କରୋନା କାଳରେ ’ଭ୍ୟାକ୍ସିନ୍ କିଙ୍ଗ’ଙ୍କ ଆୟ ଆକାଶ ଛୁଇଁଲା, ବିଶ୍ୱର ଟପ୍ ୧୦୦ କୋଟିପତି ତାଲିକାରେ ହେଲେ ସାମିଲ

1 min read

ନୂଆଦିଲ୍ଲୀ: କରୋନାଭାଇରସ୍ କାରଣରୁ ଅନେକ ବ୍ୟବସାୟ ଠପ ହୋଇଯାଇଥିବା ବେଳେ ଏପରି ଜଣେ ବ୍ୟବସାୟୀ ଅଛନ୍ତି ଯିଏ କରୋନା କାଳରେ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି । ସୂଚନା ଅନୁଯାୟୀ, କରୋନା ସଙ୍କଟରେ ସାଇରସ୍ ପୁନାୱାଲାଙ୍କ କମ୍ପାନୀ ସୀରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ବ୍ୟବସାୟିକ ସମ୍ଭାବନା ଦୃଢ଼ ହୋଇଛି । ପୁନାୱାଲା ବିଶ୍ୱର ଶ୍ରେଷ୍ଠ ୧୦୦ କୋଟିପତି ତାଲିକାରେ ସାମିଲ ହୋଇସାରିଛନ୍ତି ।

ଭାରତର କୋଟିପତି ମାନଙ୍କ ତୁଳନାରେ ତାଙ୍କର ସମ୍ପତ୍ତି ବୃଦ୍ଧି ପାଇଛି । ସାରା ବିଶ୍ୱରେ ଥିବା କୋଟିପତିଙ୍କ ବିଷୟରେ କହିବାକୁ ଗଲେ ଧନ ବୃଦ୍ଧି କ୍ଷେତ୍ରରେ ପୁନାୱାଲା ୫ମ ସ୍ଥାନରେ ଅଛନ୍ତି । ଭ୍ୟାକସିନ କିଙ୍ଗ୍ କୁହାଯାଉଥିବା ସାଇରସ୍ ପୁନାୱାଲାଙ୍କର ମେ ୩୧ ତାରିଖ ଶେଷ ସୁଦ୍ଧା ୪ ମାସ ମଧ୍ୟରେ  ନେଟ୍ ୱର୍ଥ ମୂଲ୍ୟ ୨୫ ପ୍ରତିଶତ ବୃଦ୍ଧି ପାଇଛି  ।

ସମ୍ପତ୍ତିରେ ହୋଇଛି ଏତିକି ବୃଦ୍ଧି

ରିସର୍ଚ୍ଚର ରିପୋର୍ଟ ଅନୁଯାୟୀ, କମ୍ପାନୀରେ ହୋଇଥିବା ଜବରଦସ୍ତ ବ୍ୟବସାୟ ତାଙ୍କ ସମ୍ପତ୍ତି ବୃଦ୍ଧିର କାରଣ ବୋଲି କୁହାଯାଇଛି । ରିପୋର୍ଟ ଅନୁସାରେ ମେ ୩୧, ୨୦୨୦ ସୁଦ୍ଧା କୋଟିପତିଙ୍କ ତାଲିକାରେ ପୁନାୱାଲା ୮୬ତମ ସ୍ଥାନରେ ଥିଲେ । ମହାମାରୀର ୪ ମାସ ମଧ୍ୟରେ ତାଙ୍କ ସମ୍ପତ୍ତି ୨୫ ପ୍ରତିଶତ ବଢ଼ିଥିବା ଉଲ୍ଲେଖ କରାଯାଇଛି ।

ସବୁଠୁ ବଡ଼ ଭ୍ୟାକସିନ ପ୍ରସ୍ତୁତ କରୁଥିବା କମ୍ପାନୀ-

ସୀରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ବିଶ୍ୱର ସବୁଠୁ ବଡ଼ ଭ୍ୟାକସିନ ପ୍ରସ୍ତୁତ କରୁଥିବା କମ୍ପାନୀ । ଟୀକା ପ୍ରସ୍ତୁତ କରୁଥିବା କମ୍ପାନୀ ଏବଂ ବିତରଣ ସହ ଜଡ଼ିତ ବ୍ୟବସାୟ ହିଁ ମୁଖ୍ୟତଃ ପୁନାୱାଲାଙ୍କ ସମ୍ପତ୍ତି ବଢ଼ାଇବାର ମୁଖ୍ୟ କାରଣ ଅଟେ । ନିକଟରେ ତାଙ୍କ କମ୍ପାନୀ ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ବିକସିତ କରୋନା ଭାଇରସର ୧ ଶହ କୋଟି ଟୀକା ଉତ୍ପାଦନ ପାଇଁ ଏଷ୍ଟ୍ରାଜେନେକ ସହିତ ଚୁକ୍ତି ସ୍ୱାକ୍ଷର କରିଛି ।

ହରୁନ ଲିଷ୍ଟରେ ଟପ୍ ୧୦୦ରେ ସାମିଲ ଏହି ଭାରତୀୟ-

ଟପ୍ ୧୦୦ କୋଟିପତିଙ୍କ ତାଲିକାରେ ପୁନାୱାଲାଙ୍କ ବ୍ୟତୀତ ଆଉ ୩ ଭାରତୀୟ ସାମିଲ ଅଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନୀ ସବୁଠୁ ଧନୀ ଭାରତୀୟ ଅଟନ୍ତି । ଅବଶ୍ୟ ତାଙ୍କ ସମ୍ପତ୍ତି କରୋନା ମହାମାରୀ ପାଇଁ ଏକ ପ୍ରତିଶତ ହ୍ରାସ ପାଇଛି କିନ୍ତୁ ଏହା ବ୍ୟତୀତ ବିଶ୍ୱ ରାଙ୍କିଂରେ ସେ ଅଷ୍ଟମ ସ୍ଥାନରେ ଅଛନ୍ତି । ଟପ୍ ୧୦୦ରେ HCLର ବିଶ୍ୱ ନାଦର ଏବଂ ଅଦାନୀ ବଂଶର ଗୌତମ ଅଦାନୀ ମଧ୍ୟ ଭାରତୀୟ ଭାବେ ସାମିଲ ଅଛନ୍ତି ।

Leave a Reply