ସରିଲା ରେଡ୍, ଏଥର ଆକ୍ସନ, କୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି ବାପ-ପୁଅ !

ଭୁବନେଶ୍ୱର: ସରିଲା ମେଡିକାଲ ଯାଞ୍ଚ, ଏଥର ଗିରଫଦାରୀ ପକ୍କା ବୋଲି ଆଲୋଚନା ହେଉଛି । ପାଠକ ବାପା ପୁଅ ସଂଧ୍ୟା ସୁଦ୍ଧା ଗିରଫ ହୋଇପାରନ୍ତି ବୋଲି ସୂଚନା ମିଳୁଛି । ଦୁଇ ଦିନରେ ୧୫୦ ଅଫିସରଙ୍କ ମାରାଥନ୍ ରେଡ୍ ପରେ ଏବେ ନିଆଯିବ ଆକ୍ସନ୍ । ରେଡ୍ ସମୟରେ ଭିଜିଲାନ୍‌ସ ହାତରେ ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କ ବହୁ ବେନାମୀ ସଂପତ୍ତି ସହ ଅନୈତିକ କାର୍ଯ୍ୟର ଦସ୍ତାବିଜ ଲାଗିଛି । ସାମାଜିକ ବନୀକରଣ କାର୍ଯ୍ୟରେ ହୋଇଥିବା ବଡ଼ ସ୍କାମର ହେବ ଖୁଲାସା ।

ସାରା ରାତି ବାପା, ପୁଅଙ୍କୁ ଜେରା କରିଛି ଭିଜିଲାନ୍‌ସ । ଡିଆଇଜି ସଞ୍ଜୟ କୌଶଲ ଅଭୟଙ୍କୁ ଜେରା କରିଛନ୍ତି । ଭିଜିଲାନ୍‌ସ ଏସପି ଅନୁପମା ଜେମ୍‌ସ ମଧ୍ୟ ପଚରାଉଚରା ବେଳେ ଉପସ୍ଥିତ ରହି ଜେରା କରିଥିଲେ। ଏହାପରେ ଆଜି ବାପା ପୁଅଙ୍କ ମେଡିକାଲ ଯାଞ୍ଚ କ୍ୟାପିଟାଲ ହସପିଟାଲରେ କରାଯାଇଛି । ସଂଧ୍ୟା ପୂର୍ବରୁ ବାପା, ପୁଅଙ୍କୁ ଗିରଫ କରାଯାଇପାରେ ବୋଲି ଆଲୋଚନା ହେଉଛି। ପୁନେରୁ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ ଧରି ଭୁବନେଶ୍ୱରରେ ଗତକାଲି ପହଁଚିଥିଲା ଭିଜିଲାନ୍ସ ।

ବିମାନବନ୍ଦରରୁ ସିଧାସଳଖ ବାପାଙ୍କ ସରକାରୀ ବାସଭବନକୁ ନିଆଯାଇଥିଲା। ସେଠାରେ ୪୫ ମିନିଟ ଧରି ପଚରାଉଚରା କରିବା ପରେ ତାଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଥିଲା । ଅନ୍ୟପଟେ କିଛି ଠକେଇ ହୋଇନି,ସବୁ ଠିକ୍ ଅଛି  । ସମୟ ଆସିଲେ ସବୁ କାଗଜ ପତ୍ର ଦେବି  । ପୁଅ ମୋ ପଇସାରେ ଅଏସ କରୁନଥିଲା  । ତାଙ୍କର ମାସିକ ଦରମା ୧ କୋଟି ଥିଲା  । ବିଭାଗର ଥାଇ ଟଙ୍କା ହଡ଼ପ କରିନି ବୋଲି ପ୍ରତିକ୍ରିୟା ରଖିଛନ୍ତି ଅତିରିକ୍ତ ପିସିସିଏଫ ଅଭୟକାନ୍ତ ପାଠକ  ।

Leave a Reply