ସତ ମାନିବାକୁ ନାରାଜ ଆକାଶ, ୧ କୋଟିରୁ ଅଧିକ ଦରମା ପାଉଥିବା କଲେ ଦାବି

ଭୁବନେଶ୍ୱର:  ସତ ଦାଣ୍ଡରେ ଗଡିଲାଣି । ବାପା ପୁଅଙ୍କ କଳା କରାନାମର ଚିଠା ପବ୍ଲିକ୍ ହୋଇ ସାରିଲାଣି । କିନ୍ତୁ ମୁହଁ ଫୁଟାଣି ଭାଙ୍ଗିନି । ଅଭୟକାନ୍ତଙ୍କ ପୁଅ ଆକାଶଙ୍କ ଏହି ଛୋଟ ଭିଡିଓ ଅତିକମରେ ଏଇଆ ବୟାନ କରୁଛି । ଆଜି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ ଆକାଶ ପାଠକ ନିଜକୁ ହରିଶ୍ଚନ୍ଦ୍ର ଭାବେ ପେଶ କରିବାକୁ ଉଦ୍ୟମ କରିଥିଲେ ।

ସେ ଯେଉଁଭଳି ଉତ୍ତର ଦେଉଥିଲେ ସେଥିରୁ ଲାଗୁନଥିଲା ଯେ, ଅଭିଯୋଗକୁ ନେଇ ତାଙ୍କ ମନରେ କୌଣସି  ଅନୁତାପ କି ଲଜ୍ଜା ଅଛି । ବାପା କହୁଛନ୍ତି ପୁଅ ମୋର ଏକ କୋଟିରୁ ଅଧିକ ଦରମା ପାଉଛି । ନିଜ ଟଙ୍କାରେ ଅଏସ କରୁଛି । କିନ୍ତୁ  ପୁଅ କହୁଛନ୍ତି ମୋ ଦରମା ଗୋଟେ କୋଟିରୁ ଅଧିକା । ହେଲେ କେଉଁ କଂପାନୀରୁ ଦରମା ପାଉଥିଲେ କି ପାଉଛନ୍ତି ସେ ବାବଦରେ କିଛି କହୁ ନାହାନ୍ତି । ଏହାର ଅର୍ଥ କ’ଣ ଏହା ନୁହେଁ ଯେ, ଆକାଶ କୌଣସି ଚାକିରି ହିଁ କରନ୍ତି ନାହିଁ ? ଯଦି ଜଣେ ବ୍ୟକ୍ତି ଚାକିରି କରୁଥାନ୍ତେ ତେବେ ସେ ନିଶ୍ଚୟ କଂପାନୀର ନାମ କୁହନ୍ତେ । ନିଜ ପଦବୀ କଥା କହିବେ । କିନ୍ତୁ ଆକାଶ ଖାଲି କହୁଛନ୍ତି କୋଟିଏ ରୁ ଅଧିକ ଦରମା ପାଉଛି । ହେଲେ କେଉଁଠାରୁ ପାଉଛନ୍ତି ସେ ବାବଦରେ କିଛି କହୁନାହାନ୍ତି ।

ଆକାଶଙ୍କ ମୁହଁ ଫୁଟାଣି ଏତିକିରେ ସରୁନି ।  ଯେତେବେଳେ ନନ୍ଦିଘୋଷ ସାମ୍ବାଦିକ ପଚାରୁଛନ୍ତି ଟାଟାର ଲୋଗୋ,ଆଇ କାର୍ଡ ବ୍ୟବହାର କରି ଆପଣ ଜାଲିଆତି କରୁଥିଲେ ସେତେବେଳେ ଉତ୍ତର ଦେଲା ବେଳକୁ ପାଟି ଅଠା ଅଠା ହେଇ ଯାଉଛି । କହୁଛନ୍ତି ସେମିତି କିଛି ହେଇନି । କିନ୍ତୁ ସତ ହେଲା ଟାଟା ମୋଟର୍ସ ଏହି ମହାଠକଙ୍କ ବିରୋଧରେ ଏତଲା ଦେଇଥିଲା । ଏତଲା କଥା ପଚାରିଲେ କହୁଛନ୍ତି ସବୁ ସଫା ହେବ । କିନ୍ତୁ ନିଜେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ବାବଦରେ କିଛି ମଧ୍ୟ ସଫା ସଫା କହୁ ନାହାନ୍ତି ।

ସାମ୍ବାଦିକଙ୍କ ପ୍ରଶ୍ନ ଅନେକ । କିନ୍ତୁ ଆକାଶଙ୍କ ଯବାବ ଗୋଟିଏ । ସବୁ କହିବି । କିନ୍ତୁ କିଛି କହୁନାହାନ୍ତି । ଟାଟା ଆଣିଥିବା ଅଭିଯୋଗ ଉପରେ ଏଗଦମ ନିରବ । ୯ କୋଟି ୫୦ ଲକ୍ଷର ବ୍ୟାଙ୍କ ବାଲାନ୍ସ । ୯୦ ଲକ୍ଷ ଟଙ୍କାର ହୋଟେଲ ବିଲ୍  ଦେଇ ପାରନ୍ତି ଆକାଶ । ତେବେ ପ୍ରଶ୍ନ ହେଲା ଆକାଶଙ୍କୁ ୧ କୋଟି ଦରମା ଦେଉଛି କିଏ ? ଆକାଶ ହାଇ ପ୍ରୋଫାଇଲ ଲାଇଫ୍ ଷ୍ଟାଇଲ ମେଣ୍ଟେନ କରିବାକୁ ଏତେ ଟଙ୍କା ପାଉଥିଲେ କେଉଁଠୁ ? ଏସବୁ ଟଙ୍କା କ’ଣ ତାଙ୍କ ବାପାଙ୍କ କଳା ଟଙ୍କାର ଅଂଶ ?

Leave a Reply