କରୋନା ପରେ ଭାରତ ଘରୋଇ ଉତ୍ପାଦ କ୍ଷେତ୍ର ଯେଉଁ ଭଳି ଭାବେ ପ୍ରଦର୍ଶନ କରିଛି ତାହା ଅନ୍ୟ କୌଣସି ଦେଶ କ୍ଷେତ୍ରରେ ଦେଖା ଯାଇନାହିଁ । ପ୍ରାୟ ସବୁ ବିକାଶଶୀଳ ଓ ବିକଶିତ ରାଷ୍ଟ୍ରଗୁଡିକ ଭାରତଠାରୁ ଉତ୍ତମ ପ୍ରଦର୍ଶନ କରି ଆସୁଛନ୍ତି । ତେବେ ୨୦୨୦ରେ ଦେଶର ଜିଡିପି ୯.୫ ପ୍ରତିଶତ ହ୍ରାସ ପାଇବ ବୋଲି ବିଚାର କରାଯାଉଛି ।

ତେବେ ସୂଚନାଯୋଗ୍ୟ ଯେ ଏହି ଆକଳନ ହିଁ ସର୍ବୋତ୍ତମ ପ୍ରଦର୍ଶନ । ଶେଷ ୧୦ ବର୍ଷ ମଧ୍ୟରେ ଭାରତ କେବେ ଆକଳନଠାରୁ ଭଳ ପ୍ରଦର୍ଶନ କରିନାହିଁ । ଅନ୍ୟପକ୍ଷରେ ଦେଶରେ ନଗଦ କାରବାର ବଢିଛି । ଆଗକୁ ଆହରୁ ବଢିବ । ବିଶେଷ ଭାବେ ଯାନବାହନ କିଣା କ୍ଷେତ୍ରରେ ରାଜ୍ୟ ଭଲ ପ୍ରଦର୍ଶନ କରିଛି । ଏଣୁ ଏସବୁର ସକରାତ୍ମକ ପ୍ରଭାବ ୩ୟ ତ୍ରିମାସିକରେ ପଡିପାରେ ବୋଲି ଅନୁମାନ କରାଯାଉଛି ।

Leave a Reply