ଘରେ ଛାଡ଼ିଦେବାକୁ କହି ପିସିଆରରେ ଆଦିବାସୀ ଯୁବତୀଙ୍କୁ ୨ ଘଣ୍ଟା ବୁଲାଇଲା ପୋଲିସ୍

Tribal Girl Alleged Bargarh Police Misbehaved With Him On PCR Van

ବରଗଡ଼: ବରଗଡ଼ ପୋଲିସ ନାଁରେ ସାଂଘାତିକ ଅଭିଯୋଗ । ଆଦିବାସୀ ଯୁବତୀଙ୍କୁ ଘରେ ଛାଡ଼ିବାକୁ କହି ପିସିଆର ଭ୍ୟାନ୍‌ରେ ୨ ଘଣ୍ଟା ବୁଲାଇଲେ । ପିସିଆର ଭ୍ୟାନରେ ଅସଦାଚରଣ କଲେ । ଏଚଆରପିସିରେ ଏମିତି ସଙ୍ଗୀନ ଅଭିଯୋଗ କରିଛନ୍ତି ପୀଡ଼ିତା । ଗତ ରବିବାର ସନ୍ଧ୍ୟାରେ ଯୁବତୀ ଜଣଙ୍କ ସାଙ୍ଗ ନିକଟରୁ କଲେଜରେ ନାମଲେଖା ନେଇ ଆଲୋଚନା କରି ଫେରୁଥିଲେ । ବାଟରେ ପୋଲିସ ଯୁବତୀଙ୍କୁ ଭ୍ୟାନରେ ବସିବାକୁ କହିଥିଲା ।

Tribal Girl Alleged Bargarh Police Misbehaved With Him On PCR Van

ଯୁବତୀ ଜଣକ ଭୟରେ ପିସିଆର ଭ୍ୟାନ୍‌ରେ ବସିବା ପରେ ତାଙ୍କୁ ଘରେ ନ ଛାଡ଼ି ସହରର ବିଭିନ୍ନ ଛକ ଜାଗାକୁ ନେବା ସହ ରାତି ସାଢେ ୮ଟା ପର୍ଯ୍ୟନ୍ତ ବୁଲାଇଥିଲେ ଡ୍ୟୁଟିରେ ଥିବା ପୋଲିସ । ଭ୍ୟାନ୍ ଭିତରେ ୭ ଜଣ ପୋଲିସ କର୍ମଚାରୀଙ୍କ ସହ ଜଣେ ମହିଳା ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ । ଏହି ସମୟରେ ପୀଡ଼ିତାଙ୍କୁ ପୋଲିସ ପଇସା ମାଗିବା, ଧମକ ଦେବା ଏବଂ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।

Tribal Girl Alleged Bargarh Police Misbehaved With Him On PCR Van

ବର୍ତ୍ତମାନ ବରଗଡ଼ ଏସପି ଛୁଟିରେ ଥିବାରୁ ଏଚଆରପିସି ଇନ୍ସପେକ୍ଟର ମେନକା ରାଉତଙ୍କୁ ଅଭିଯୋଗ କରିଛନ୍ତି ପୀଡ଼ିତା । ଏହାସହ ବରଗଡ଼ ଏସପି ଓ ଟାଉନ୍‌ଥାନା ଅଧିକାରୀଙ୍କୁ ଜଣାଇଛନ୍ତି । ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଚଆରପିସି ଇନସପେକ୍ଟର କହିଛନ୍ତି ।

Leave a Reply