ଦେଶରେ ୨୪ଘଣ୍ଟାରେ ୨୦ହଜାର ୩୬ ସଂକ୍ରମିତ ଚିହ୍ନଟ

Coronavirus Good Hope New Born Baby Removed Mask From Doctors Face In UAE Photo Viral

ନୂଆଦିଲ୍ଲୀ: ମହାମାରୀ କରୋନା କବଳରୁ ମୁକ୍ତ ହେଉଛି ଭାରତ  । ଦିନକୁ ଦିନ ତଳମୁହାଁ ହେଉଛି କରୋନା ଗ୍ରାଫ୍ । ନୂଆ ସଂକ୍ରମଣ ମାମଲା ହ୍ରାସ ପାଇବା ସହ ସୁସ୍ଥତା ହାର ବି ବଢୁଛି । ଗତ ୬ମାସ ମଧ୍ୟରେ ଡିସେମ୍ବରରେ ସବୁଠୁ କମ୍ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛନ୍ତି  । ଏହାଛଡ଼ା ମେ ମାସ ପରେ ଡିସେମ୍ବରରେ ସବୁଠୁ କମ୍ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।  ଜୁନ୍‌ ପରେ ପ୍ରଥମଥର ଲାଗି ଦେଶରେ କରୋନା ମାମଲା ୧୦ଲକ୍ଷ ତଳେ ରହିଛି  ।

ନଭେମ୍ବର ତୁଳନାରେ ଡିସେମ୍ବରରେ ୩୫ପ୍ରତିଶତ କମ୍ ମାମଲା ଚିହ୍ନଟ ହୋଇଛନ୍ତି । ୩୦ ନଭେମ୍ବରରେ ୪୦ହଜାର ୮୬୮ ମାମଲା ଚିହ୍ନଟ ହୋଇଥିବା ବେଳେ ଡିସେମ୍ବର ୩୦ ରେ ୫୦ ପ୍ରତିଶତ କମ୍ ଅର୍ଥାତ୍ ୨୦ହଜାର ୫୦୭ ମାମଲା ନଜରକୁ ଆସିଛି  । ରାଜଧାନୀ ଦିଲ୍ଲୀରେ ବି ସଂକ୍ରମଣ ସର୍ବନିମ୍ନ ସ୍ତରରେ ପହଞ୍ଚିଛି  । ନୂଆ ମାମଲା କମୁଥିବା ବେଳେ ଆକ୍ଟିଭ୍ କେସ୍ ବି ହ୍ରାସ ପାଉଛି  । କିନ୍ତୁ ବ୍ରିଟେନ୍ ନୂଆ ଷ୍ଟ୍ରେନ୍‌କୁ ନେଇ ସାରା ଦେଶରେ ଭୟର ବାତାବରଣ ଜାରି ରହିଛି  ।

ବ୍ରିଟେନ୍‌ ଷ୍ଟ୍ରେନ୍‌ରେ ଭାରତରେ ଏ ପର୍ଯ୍ୟନ୍ତ ୨୫ ଜଣ ସଂକ୍ରମିତ ହୋଇଛନ୍ତି, ସେମାନଙ୍କୁ ସରକାରୀ କ୍ୱାରେଣ୍ଟାଇନରେ ରଖାଯାଇଛି  । ଅନ୍ୟପଟେ ଗୋଟିଏ ଦିନରେ ଆଉ ୨୦ ହଜାର ୩୬ ନୂଆ ମାମଲା ନଜରକୁ ଆସିଛି  । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୨ ଲକ୍ଷ ୮୬ ହଜାର ୭୧୦ରେ ପହଞ୍ଚିଛି  । ଗତ ୨୪ ଘଣ୍ଟାରେ ୨୩ହଜାର ୧୮୧ ଲୋକ ସୁସ୍ଥ ହୋଇଛନ୍ତି  । ଗୋଟିଏ ଦିନରେ ଆଉ ୨୫୬ ଜୀବନ ନେଇଛି କରୋନା  । ଏବେସୁଦ୍ଧା ସାରାଦେଶରେ ୨ଲକ୍ଷ ୫୪ ହଜାର ୨୫୪ ଆକ୍ଟିଭ୍ କେସ୍ ରହିଛନ୍ତି  ।

Leave a Reply