ବ୍ୟାପକ ହେଉଛି ଚାଷୀ ଆନ୍ଦୋଳନ, ଟ୍ରାକ୍ଟର ଧରି ରାଜଧାନୀ ଅଭିମୁଖେ କୃଷକ

ନୂଆଦିଲ୍ଲୀ: ବାରମ୍ବାର ଆଲୋଚନା ସ୍ବତେ ସରକାରଙ୍କ ସବୁ ଆଲୋଚନା ବିଫଳ । ନିଜ ଦାବିରେ ଅଡି ବସିଛି ଚାଷୀ ସଂଘଠନ । ଦୀର୍ଘ ୬ ଦିନ ଧରି କଥାବାର୍ତ୍ତା ଚାଲିଥିଲେ ମଧ୍ୟ କୃଷକ ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି । ଗୋଟେପଟେ ପଞ୍ଜାବର କ୍ରୀଡ଼ା ଜଗତ ଚାଷୀ ଆନ୍ଦୋଳନର ସମର୍ଥନରେ ବାହାରିଥିବା ବେଳେ ଅନ୍ୟପଟେ ପଞ୍ଜାବ, ହରିଆଣା ଚାଷୀ ଆନ୍ଦୋଳନ ବ୍ୟାପକ କରିବାକୁ ହେଉଛନ୍ତି ସଜବାଜ ।

ଦିଲ୍ଲୀରେ କୃଷକ ସଂଗଠନର ହାଲ୍ଲାବୋଲରେ ରାଜଧାନୀ କମ୍ପୁଥିବା ବେଳେ, ଅସ୍ତବ୍ୟସ୍ତ ହୋଇପଡିଛନ୍ତି ଦିଲ୍ଲୀ ବାସିନ୍ଦା । ସେପଟେ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ସଜବାଜ ହେଉଛି ବିଭିନ୍ନ କୃଷକ ସଂଗଠନ । ଫଳରେ ଆଗାମୀ ଦିନରେ ଦିଲ୍ଲୀ ବାସୀ ଅଣନିଶ୍ବାସୀ ହୋଇପଡିବା ଅନୁମେୟ ।

ପଞ୍ଜାବ ଏବଂ ହରିଆଣାର ପ୍ରତି ପଞ୍ଜାୟତରୁ ଦିଲ୍ଲୀ ଅଭିମୁଖେ ବାହାରିଛି ବ୍ୟାପକ ଟ୍ରାକ୍ଟର । ଖାଦ୍ୟ, ଔଷଧ ଏବଂ ବିଭିନ୍ନ ସାମଗ୍ରୀକୁ ଟ୍ରାକ୍ଟରେ ଧରି ବୁଧବାର ଦିଲ୍ଲୀ ଗସ୍ତ କରିବେ ଚାଷୀ । ତୃଳମୁଳ ସ୍ତରରେ ସ୍ଥିତି ଏପରି ହେଲାଣି କି, ପ୍ରତିପରିବାରରୁ ଜଣେ ଜଣେ ବ୍ୟକ୍ତି ଦିଲ୍ଲୀ ଗସ୍ତରେ ବାହାରିଛନ୍ତି । ରାଜଧାନୀରେ ଆନ୍ଦୋଳନରତ କୃଷକଙ୍କ ସାହାସକୁ ବୃଦ୍ଧି କରିବା ପାଇଁ ଦିଲ୍ଲୀ ଅଭିମୁଖେ ବାହାରିଥିବା କହିଛନ୍ତି କୃଷକ ।

Leave a Reply