ଯୁବତୀଙ୍କୁ ଅଶ୍ଲୀଳ ଭିଡିଓ‌ ପଠାଇଥିଲେ ବିଭୁ ପ୍ରସାଦ, ଏବେ ଚାକିରିରୁ ନିଲମ୍ବିତ…

Former Director Of Ayush Suspended By General Administration Department

ଭୁବନେଶ୍ୱର: ରସିକିଆ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଆଦେଶ ଦେଲେ ସରକାର । ପୂର୍ବତନ ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଢ଼ଙ୍ଗୀଙ୍କୁ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିଲମ୍ବନ ଆଦେଶ ଦିଆଯାଇଛି । ପୂର୍ବରୁ ତାଙ୍କ ନାଁରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରାଯାଇଥିଲା । ଏହି ଅଭିଯୋଗ ପରେ ତାଙ୍କୁ ପୋଲିସ ଗିରଫ ମଧ୍ୟ କରିଥିଲା । ହେଲେ ସେ ବେଲ୍‌ରେ ବାହାରି ଆସିଥିଲେ । ବୁଧବାର ସାଧାରଣ ପ୍ରଶାସନ ବିଭାଗ ତାଙ୍କୁ ଚାରିକିରିରୁ ନିଲମ୍ବିତ କରିଛି । Ayush Director Suspenson

ବିଭୁ ପ୍ରସାଦ ତାଙ୍କ ଅଫିସ୍‌ର ଜଣେ ମହିଳା କର୍ମଚାରୀଙ୍କୁ ପ୍ରେମ ନିବେଦନ କରିବା ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ଏମିତିକି ମହିଳାଙ୍କୁ ଅଶ୍ଲୀଳ ମେସେଜ୍‌ ଓ ଭିଡିଓ ପଠାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବିଭିନ୍ ସମୟରେ ଚେଷ୍ଟା କରିଥିଲେ । ଆଉ ଶାରୀରିକ ସମ୍ପର୍କ ନରଖିଲେ ଚାକିରି ଚାଲିଯିବାର ଧମକ ମଧ୍ୟ ଦେଉଥିଲେ ।

Ayush Director Suspenson

ଖାଲି ସେତିକି ନୁହେଁ ସବୁବେଳେ ହ୍ୱାଟ୍ସଆପ ମାଧ୍ୟମରେ ହଇରାଣ କରୁଥିବାର ଅଭିଯୋଗ ମଧ୍ୟ ଆଣିଥିଲେ ଯୁବତୀ । ସୂଚନା ଅନୁସାରେ ଉକ୍ତ ୨୫ ବର୍ଷିୟା ଯୁବତୀ ଆୟୁଷ ନିର୍ଦ୍ଦେଶାଳୟରେ ଆକାଉଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି । ଏହି ସମୟରେ ଆୟୁଷ୍ ନିର୍ଦ୍ଦେଶାଳୟର ଓଏଏସ୍‌ ଅଧିକାରୀ ଜଣଙ୍କ ଯୁବତୀଙ୍କୁ ବାରମ୍ବାର ହଇରାଣ କରନ୍ତି ।

ଯୁବତୀ ଜଣଙ୍କ କହିଛନ୍ତି ଯେ, ହ୍ୱାଟସଆପ୍‌ରେ ଏଭଳି ଅଶ୍ଳୀଳ ମେସେଜ ପଠାଇବାରୁ ତାଙ୍କୁ ବ୍ଲକ୍ ମଧ୍ୟ କରିଥିଲେ । ହେଲେ ଅଧିକାରୀ ଜଣଙ୍କ ତାଙ୍କୁ ଫୋନ କରି ଦୁର୍ବ୍ୟବହାର କରିଥିଲେ । ଯାହାର ପ୍ରମାଣ ସ୍ୱରୂପ ଏକ ଅଡ଼ିଓ ରେକର୍ଡ ମଧ୍ୟ ପୋଲିସକୁ ଦେଇଛନ୍ତି ଯୁବତୀ । ହ୍ୱାଟ୍ସଆପ୍‌ ମେସେଜ୍‌ର ସ୍କ୍ରିନ୍‌ ସଟ୍‌ ଓ ବିଭିନ୍ନ ଅଡିଓ ରେକର୍ଡ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପରେ ତାଙ୍କୁ ଗିରଫ ମଧ୍ୟ କରିଥିଲା ।

Leave a Reply