ବଡ଼ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ, ପୁଲୱାମା ଭଳି ଆଟାକ୍ ପାଇଁ ହୋଇଥିଲା ପ୍ଲାନ୍

1 min read
Explosives Dumps Reveal Another Pulwama Style Bomb Plot

ଶ୍ରୀନଗର: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ପୁଲୱାମା ଭଳି ଆଉ ଏକ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ରକୁ ସେନା ପଣ୍ଡ କରିଛି । ଦକ୍ଷିଣ କାଶ୍ମୀରର ଅବନ୍ତିପୁରାରେ ଗୁରୁବାର ସୁରକ୍ଷାକର୍ମୀ ୨ଟି ସ୍ଥାନରେ ମାଟି ତଳେ ପୋତା ଯାଇଥିବା ବିପୁଳ ବିସ୍ଫୋରକ, ଗେଲଟିନ୍ ଷ୍ଟିକ୍ସ ଏବଂ ଡିଟୋନେଟର ଜବତ କରିବା ସହ ନଷ୍ଟ କରିଛନ୍ତି ।

Explosives Dumps Reveal Another Pulwama Style Bomb Plot

୨୫୦ ଲିଟରର ୨ଟି ପ୍ଲାଷ୍ଟିକ ୱାଟର ଟ୍ୟାଙ୍କରେ ଏହି ବିସ୍ଫୋରକକୁ ମାଟି ତଳେ ପୋତା ଯାଇଥିଲା । ଏହା ଜୈଶ୍ ଏ ମହମ୍ମଦ ଆତଙ୍କୀ ସଂଗଠନ ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି । ପୁଲୱାମା ଜିଲ୍ଲାର ଅବନ୍ତିପୁରା ଗଡ଼ିଖାଲ ଜଙ୍ଗଲରୁ ବିପୁଳ ବିସ୍ଫୋରକ ମିଳିବା ପରେ ସେନା ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି ।

ଗୋଟିଏ ଟ୍ୟାଙ୍କରେ ୪୧୬ ହାଇ ସେନସିଟିଭ୍ ଗେଲଟିନ୍ ଷ୍ଟିକ୍ସ ଥିବା ବେଳେ ଅନ୍ୟଟିରେ ୫୦ଟି ଡିଟୋନେଟର ଲୁଚାଇ ରଖାଯାଇଥିଲା । ଏସବୁ ଜବତ ସାମଗ୍ରୀ ପରିବହନ କ୍ଷତିକାରକ ହୋଇଥିବାରୁ ଘଟଣାସ୍ଥଳରେ ସେସବୁକୁ ବୋମା ନିଷ୍କ୍ରିୟକାରୀ ଦଳ ଡିଫ୍ୟୁଜ୍ କରି ଦେଇଛି ।

Pulwama Attack
FILE

ପୋଲିସ, ସିଆରପିଏଫ ଓ ରାଷ୍ଟ୍ରୀୟ ରାଇଫଲ୍ସର ମିଳିତ ଅପରେସନ୍ ବେଳେ ଏହି ସଫଳତା ମିଳିଛି । ୨୦୧୯ ଫେବ୍ରୁଆରୀ ୧୪ରେ ଆତଙ୍କବାଦୀ କରିଥିବା ପୁଲୱାମା ଆକ୍ରମଣ ଭଳି ଆକ୍ରମଣ ପାଇଁ ଏଭଳି ଯୋଜନା କରାଯାଇଥିବା ସେନା ଅଧିକାରୀ ସୂଚନା ଦେଇଛନ୍ତି । ଗତବର୍ଷ ହୋଇଥିବା ପୁଲୱାମା ଆକ୍ରମଣରେ ୪୦ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ ।

ଗତ ମେ ମାସରେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ୍ କରୁଥିବା ଏକ ବିସ୍ଫୋରକ ଭର୍ତ୍ତି କାରକୁ ପୁଲୱାମାରେ ସେନା ଉଡ଼ାଇ ଦେଇଥିଲା । ସେନା ବିସ୍ଫୋରକ ଭର୍ତ୍ତି କାରକୁ ଉଡ଼ାଇ ଦେଇଥିବା ବେଳେ ଆତଙ୍କବାଦୀ ଖସି ଯାଇଥିଲେ । ପରେ ଘଟଣାର ମାଷ୍ଟରମାଇଣ୍ଡ ପାକିସ୍ତାନୀ ଆତଙ୍କୀ ସଂଗଠନ ଜୈସର ସଦସ୍ୟକୁ ଏନକାଉଣ୍ଟରରେ ନିହତ ହୋଇଥିଲା ।

Leave a Reply