ଗଞ୍ଜାମରେ କୋଭିଡ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ଆକ୍ସନ ପ୍ଲାନ୍, ଦାୟିତ୍ୱ ଗ୍ରହଣ କଲେ ଆଉ ୫ ଓଏଏସ୍

1 min read
Govt Action Plan to Prevent Covid 19 Spread in Ganjam, 5 OAS appointed

ଗଞ୍ଜାମ: ହଟସ୍ପଟ୍ ଗଂଜାମରେ କୋଭିଡ-୧୯ କୁ ଦିଆଯିବ ଚେକ୍ । ଜିଲ୍ଲାରେ ଆହୁରି କଡ଼ାକଡ଼ି ହେବ କୋଭିଡ୍ ପରିଚାଳନା । ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ଆକ୍ସନ୍ ପ୍ଲାନ୍ । ପ୍ରଶାସନିକ ଅଧିକାରୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ଛାଉଣିରେ ରହିଛି ସାରା ଗଂଜାମ ଜିଲ୍ଲା । କୋଭିଡ ମୁକାବିଲା ପାଇଁ ୫ଜଣ ଓଏଏସଙ୍କୁ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ୨ ଆଇଏଏସ୍ ଓ ୬ ଓଏଏସ୍ ଗଞ୍ଜାମ ଯାଇଥିଲେ । ଏବେ ବଲାଙ୍ଗିର, ବୌଦ୍ଧ, ଝାରସୁଗୁଡ଼ା, କନ୍ଧମାଳ ଡେପୁଟୀ କଲେକ୍ଟର ଓ ଲହୁଣୀପଡ଼ା ତହସିଲଦାରଙ୍କୁ ଗଂଜାମ ପଠାଯାଇଛି ।

ସେହିପରି ଶହେ ଜଣ ଆୟୁଷ ଡାକ୍ତର, ୩୩ ଏମବିବିଏସ୍ ଡାକ୍ତର, ୩୩ ଲାବ୍ ଟେକ୍ନିସିଆନଙ୍କୁ ଗଞ୍ଜାମ ପଠାଯାଇଛି । ଗଂଜାମ ମୁଖ୍ୟ ଚିକିତ୍ସାଳୟରେ ୨୨ ଜଣ ମେଡିକାଲ ଅଫିସର ମୁତୟନ ହୋଇଛନ୍ତି । ପିଜି ଶେଷକରି ଫେରିଥିବା ୮ ଜଣ ମେଡିକାଲ ଅଫିସରଙ୍କୁ ମଧ୍ୟ ଗଞ୍ଜାମ ପଠାଯାଇଛି ।

ସମସ୍ତେ ଗଞ୍ଜାମ ମୁଖ୍ୟ ଚିକିତ୍ସାଳୟ ଅଧିନରେ କୋଭିଡ ମୁକାବିଲାରେ କାର୍ଯ୍ୟକରିବେ । ସେପଟେ ଗଞ୍ଜାମକୁ ଗଲା ଆଡଭାନ୍ସ ଲାଇଫ ସପୋର୍ଟ ଆମ୍ବୁଲାନ୍ସ । ପୁରୀରୁ ଏହି ଆମ୍ବୁଲାନ୍ସକୁ ଗଞ୍ଜାମ ପଠାଯାଇଛି । ଆମ୍ବୁଲାନ୍ସ ପଠାଇବାକୁ ପୁରୀ ସିଡିଏମଓଙ୍କୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଚିଠି ଲେଖିଛନ୍ତି । ସେପଟେ ବ୍ରହ୍ମପୁର ସହରରେ ଥିବା ସମସ୍ତ କଣ୍ଟେନମେଣ୍ଟ ଅଞ୍ଚଳକୁ ପ୍ରତିଦିନ ସାନିଟାଇଜ କରାଯାଉଛି ।

Leave a Reply