ପଲିଗ୍ରାଫ ଟେଷ୍ଟରୁ ଜଣାପଡ଼ିଲା କିଏ କହୁଛନ୍ତି କେତେ ସତ ?

Facts of Bidyashree, Papu And Others Polygraph Test Report On Aditya Dash Death Row

ଭୁବନେଶ୍ୱର: ରହସ୍ୟରେ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ । କିଏ କହୁଛି ସତ, କିଏ କହୁଛି ମିଛ ? ଆଉ କିଏ ବାରମ୍ବାର ବଦଳାଉଛି ବୟାନ । ଏସବୁର ଯାଞ୍ଚ ପାଇଁ ଗତ ଅଗଷ୍ଟ ୨୭ ଓ ୨୮ ତାରିଖରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଲାଏ ଡିଟେକ୍ସନ୍ ଟେଷ୍ଟ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ରସୁଲଗଡ଼ ସ୍ଥିତ ଷ୍ଟେଟ୍ ଫରେନ୍ସିକ ସାଇନ୍ସ ଲ୍ୟାବରେ ବିଦ୍ୟାଶ୍ରୀଙ୍କୁ ଜେରା କରାଯାଇଥିଲା । ତା ପରଦିନ ଲାଏ ଡିଟେକ୍ସନ ଟେଷ୍ଟର ସମ୍ମୁଖୀନ ହୋଇଥିଲେ ଆଦିତ୍ୟଙ୍କ ସାଙ୍ଗ ବିକାଶ, ପପୁ ଓ ଦୀପକ ।

କ୍ରାଇମବ୍ରାଞ୍ଚ ପଲିଗ୍ରାଫ୍ ଟେଷ୍ଟ ରିପୋର୍ଟ ପାଇଛି । ମିଳିଥିବା ସୂଚନା ମୁତାବକ ସମସ୍ତେ ସତ କହିଛନ୍ତି । ଟେଷ୍ଟ ଫରେନ୍ସିକ ସାଇନ୍ସ ଲ୍ୟାବ ରିପୋର୍ଟ ଠିକ୍ ଆସିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । ବିଦ୍ୟାଶ୍ରୀ ଏବଂ ଆଦିତ୍ୟଙ୍କ ବନ୍ଧୁ ଦେଇଥିବା ବୟାନ ସହ ପଲିଗ୍ରାଫ ଟେଷ୍ଟ ରିପୋର୍ଟ ମିଶୁଛି । ଆଦିତ୍ୟଙ୍କ ସମ୍ପର୍କରେ ଉଭୟ ପକ୍ଷ ଦେଇଥିବା ବୟାନରେ କୌଣସି ମିଛ ନାହିଁ । ମାମଲାରେ ବିଦ୍ୟାଶ୍ରୀ ଏବଂ ଆଦିତ୍ୟଙ୍କ ବନ୍ଧୁମାନେ ଦେଉଥିବା ବୟାନରେ ତାଳମେଳ ରହୁ ନଥିବା ସନ୍ଦେହ କରି ସେମାନଙ୍କ ପଲିଗ୍ରାଫ ଟେଷ୍ଟ କରିଥିଲା ।

ଏବେ ପଲିଗ୍ରାଫ୍ ଟେଷ୍ଟ ପରେ ତଦନ୍ତର ବୁଢିଆଣୀ ଜାଲ ଅଡ଼ୁଆ ସୃଷ୍ଟି କରିଛି । ଏସବୁ ଭିତରେ ମାମଲା ଭିତରକୁ ଏଣ୍ଟ୍ରି ମାରିଛନ୍ତି ଆଦିତ୍ୟଙ୍କ ପୂର୍ବତନ ପ୍ରେମିକା ଚିନ୍ମୟୀ । ଆଦିତ୍ୟଙ୍କ ପରିବାର ମୃତ୍ୟୁ ପାଇଁ ଚିନ୍ମୟୀଙ୍କୁ ଦାୟୀ କରୁଥିବା ବେଳେ ଚିନ୍ମୟୀ ନିଜକୁ ନିର୍ଦ୍ଦୋଷ କହୁଛନ୍ତି । ଏମିତି କଥା କଟାକଟି ଭିତରେ ବିଦ୍ୟାଶ୍ରୀ ଓ ଚିନ୍ମୟୀ ପରସ୍ପର ବିରୋଧରେ ଥାନାରେ ମାମଲା ରୁଜୁ କରିଛନ୍ତି । ଯାହାକି କ୍ରାଇମବ୍ରାଞ୍ଚ ତଦନ୍ତକୁ ଭିନ୍ନ ମୋଡ଼କୁ ଟାଣୁଥିବା ବେଳେ ବିଦ୍ୟାଶ୍ରୀ ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

Leave a Reply