ପଶ୍ଚିମବଙ୍ଗରେ ଭୟାବହ କରୋନା ସ୍ଥିତି… ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୫୬ ହଜାର ପାର

extension of lockdown till July 31 in kolkata due to corona pandemic

ନୂଆଦିଲ୍ଲୀ: ଭାରତରେ ଜାରି ରହିଛି କରୋନା କହର । ପଶ୍ଚିମବଙ୍ଗରେ ଭୟାବହ ସ୍ଥିତି । ସଂକ୍ରମଣରେ ରୋକ ଲଗାଇବା ପାଇଁ ୩୧ ଜୁଲାଇ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଢାଇଛନ୍ତି ମମତା ସରକାର । ବୁଧବାର ସର୍ବଦଳିୟ ବୈଠକ ପରେ ଲକ୍‌ଡାଉନ୍‌କୁ ବଢାଇଥିଲେ ସରକାର । ପଶ୍ଚିମବଙ୍ଗରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ପାର୍‌ କରିସାରିଛି ।

ସେପଟେ ମହାରାଷ୍ଟ୍ରରେ ବି ଅଣାୟତ କରୋନା । ଗତ ୨୪ ଘଣ୍ଟାରେ ୩ ହଜାର ୮୯୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ୨୦୮ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ଏବେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା୧ ଲକ୍ଷ ୪୩ ହଜାର ଛୁଇଁଛି । ମୋଟ୍‌ ମୃତ୍ୟୁ ସଂଖ୍ୟା ୬ ହଜାର ୭ ଶହ ପାର କରିଛି । ସେହିଭଳି ରାଜଧାନୀ ଦିଲ୍ଲୀରେ ବି ୨୪ ଘଣ୍ଟାରେ ୩ ହଜାର ୭୮୮ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

ଫଳରେ ଏଠି ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ୩ ଶହ ଟପିଛି । ତାମିଲନାଡୁ, ଗୁଜୁରାଟ, ଉତ୍ତରପ୍ରଦେଶରେ ବି ପଜିଟିଭ୍‌ ସଂଖ୍ୟା ବଢିଚାଲିଛି । ଏହା ସହ ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୫୬ ହଜାର ପାରକରିଛି । ଅନ୍ୟପଟେ ବିଶ୍ୱ କରୋନା ତାଲିକାର ଚତୁର୍ଥ ନମ୍ବରରେ ଥିବା ଭାରତ ଆଉ କିଛି ଦିନ ପରେ ତୃତୀୟ ସ୍ଥାନକୁ ଚାଲିଯିବ ବୋଲି ଅନୁମାନ କରିଛନ୍ତି ବିଶେଷଜ୍ଞ ।

ଓଡିଶାରେ ମଧ୍ୟ ସମାନ୍ତରାଳ ଭାବେ ବଢିବାରେ ଲାଗିଛି ଉଭୟ ଆକ୍ରାନ୍ତ ଓ ସୁସ୍ଥଙ୍କ ସଂଖ୍ୟା । ରାଜ୍ୟରେ ଗତକାଲି ୨୮୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୩୫ ଜଣ ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୭୫୨ ଏବଂ ମୋଟ ସୁସ୍ଥଙ୍କ ସଂଖ୍ୟା ୪୧୨୩ ରେ ପହଁଚିଛି । ଏବଂ ରାଜ୍ୟରେ ବର୍ତ୍ତମାନ ୧୩୨୩ଟି ସକ୍ରିୟ ମାମଲା ରହିଛି ।

Leave a Reply