ଭବାନୀପାଟଣା: GST ଠକେଇ ଅଭିଯୋଗରେ ଏକ ଟ୍ରକ ଉପରେ ଏନଫୋର୍ସମେଣ୍ଟରେଞ୍ଜ ଚଢ଼ାଉ

1 min read

ଭବାନୀପାଟଣା: ଭବାନୀପାଟଣା ଜିଏସଟି ଠକେଇ ଅଭିଯୋଗରେ ପଞ୍ଜାବରୁ ଆସୁଥିବା ଏକ ଟ୍ରକକୁ ଭବାନୀପାଟଣା ଏନଫୋର୍ସମେଣ୍ଟରେଞ୍ଜ ପକ୍ଷରୁ ଚଢଉ କରାଯାଇଥିଲା । ଜିଏସଟି ଫାଙ୍କିବା ନେଇ ୧ ଲକ୍ଷ ୮୨ ହଜାର ୨୫୨ ଟଙ୍କା ଜରିମାନା ଆଦାୟ କରିବା ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳି ଯାଇଛି ।

ସୂଚନା ଅନୁସାରେ ପଞ୍ଜାବ ରାଜ୍ୟର ଫିରୋଜପୁର ସହରର ଇଣ୍ଡିଏନ ଫାଉଣ୍ଡରି ୱାର୍କସରୁ ୧୯ ଲକ୍ଷ ୧୩ ହଜାର ୬୨୫ ଟଙ୍କାର ରାଇସମିଲ ମେସିନାରୀ ସରଞ୍ଜାମ ଆସୁଥିଲା । ଏହି ସାମଗ୍ରୀ କଳାହାଣ୍ଡି ଜିଲ୍ଲାର ଲଡୁଗାଁ ଏଚଆରଫୁଡ୍ସ ରାଇସମିଲକୁ ଆସୁଥିଲା । ସାମଗ୍ରୀର ଜିଏସଟି ବିଲ ଓ ଇ- ୱେବିଲ ନ ଥିଲା । ଗତକାଲି ରାତିରେ ଖବର ପାଇ ଭବାନୀପାଟଣା ସହର ନୀକଟସ୍ଥ ରିଷି ଗାଁ ନିକଟରେ ଚଢଉ କରାଯାଇଥିଲା । ଟ୍ରକ ଓ ଟ୍ରକ ଡ୍ରାଇଭର ବିରେନ୍ଦ୍ର ସିଂଙ୍କୁ ଭବାନୀପାଟଣା ସିଟିଓ କାର୍ଯ୍ୟାଳୟକୁ ଅଣା ଯାଇଥିଛି ।

ଏହି ଚଢାଉରେ ଭବାନୀପାଟଣା ବାଣିଜ୍ୟକର ଓ ଜିଏସଟି ଡେପୁଟି କମିଶନର ତପନ କୁମାର ପାଢୀ ଓ ସିଟିଓ ନୀଳାଦ୍ରି ବିହାରୀ ଦାଢ଼ିଆ ସାମିଲ ହୋଇଥିଲେ । ସୂଚନା ଯୋଗ୍ୟ ଯେ, ଭବାନୀପାଟଣା ସହରରେ ଗତ ନଭେମ୍ବର ମାସରେ ଏକ ଟ୍ରକକୁ ଚଢଉ କରାଯାଇ ୪ ଲକ୍ଷ ୩୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ସେହିଭଳି ଅକ୍ଟୋବର ମାସରେ ମଧ୍ୟ ୩ଲକ୍ଷ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା ।

Leave a Reply