IIFL ଲକରରୁ ଲୁଟ୍ ପଛର ମାଷ୍ଟରମାଇଣ୍ଡ ଲାଲା, ସହଯୋଗୀଙ୍କ ସହ କରିଥିଲା ପ୍ଲାନିଂ

1 min read
IIFL Loot Case, Police Arrested MasterMind Lala And Others

କଟକ: IIFL ଲୁଟ୍ ଘଟଣାରେ କଟକ ଡିସିପି ପ୍ରତୀକ ସିଂଙ୍କ ପ୍ରେସମିଟ୍ । ଲୁଟରେ କିଏ ସମ୍ପୃକ୍ତ, କିଏ ରଚିଥିଲା ଲୁଟ୍ ଷଡ଼ଯନ୍ତ୍ର ? ପ୍ରେସମିଟରେ ସବୁ ତଥ୍ୟ ଦେଇଛନ୍ତି ଡିସିପି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଲାଲା ସାଗର ରାୟ ଲୁଟର ମାଷ୍ଟରମାଇଣ୍ଡ । ସମସ୍ତ କର୍ମଚାରୀଙ୍କୁ ପଚରାଉଚରା ସହ ସମସ୍ତ କର୍ମଚାରୀଙ୍କ ଘରେ ରେଡ୍ ପରେ ପୋଲିସକୁ ମିଳିଛି ପ୍ରମାଣ । ଲୁଟରେ ଲାଲା ସାଗର ସହ କାମ କରୁଥିବା ମହିଳା ଅଧିକାରୀ ନିଳିମା ଲେଙ୍କା ସାମିଲ୍ । ପୂର୍ବରୁ ସୁନା ବନ୍ଧକ ରଖିଥିବା ବ୍ୟକ୍ତି ଟଙ୍କା ଫେରାଇ ସୁନା ନେବାକୁ ଆସୁଥିବା ବେଳେ ଏମାନେ ଚଞ୍ଚକତା କରୁଥିଲେ ।

IIFL Loot Case, Police Arrested MasterMind Lala And Others

ବନ୍ଧକ ସୁନା ନ ଫେରାଇବା ସହ ଟଙ୍କାକୁ ନିଜେ ରଖି ଦେଉଥିଲେ । ଫଳରେ ସୁନା ବନ୍ଧକ ରଖି ଋଣ ନେଇଥିବା ଲୋକଙ୍କ ନାଁରେ ଋଣ ଦେଖାଯାଉଥିଲା । ଫଟୋ ଦେଇ ଅଲଗା ଅଲଗା ମିଛ ଆକାଉଣ୍ଟ ତିଆରି କରୁଥିଲେ । ଲକରରେ ସୁନା ନରଖି ସୁନାର ଫଟୋ ଦେଖାଇ କରୁଥିଲେ କାରବାର । ପୂରା ୪୨୦ କାରବାର ଚାଲିଥିଲା । ଗୋଟିଏ ସୁନା ଉପରେ ଦୁଇ ଦୁଇଟି ବ୍ରାଞ୍ଚରେ କାରବାର କରୁଥିଲା ଲାଲା ।

IIFL Loot Case, Police Arrested MasterMind Lala And Others

ଲୁଟରେ ସମ୍ପୃକ୍ତ ଲାଲା ଅମୃତ ସାଗର ରାୟ (ମାଷ୍ଟରମାଇଣ୍ଡ), ଲାଲାର ସାଙ୍ଗ ରଞ୍ଜନ କୁମାର ବେହେରା, ସନ୍ତୋଷ ଭୋଇ, ପ୍ରକାଶ ଭୋଇ, ପ୍ରକାଶ ସାହୁ, ପବିତ୍ର ବେହେରା, ରାଜକିଶୋର ସାହୁଙ୍କୁ (ସମସ୍ତେ କଟକ ଗ୍ରାମାଞ୍ଚଳର) ଗିରଫ କରାଯାଇଛି । ଅନ୍ୟ ଜଣେ ଅନୀଲ ଲେଙ୍କା ଯିଏକି ଲାଲା ସହ ମିଶି କାମ କରୁଥିଲା ତାକୁ ବି ଗିରଫ କରାଯାଇଛି । ଅନୀଲ ବ୍ୟାଙ୍କ୍ ଲୁଟ୍ ଯୋଜନା ନେଇ ଜାଣିଥିଲା ।

IIFL Loot Case, Police Arrested MasterMind Lala And Others

ଏମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା- ମିଛ ଆକାଉଣ୍ଟରେ ସୁନା ନଥାଇ ଋଣ ଦେଇଥିବା ଘଟଣାକୁ ଲୁଚାଇବା । ଅଡିଟରୁ ବର୍ତ୍ତିବା ଲାଗି ଏମାନେ ଲୁଟ୍ ଉଦ୍ୟମ କରିଥିଲେ । ସୁନା ଚୋରି ନାଟକ କରି ନକଲି ଆକାଉଣ୍ଟରେ ଜମା ହୋଇଥିବା ସୁନା ଯାହା ପ୍ରକୃତରେ ଜମା ହୋଇନାହିଁ । ଏଡିଟ୍ ବେଳେ ସେଥିରୁ ବର୍ତ୍ତିବା ଲାଗି ରଚାଯାଇଥିଲା ଷଡ଼ଯନ୍ତ୍ର । ଲାଲାର ପୂର୍ବରୁ ଅପରାଧିକ ରେକର୍ଡ ଥିବା ଡିସିପି ସୂଚନା ଦେଇଛନ୍ତି ।

IIFL Loot Case, Police Arrested MasterMind Lala And Others

ଏବେ ଯାଏଁ ୩ କେଜି ସୁନା, ଗୋଟିଏ ଅଡି କାର, ନଗଦ ୫ ଲକ୍ଷ ଟଙ୍କା, ବୁଲେଟ୍, ୨ଟି ବାଇକ୍, ଖେଳଣା ବନ୍ଧୁକ ଜବତ କରାଯାଇଛି । କିଛି ନକଲି ସୁନା ଲାଲା ମିଶାଇଥିଲା ମଧ୍ୟ ଜବତ ହୋଇଛି । ନୟାସଡ଼କ IIFLରୁ ସୁନା ଲୁଟ୍ ମାମଲାରେ ୭ ଜଣଙ୍କୁ ଗିରଫ କରାଯାଇଛି । ତେବେ, IIFLରେ କେତେ ସୁନା ଥିଲା ତାର ଉଚ୍ଚସ୍ତରୀୟ ଅଡିଟ୍ କରାଯିବ ବୋଲି ଡିସିପି କହିଛନ୍ତି ।

Leave a Reply