ଦେଶରେ ୨୪ ଘଣ୍ଟାରେ ୪୮ହଜାର ୬୪୮ ସଂକ୍ରମିତ ଚିହ୍ନଟ , ୫୬୩ ମୃତ

ନୂଆଦିଲ୍ଲୀ: ଦେଶରେ ଲଗାତାର ଭାବେ କମୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ପୁଣି କରୋନା ଗ୍ରାଫ କମିବା ସହ ଚିହ୍ନଟ ହୋଇଛନ୍ତି ଆଉ ୪୮ ହଜାର ୬୪୮ ଆକ୍ରାନ୍ତ । ସେହିପରି କରୋନା ନେଇଛି ଆଉ ୫୬୩ ଜୀବନ । ଏହାକୁ ମିଶାଇ କରୋନାରେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୨୧ ହଜାର ୯୦ରେ ପହଞ୍ଚିଛି । ଏବେବି ସାରା ଦେଶରେ ୫ଲକ୍ଷ ୯୪ ହଜାର ୩୮୬ ସକ୍ରିୟ ମାମଲା ଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଲେଣି ୭୩ ଲକ୍ଷ ୭୩ ହଜାରରୁ ଅଧିକ ସଂକ୍ରମିତ ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ, ଦେଶରେ ଏପର୍ଯ୍ୟନ୍ତ ୮୦ଲକ୍ଷ ୮୮ହଜାର ୮୫୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଲକ୍ଷେ ୨୧ହଜାର ୯୦ ଲୋକଙ୍କ ମୃତ୍ୟୁ ହୋଇଯାଇଛି । କିନ୍ତୁ ଦେଶରେ ସୁସ୍ଥତା ହାର କରୋନା ସମୟରେ ଆଶ୍ୱସ୍ଥିକର ଖବର ।

୧୧ ଅକ୍ଟୋବର ସୁଧା ୭୦ଲକ୍ଷ ପାର କରିଥିଲା ସଂକ୍ରମିତଙ୍କ ସଂଖ୍ୟା

ସୂଚନା ଯୋଗ୍ୟ ଯେ, ଦେଶରେ ୭ ଅଗଷ୍ଟକୁ ସଂକ୍ରମିତଙ୍କ ସଂଖ୍ୟା ୨୦ଲକ୍ଷ, ୨୩ ଅଗଷ୍ଟରେ ୩୦ ଏବଂ ୫ସେପ୍ଟେମ୍ବରକୁ ସଂକ୍ରମିତଙ୍କ ସଂଖ୍ୟା ୪୦ଲକ୍ଷ ଅତିକ୍ରମ କରିସାରିଥିଲା । ଏହାସହ ୧୬ ସେପ୍ଟେମ୍ବର ସୁଧା ସଂକ୍ରମିତଙ୍କ ସଂଖ୍ୟା ୫୦ଲକ୍ଷ ପାର କରିଥିଲା ଏବଂ ୨୮ ସେପ୍ଟେମ୍ବରକୁ  ୬୦ଲକ୍ଷ, ୧୧ ଅକ୍ଟୋବରକୁ ସଂକ୍ରମିତଙ୍କ ସଂଖ୍ୟା ୭୦ ଲକ୍ଷ ପାର୍ କରିଥିଲା ।

ଅଧିକ ଭିଡ଼ ଏବଂ ପ୍ରଦୂଷିତ ବାୟୁ ପାଇଁ ଦିଲ୍ଲୀରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା

ଦିଲ୍ଲୀରେ କରୋନା ସଂକ୍ରମଣ ବଢିବାର କାରଣ ହେଉଛି ପର୍ବପର୍ବାଣୀରେ ଲୋକଙ୍କ ଭିଡ଼ ଓ ପ୍ରଦୂଷିତ ବାୟୁମଣ୍ଡଳ । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଦିଲ୍ଲୀରେ ପୂର୍ବ ୪ ସପ୍ତାହରେ ୨୯,୩୭୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave a Reply