ଖୁବ୍ ଶୀଘ୍ର ଚାଲୁ ହେବ ହରିଦାସପୁର-ପାରାଦୀପ ରେଳପଥ

1 min read
Haridaspur-paradip railway line to operate very soon.

ବହୁ ପ୍ରତୀକ୍ଷିତ ହରିଦାସପୁର-ପାରାଦୀପ ରେଳପଥ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏହି ରେଳପଥ ନିର୍ମାଣ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନ ଥିଲା । ଏଚ୍‌. ଡି. ଦେବେଗୌଡା ପ୍ରଧାନମନ୍ତ୍ରୀ ଥିବା ସମୟରେ ଜାନକୀ ବଲ୍ଲଭ ପଟ୍ଟନାୟକ ଓଡିଶା ମୁଖ୍ୟମନ୍ତ୍ରୀ ଥିଲେ । ସେହି ସମୟରେ ଏହି ରେଳ ପ୍ରକଳ୍ପ ନେଇ ଆଲୋଚନା ହୋଇଥିଲା । ସେତେବେଳେ ମୁଖ୍ୟମନ୍ତ୍ରୀ ନଥାଇ ମଧ୍ୟ୍ୟ ବିଜୁ ବାବୁ ଗୁରୁତ୍ୱପୁର୍ଣ୍ଣ ଭୂମିକା ନିଭାଇ ଥିଲେ । ଏହି ପ୍ରକଳ୍ପ ନିର୍ମାଣରେ କେନ୍ଦ୍ରାପଡାବାସୀଙ୍କ ବଳିଷ୍ଠ ସହଯୋଗ ରହିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି ।

Haridaspur-paradip railway line

ଏଥିସହିତ ଜଗତସିଂହପୁର, ଯାଜପୁର ଜିଲ୍ଲା ପ୍ରଶାସନ, ପାରାଦୀପ ପୋର୍ଟ ଟ୍ରଷ୍ଟ ଏବଂ ରେଳବାଇର ମଧ୍ୟ ସହଯୋଗ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଏହି ପ୍ରକଳ୍ପ କାମର ସମୀକ୍ଷା କରିବା ସହ ସେପ୍ଟେମ୍ବର ସୁଦ୍ଧା ପ୍ରକଳ୍ପ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବହୁ ବାଧାବିଘ୍ନ ଯୋଗୁ ପ୍ରକଳ୍ପ ନିର୍ମାଣ ବିଳମ୍ବ ହୋଇଥିଲା। ଏବେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ସ୍ଥାନୀୟ ଜନପ୍ରତିନିଧି ଦଳମତ ନିର୍ବିଶେଷରେ ସମସ୍ତେ ଏହି ପ୍ରକଳ୍ପକୁ ତ୍ୱାରାନ୍ୱିତ କରିବାକୁ ଉଦ୍ୟମ କରୁଛନ୍ତି । ଏଥିପାଇଁ କେହି ଏକା ଶ୍ରେୟ ନେବା ଉଚିତ ନୁହେଁ ବୋଲି କହିଛନ୍ତି ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।

Leave a Reply